ବୈଷ୍ଣୋଦେବୀ ଯାତ୍ରୀଙ୍କ ଲାଗି ଖୁସି ଖବର, ଏହି ଦିନ ଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ
Advertisement

ବୈଷ୍ଣୋଦେବୀ ଯାତ୍ରୀଙ୍କ ଲାଗି ଖୁସି ଖବର, ଏହି ଦିନ ଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

ଶ୍ରଦ୍ଧାଳୁ ଅନଲାଇନ (On line) ମାଧ୍ୟମରେ ପଞ୍ଜୀକରଣ (Registration) ଓ ହେଲିକପ୍ଟର ବୁକିଂ (Helicaptor Booking) ଅଗଷ୍ଟ ୨୬ ତାରିଖରୁ ସେପ୍ଟମ୍ବର ୫ ପର୍ଯ୍ୟନ୍ତ କରିପାରିବେ ।

ବୈଷ୍ଣୋଦେବୀ ଯାତ୍ରୀଙ୍କ ଲାଗି ଖୁସି ଖବର, ଏହି ଦିନ ଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

ଜମ୍ମୁ: ବୈଷ୍ଣୋଦେବୀ ଭକ୍ତଙ୍କ ଲାଗି ଆସିଛି ଖୁସିଖବର । ଏହି ଯାତ୍ରାରେ ସାମିଲ ହେବାକୁ ଆଗ୍ରହୀ ଥିବା ଶ୍ରଦ୍ଧାଳୁ ଅନଲାଇନ (On line) ମାଧ୍ୟମରେ ପଞ୍ଜୀକରଣ (Registration) ଓ ହେଲିକପ୍ଟର ବୁକିଂ (Helicaptor Booking) ଅଗଷ୍ଟ ୨୬ ତାରିଖରୁ ସେପ୍ଟମ୍ବର ୫ ପର୍ଯ୍ୟନ୍ତ କରିପାରିବେ । ଏ ବାବଦରେ ଜଣାଇଛନ୍ତି ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ସିଇଓ ରମେଶ କୁମାର ଜାଙ୍ଗିଡ ।     

କଟରାସ୍ଥିତ ବୈଷ୍ଣୋଦେବୀ ମନ୍ଦିର ସାଧାରଣ ଦର୍ଶନ ଲାଗି ଅଗଷ୍ଟ ୧୬ ତାରିଖରୁ ଖୋଲାଯାଇଥିଲା । ପ୍ରଥମ ସପ୍ତାହରେ କେବଳ ୨୦୦୦ ତୀର୍ଥଯାତ୍ରୀଙ୍କୁ ଦର୍ଶନ ଲାଗି ଅନୁମତି ମିଳିଥିଲା । ସେମାନଙ୍କ ମଧ୍ୟରେ ୧୯୦୦ ଜମ୍ମୁ କାଶ୍ମୀରର ଏବଂ ବାକି ୧୦୦ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିଲେ । ଦେଶରେ କୋରୋନା ପ୍ରକୋପ ଆରମ୍ଭ ହୋଇଯିବା ପରେ ମାର୍ଚ୍ଚ ୧୮ ତାରିଖରୁ ବୈଷ୍ଣୋଦେବୀ ଧାମକୁ ବନ୍ଦ କରି ଦିଆଯାଇଥିଲା। 

ପ୍ରାୟ ୫ ମାସ ଧରି ବନ୍ଦ ରହିଥିବା ବୈଷ୍ଣୋଦେବୀ ମନ୍ଦିର ଅଗଷ୍ଟ ୧୧ ତାରିଖରେ ଖୋଲିଥିଲା । ମନ୍ଦିରକୁ ଆସୁଥିବା ଭକ୍ତଙ୍କ ଉଦ୍ଦେଶ୍ୟରେ ଗାଇଡଲାଇନ ଜାରି କରିଥିଲା ମନ୍ଦିର ପ୍ରଶାସନ । ଏନେଇ କୁହାଯାଇଥିଲା ୧୦ ବର୍ଷରୁ କମ ବୟସର ଲୋକଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ ନାହିଁ । ସମସ୍ତଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ରାତ୍ରୀ ସମୟରେ ମନ୍ଦିର ବନ୍ଦରହିବ । ସକାଳେ ହେଉଥିବା ହେଉଥିବା ଆରତୀରେ ସାମିଲ ହେବା ଲାଗି ଭକ୍ତଙ୍କୁ ଅନୁମତି ମିଳିବ ନାହିଁ ।      
 
ବୈଷ୍ଣୋଦେବୀ ଦର୍ଶନରେ ଆସୁଥିବା ଭକ୍ତଙ୍କୁ ଅନଲାଇନ ପଞ୍ଜୀକରଣ କରିବାକୁ ପଡିବ । ଜମ୍ମୁ କାଶ୍ମୀର ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଲାଗି ଶତ ପ୍ରତିଶତ  କୋରୋନା ଏଣ୍ଟିଜେନ ପରୀକ୍ଷଣ ପ୍ରୋଟକଲ ପାଳନ କରିବାକୁ ହେବ । କୋରୋନା ନେଗେଟିଭ ଟେଷ୍ଟ ରିପୋର୍ଟ ଆସିବା ପରେ ଜଣେ ଯାତ୍ରୀଙ୍କୁ ଯାତ୍ରା ଲାଗି ଅନୁମତି ମିଳିବ । 

ଏହା ସହିତ ଯେଉଁ ଶ୍ରଦ୍ଧାଳୁ, ଜାମ୍ମୁ କାଶ୍ମୀରର ରେଡ ଜୋନରୁ ଆସୁଥିବା ସେମାନଙ୍କ ଲାଗି କୋରୋନା ପରୀକ୍ଷା କରାଇବାକୁ ହେବ । ରିପୋର୍ଟ ନେଗେଟି ଆସିବା ପରେ ସେ ଯାତ୍ରା କରିବାକୁ ସକ୍ଷମ ହେବେ ।