ଅନିୟନ୍ତ୍ରିତ ଖାଇବା ତେଲର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
Advertisement
Article Detail0/zeeodisha/odisha906433

ଅନିୟନ୍ତ୍ରିତ ଖାଇବା ତେଲର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

Edible Oil Price: ଖାଇବା ତେଲର ଅନିୟନ୍ତ୍ରିତ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବର୍ତ୍ତମାନ କଠୋର ନିଷ୍ପତ୍ତି ନେଇପାରନ୍ତି । ଗତ ୮ ରୁ୧୦ ଦିନ ମଧ୍ୟରେ ଖାଇବା ଖାଇବା ତେଲ ଦରକୁ ନେଇ ମନ୍ତ୍ରଣାଳୟ ଅତ୍ୟନ୍ତ ସକ୍ରିୟ ହୋଇଥିବା ନଜର ଆସୁଛନ୍ତି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଖାଇବା ତେଲର ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବର୍ତ୍ତମାନ କଠୋର ନିଷ୍ପତ୍ତି ନେଇପାରନ୍ତି। ଗତ ୮ରୁ ୦ ଦିନ ମଧ୍ୟରେ ଖାଇବା ଖାଇବା ତେଲ ଦରକୁ ନେଇ ମନ୍ତ୍ରଣାଳୟ ଅତ୍ୟନ୍ତ ସକ୍ରିୟ ହୋଇଥିବା ନଜର ଆସୁଛନ୍ତି। ଏହି ଅବଧି ମଧ୍ୟରେ ଖାଇବା ତେଲର ଅନିୟନ୍ତ୍ରିତ ଦରକୁ ନିୟନ୍ତ୍ରଣ କରିବା ପାଇଁ ମନ୍ତ୍ରଣାଳୟ ମଧ୍ୟ ଅନେକ ନିଷ୍ପତ୍ତି ନେଇଛି।

ଖାଇବା ତେଲକୁ ନେଇ ସରକାରଙ୍କ ବଡ ବୈଠକ

ଏହି ପର୍ଯ୍ୟାୟରେ ଆଜି ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରଣାଳୟରେ (Ministry of Consumer Affairs) ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ବିଶେଷ କରି Edible Oilକୁ ନେଇ ଅପରାହ୍ନ ୩ ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ସୂଚନାନୁସାରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକର ଏଜେଣ୍ଡା ଖାଇବା ତେଲର ଦର ବୃଦ୍ଧିକୁ ରୋକିବା ପାଇଁ ଏକ ଆଗୁଆ ରଣନୀତି ପ୍ରସ୍ତୁତ କରାଯାଇଛି।

Also Read: ଆସୁଛି କୋରୋନାର ତୃତୀୟ ଲହର, ଚେତାବନୀ ଦେଲା ବିଶେଷଜ୍ଞ କମିଟି

ଗୋଟିଏ ବର୍ଷରେ ଦର ଦ୍ୱିଗୁଣିତ ହୋଇଛି

ପୂର୍ବ ବର୍ଷ ପର୍ଯ୍ୟନ୍ତ ସୋୟାବିନ ତେଲର (soybean oil) ଦର ଲିଟର ପିଛା ୭୦ ରୁ ୮୦ ଟଙ୍କା ଥିଲା । ଯଦିଓ ମହଙ୍ଗା ହେବା ରିଟେଲ ଦର ଲିଟର ପିଛା ୯୦ ଟଙ୍କା ଥିଲା । ଏହା ପରେ କୋରୋନା ଅବଧିର ପ୍ରଥମ ଲକଡାଉନ୍ ସମୟରେ ସୋୟାବିନ୍ ତେଲର ଦର ବଢ଼ିବାରେ ଲାଗିଥିଲା ଓ ଏହା ପରେ ତେଲ ଦର ବର୍ଷର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଦେଇଥିଲା । ପରିସ୍ଥିତି ଏପରି ହୋଇଛି ଯେ ଆଜିକାଲି ସୋୟାବିନ ତେଲ ଲିଟର ପିଛା ୧୬୫ରୁ ୧୭୦ ଲିଟର ଟଙ୍କାରେ ବିକ୍ରି ହେଉଛି ।

ଆଜିର ବୈଠକରେ କିଏ ସାମିଲ ଅଛନ୍ତି

କେନ୍ଦ୍ର ସରକାର (Central Government) ଯେତେବେଳେ ଅନୁଭବ କଲେ ଯେ ତୈଳ ଦର ଅନିୟନ୍ତ୍ରିତ ହେବାରେ ଲାଗିଛି ସେତେବେଳେ ସରକାର ଏହା ଉପରେ ପଦକ୍ଷେପ ନେବା ଆରମ୍ଭ କଲେ। ଏହି ପର୍ଯ୍ୟାୟରେ ଆଜି ଖାଦ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ତେବେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ NAFEDର ପରିଚାଳନା ନିର୍ଦ୍ଦେଶକ ଠାରୁ ଆରମ୍ଭ କରି ସଚିବ ସ୍ତରର ଅଧିକାରୀ ଉପସ୍ଥିତ ଥିଲେ । ସେହି ରାଜ୍ୟଗୁଡିକର ଖାଦ୍ୟ ଓ କୃଷି ସଚିବମାନେ ଥିଲେ ଯେଉଁଠାରେ ସୋୟା ଓ ତୈଳ ଜାତୀୟ ଉତ୍ପାଦନ ଅଧିକ ହୋଇଥାଏ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ ଓ ରାଜସ୍ଥାନର ଖାଦ୍ୟ ଓ କୃଷି ସଚିବମାନେ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ।

Also Read: Allopathyକୁ ନେଇ ବିବାଦୀୟ ବୟାନ; କେନ୍ଦ୍ର ମନ୍ତ୍ରୀଙ୍କ କଥା ରଖିଲେ ରାମଦେବ

ଆଜିର ବୈଠକରେ ତୈଳ ଦରକୁ କିପରି ନିୟନ୍ତ୍ରଣ କରାଯିବ ତାହାକୁ ବିଭିନ୍ନ ପଦକ୍ଷେପ ସ୍ଥିର କରାଯାଇଛି।  ଯଥା:

୧. ଆମଦାନୀ ହୋଇଥିବା ତେଲ ଉପରେ ଆଦାୟ କରାଯାଉଥିବା ସେସ୍ ହ୍ରାସ । ଏପରି କରିବା ଦ୍ୱାରା ତୈଳ ଯୋଗାଣ ଶସ୍ତା ହେବ ଓ ରିଟେଲ ଦର ମଧ୍ୟ ହ୍ରାସ ପାଇବ ।

୨. ମିଲର୍ସ, ଷ୍ଟକ୍ସିଷ୍ଟ ଓ ତୈଳ ବାଣିଜ୍ୟ ସହ ଜଡିତ ବ୍ୟବସାୟୀଙ୍କ ପାଇଁ ଷ୍ଟକ୍ ସୀମା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ।

୩. ଅତ୍ୟାବଶ୍ୟକ କମୋଡିଟି ଆକ୍ଟ ବ୍ୟବହାର କରି ଖାଇବା ତେଲ ଦରକୁ ନିୟନ୍ତ୍ରଣ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ।