ଦିଦିଙ୍କ ରାସ୍ତାରେ ନୀତିଶ କୁମାର! କେନ୍ଦ୍ରୀୟ ଏଜେନ୍ସିକୁ ନେଇ ମହାମେଣ୍ଟ ସରକାର ନେଲେ ଏହି ବଡ଼ ପଦକ୍ଷେପ
Advertisement
Article Detail0/zeeodisha/odisha1325249

ଦିଦିଙ୍କ ରାସ୍ତାରେ ନୀତିଶ କୁମାର! କେନ୍ଦ୍ରୀୟ ଏଜେନ୍ସିକୁ ନେଇ ମହାମେଣ୍ଟ ସରକାର ନେଲେ ଏହି ବଡ଼ ପଦକ୍ଷେପ

CBI Blocks in Bihar: ବରିଷ୍ଠ ଆରଜେଡି ନେତା (RJD Leader) ଶିବାନନ୍ଦ ତିୱାରୀ (Shivanand Tiwari) କହିଛନ୍ତି ଯେ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଛି । ଏଭଳି ପରିସ୍ଥିତିରେ ବିହାରର ମହାମେଣ୍ଟ ସରକାର ସିବିଆଇକୁ ଦିଆଯାଇଥିବା ସମ୍ମତି ପ୍ରତ୍ୟାହାର କରିବା ଆବଶ୍ୟକ । 

ଦିଦିଙ୍କ ରାସ୍ତାରେ ନୀତିଶ କୁମାର! କେନ୍ଦ୍ରୀୟ ଏଜେନ୍ସିକୁ ନେଇ ମହାମେଣ୍ଟ ସରକାର ନେଲେ ଏହି ବଡ଼ ପଦକ୍ଷେପ

ପାଟନା: Nitish Kumar Government: ବିହାରରେ ଶାସକ ମେଣ୍ଟ ମହାମେଣ୍ଟ (Grand Alliance) ର ନେତାମାନେ କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ (CBI) ଠାରୁ ସାଧାରଣ ସହମତି ପ୍ରତ୍ୟାହାର କରିବାକୁ ଆହ୍ୱାନ କରିଛନ୍ତି । ସେମାନେ କହିଛନ୍ତି ଯେ, ବିଜେପି (BJP) ସରକାର ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି । ଦିଲ୍ଲୀ ସ୍ପେଶାଲ ପୋଲିସ୍ ଏଷ୍ଟାବ୍ଲିସମେଣ୍ଟ (DCPI) ଅଧିନିୟମ, ୧୯୪୬ର ଧାରା ୬ ଅନୁଯାୟୀ, ସିବିଆଇକୁ ରାଜ୍ୟଗୁଡିକର ଅଧୀନରେ ଅନୁସନ୍ଧାନ କରିବା ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କ ସହମତି ନେବା ଆବଶ୍ୟକ । ପଶ୍ଚିମବଙ୍ଗ, ଛତିଶଗଡ, ରାଜସ୍ଥାନ, ପଞ୍ଜାବ ଏବଂ ମେଘାଳୟ ସମେତ ନଅଟି ରାଜ୍ୟ ନିଜ ଅଧୀନରେ ଥିବା ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଦିଆଯାଇଥିବା ସାଧାରଣ ସମ୍ମତି ପ୍ରତ୍ୟାହାର କରି ନେଇଛନ୍ତି ।

ବରିଷ୍ଠ ଆରଜେଡି ନେତା (RJD Leader) ଶିବାନନ୍ଦ ତିୱାରୀ (Shivanand Tiwari) କହିଛନ୍ତି ଯେ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଛି । ଏଭଳି ପରିସ୍ଥିତିରେ ବିହାରର ମହାମେଣ୍ଟ ସରକାର ସିବିଆଇକୁ ଦିଆଯାଇଥିବା ସମ୍ମତି ପ୍ରତ୍ୟାହାର କରିବା ଆବଶ୍ୟକ । ଏହା ବ୍ୟତୀତ ରାଜ୍ୟ ଏଜେନ୍ସି ମଧ୍ୟ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଯାଞ୍ଚ କରିବା ପାଇଁ ନ୍ୟାୟପାଳିକା ନିକଟକୁ ଯିବାର ବିକଳ୍ପ ଅନୁସନ୍ଧାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଶିବାନନ୍ଦ ତିୱାରୀ ଦାବି କରିଛନ୍ତି ଯେ ଏନଡିଏ ଶାସନ ସମୟରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ସେମାନଙ୍କର ବିଶ୍ୱସନୀୟତା ହରାଇଛନ୍ତି ।

ଏଥି ସହିତ ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଙ୍କ ଦଳ ଜେଡିୟୁ (JDU) କହିଛି ଯେ, ସିବିଆଇ (CBI) ଠାରୁ ସାଧାରଣ ସମ୍ମତି ପ୍ରତ୍ୟାହାର କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବିହାର ମନ୍ତ୍ରୀ ତଥା ଜେଡିୟୁ ନେତା ମଦନ ସହନି କହିଛନ୍ତି ଯେ, ବିରୋଧୀଦଳର ନେତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ED) ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରାଯାଉଛି, ବିହାରର ଲୋକମାନେ ଏହାକୁ ଦେଖୁଛନ୍ତି । ଠିକ୍ ସମୟରେ ସେମାନେ ଉପଯୁକ୍ତ ଜବାବ ଦେବେ । 

ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ କେସିଆର, ଟିଆରଏସର ଏହା ହେଉଛି ମାଷ୍ଟର ପ୍ଲାନ୍

ଏହା ବି ପଢ଼ନ୍ତୁ:-୨୦୨୪ ପର୍ଯ୍ୟନ୍ତ ଏହି ବ୍ୟକ୍ତି ରହିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ତା'ପରେ ଏହି ଓଡ଼ିଆ ନେତା ସମ୍ଭାଳିବେ ଗେରୁଆ ଦଳର କମାଣ!

ଏହା ବି ପଢ଼ନ୍ତୁ:-ଭାରତ-ଋଷର ବନ୍ଧୁତାକୁ ଦୁର୍ବଳ କରିବାକୁ ଚାହୁଁଛି ଆମେରିକା, ବାଇଡେନ ସରକାର କରୁଛନ୍ତି ଏହି ପ୍ଲାନ୍

 

ଏଥି ସହିତ ମାଲେ ବିଧାୟକ ମେହବୁବ ଆଲାମ ଦାବି କରିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ରାଜ୍ୟଗୁଡିକରେ ଅଣ-ବିଜେପି ସରକାରକୁ ଅସ୍ଥିର କରିବା ପାଇଁ କେନ୍ଦ୍ର ଏଜେନ୍ସିଗୁଡିକ ଅପବ୍ୟବହାର କରୁଛନ୍ତି । ସେ କହିଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ରାଜନୈତିକ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି ଓ ସେମାନେ ବିଜେପି ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ । ବିହାରରେ ଆମର ମହାମେଣ୍ଟ ସରକାର ତୁରନ୍ତ ସିବିଆଇକୁ ଦିଆଯାଇଥିବା ସାଧାରଣ ସମ୍ମତି ପ୍ରତ୍ୟାହାର କରି ରାଜ୍ୟରେ ଏଜେନ୍ସିର କ୍ଷମତାକୁ ହ୍ରାସ କରିବା ଆବଶ୍ୟକ । ସିପିଆଇ (ଏମ୍) ବିଧାୟକ ଅଜୟ କୁମାର ଏହା ମଧ୍ୟ କହିଛନ୍ତି ଯେ, ବିହାର ସରକାର ତୁରନ୍ତ ସିବିଆଇଠାରୁ ସାଧାରଣ ସମ୍ମତି ପ୍ରତ୍ୟାହାର କରିବା ଆବଶ୍ୟକ ।