Gujarat Liquor: ଗୁଜରାଟର ଏହି ସହରରୁ ମଦ କଟକଣା ଉଠାଇଲେ ସରକାର
Advertisement
Article Detail0/zeeodisha/odisha2024760

Gujarat Liquor: ଗୁଜରାଟର ଏହି ସହରରୁ ମଦ କଟକଣା ଉଠାଇଲେ ସରକାର

 Liquor Permission: ଗୁଜରାଟ ସରକାର ଟେକ୍-ସିଟି ଗିଫ୍ଟର (GIFT) ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବରେ ‘ୱାଇନ୍ ଆଣ୍ତ ଡ଼ାଇନ୍’ ନେଇ ଅନୁମତି ଦେଇଛନ୍ତି। ସହରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ମାଲିକମାନଙ୍କୁ ଲିକର୍ ଆକ୍ସେସ୍ ଅନୁମତି ଦିଆଯିବ। ଏହା ବ୍ୟତୀତ ପ୍ରତ୍ୟେକ କମ୍ପାନୀର ଅତିଥିମାନଙ୍କୁ ସେହି କମ୍ପାନୀର ସ୍ଥାୟୀ କର୍ମଚାରୀଙ୍କ ଉପସ୍ଥିତିରେ ‘ୱାଇନ୍ ଆଣ୍ତ ଡ଼ାଇନ୍’ ଅନୁମତି ଦେବାକୁ ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା କ୍ଲବ ‘ୱାଇନ୍ ଆଣ୍ତ ଡ଼ାଇନ୍’ ସୁବିଧା ଯଥା FL3 ଲାଇସେନ୍ସ ପାଇପାରିବେ ।

ସୌ(ସୋସିଆଲ ମିଡିଆ)

Gift City Liquor Permission: ଗୁଜରାଟ ସରକାର ଟେକ୍-ସିଟି ଗିଫ୍ଟର (GIFT) ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବରେ ‘ୱାଇନ୍ ଆଣ୍ତ ଡ଼ାଇନ୍’ ନେଇ ଅନୁମତି ଦେଇଛନ୍ତି। ସହରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ମାଲିକମାନଙ୍କୁ ଲିକର୍ ଆକ୍ସେସ୍ ଅନୁମତି ଦିଆଯିବ। ଏହା ବ୍ୟତୀତ ପ୍ରତ୍ୟେକ କମ୍ପାନୀର ଅତିଥିମାନଙ୍କୁ ସେହି କମ୍ପାନୀର ସ୍ଥାୟୀ କର୍ମଚାରୀଙ୍କ ଉପସ୍ଥିତିରେ ‘ୱାଇନ୍ ଆଣ୍ତ ଡ଼ାଇନ୍’ ଅନୁମତି ଦେବାକୁ ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା କ୍ଲବ ‘ୱାଇନ୍ ଆଣ୍ତ ଡ଼ାଇନ୍’ ସୁବିଧା ଯଥା FL3 ଲାଇସେନ୍ସ ପାଇପାରିବେ ।

ବାସ୍ତବରେ, ଏହି ସହରରେ ବିଶ୍ୱ ବ୍ୟବସାୟିକ ପରିବେଶ ସୃଷ୍ଟି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଗୁଜୁରାଟରେ ମହାତ୍ମା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ, ତେଣୁ ଏହି ରାଜ୍ୟ ଗଠନ ପରଠାରୁ ଏଠାରେ ମଦ ଉତ୍ପାଦନ, ସଂରକ୍ଷଣ ଓ ବିକ୍ରୟ ଉପରେ ନିଷେଧାଦେଶ ଜାରି ହୋଇଥିଲା । ଗିଫ୍ଟ ସହରକୁ ବାଦ ଦେଲେ ଅନ୍ୟ କୌଣସି ଅଞ୍ଚଳରେ ‘ୱାଇନ୍ ଆଣ୍ତ ଡ଼ାଇନ୍’ ନେଇ ଅନୁମତି ଦିଆଯାଇନାହିଁ । ରାଜ୍ୟ ନିଷେଧ ବିଭାଗ (State Prohibition Department) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଗିଫ୍ଟ ସିଟି ଏକ ବିଶ୍ୱ ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟା ହବ୍ ଭାବେ ଉଭା ହୋଇଛି। ବିଶ୍ୱ ନିବେଶକ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଜାତୀୟ ଏବଂ ଆନ୍ତର୍ଜାତୀୟ କମ୍ପାନୀମାନଙ୍କୁ ଏଠାରେ ଏକ ବିଶ୍ୱ ବ୍ୟବସାୟିକ ପରିବେଶ ଯୋଗାଇବା ପାଇଁ ଏହି ସୁବିଧାକୁ ଅନୁମତି ପ୍ରଦାନ ନେଇ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି । ବିବୃତ୍ତିରେ କୁହାଯାଉଛି, ନୂତନ ବ୍ୟବସ୍ଥା ଅନୁଯାୟୀ, ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବ ଗୁଡିକରେ ‘ୱାଇନ୍ ଆଣ୍ତ ଡ଼ାଇନ୍’ ପାଇଁ ସୁବିଧା ପ୍ରଦାନ କରାଯିବ। କିନ୍ତୁ ଏଠାରେ ମଦ ବୋତଲ ବିକ୍ରୟ ନେଇ ଅନୁମତି ଦିଆଯାଇନାହିଁ ।

ଏହା ବି ପଢନ୍ତୁ-Jammu Kashmir: ଆତଙ୍କୀ ହମଲା ପରେ ପୁଂଚରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ସହରରେ ଥିବା କମ୍ପାନୀର ମାଲିକ ଓ କର୍ମଚାରୀମାନଙ୍କୁ ମଦ୍ୟପାନ କରିବାକୁ ଅନୁମତି ଦିଆଯିବ ଓ ସେମାନଙ୍କ ଅତିଥି ମାନଙ୍କୁ ଏନେଇ ଅସ୍ଥାୟୀ ଅନୁମତି ଦିଆଯିବ। ରାଜ୍ୟ ନିଷେଧ ଏବଂ ଏକ୍ସାଇଜ୍ ବିଭାଗ ଏଠାରେ ମଦ ଆମଦାନୀ, ସଂରକ୍ଷଣ ଓ ବିକ୍ରୟକୁ ନିୟନ୍ତ୍ରଣ କରିବ । ସେହିପରି ଗୁଜୁରାଟକୁ ଆସୁଥିବା ପର୍ଯ୍ୟଟକ ମାନେ ଅସ୍ଥାୟୀ ଅନୁମତି ପ୍ରାପ୍ତ ଦୋକାନରୁ ମଦ କିଣି ପାରିବେ। ତେବେ ଗୁଜରାଟ ସରକାରଙ୍କ ଏହି ନିଷ୍ପତିକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ​