ପୋର୍ଟ ଅଉ ପ୍ରିନ୍ସ: ଭିଡ ହତ୍ୟାର ଶିକାର ହୋଇଛନ୍ତି କାରବିଆନ ଦେଶ ହାଇତି ରାଷ୍ଟ୍ରପତି। ଘରେ ପଶି ରାଷ୍ଟ୍ରାଧ୍ୟକ୍ଷ ଜୋବେନେଲ୍ ମୋଇସେଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛି ଲୋକଙ୍କ ଭିଡ଼। ଦେଶର ରାଷ୍ଟ୍ରପତି ଭିଡ଼ ହତ୍ୟାର ଶିକାର ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଅନ୍ତରୀଣ ହାଇତି ପ୍ରଧାନମନ୍ତ୍ରୀ କ୍ଲାଉଡେ ଜୋସେଫ। 


COMMERCIAL BREAK
SCROLL TO CONTINUE READING

ଗତ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଘଟିଥିବା ଏହି ଘଟଣାରେ ହାଇତି ରାଷ୍ଟ୍ରପତି ଜୋବେନେଲ୍ ମୋଇସେଙ୍କ (Haiti President Jovenel Moise) ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ମାର୍ଟିନ ମୋଇସେ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 


Also Read: ବିଦ୍ରୋହୀଙ୍କ ଆକ୍ରମଣରେ ଟଳିପଡିଲେ ଚାଦ ରାଷ୍ଟ୍ରପତି


ଭିଡ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖି ଅନ୍ତରୀଣ ହାଇତି ପ୍ରଧାନମନ୍ତ୍ରୀ କ୍ଲାଉଡେ ଜୋସେଫ କହିଛନ୍ତି (Haiti Interme Prime Minister Claude Joseph) ହାଇତି ନେସନାଲ ପୋଲିସ (Haiti National Police) ଏବଂ ଅନ୍ୟ ସରକାରୀ ଅଧିକାରୀ ଦେଶର ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ଏବଂ ରାଜନୈତିକ ଅସ୍ଥିରତା କାରଣରୁ ଏପରି ଘଟଣା ଘଟିଛି। ଏକ କୋଟି ଜନସଂଖ୍ୟ ବିଶିଷ୍ଟ ଏହି କାରବିଆନ ଦେଶର ରାଷ୍ଟ୍ରପତି ଭାବେ ଜୋବେନେଲ୍  କାର୍ଯ୍ୟଭାର ଗ୍ରହଣ କରିବା ପରେ ଦେଶରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥିଲା।  


ଦେଶର ରାଜଧାନୀ ପୋର୍ଟ ଅଉ ପ୍ରିନ୍ସ ଠାରେ ବିଭିନ୍ନ ଗୋଷ୍ଠୀ ପକ୍ଷରୁ କରାଯାଉଥିବା ହିଂସାକାଣ୍ଡ ବଢିବାରେ ଲାଗିଥିଲା। ଏହା ସହିତ ଦେଶରେ ଦରଦାମ ବଢିବାରେ ଲାଗିଥିଲା। ଖାଦ୍ୟ, ଇନ୍ଧନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରରୁ ବଞ୍ଚିତ ହୋଇଥିଲେ ସ୍ଥାନୀୟ ଜନସାଧାରଣ। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ଲୋକ ଦୈନିକ ୨ ଆମେରୀକୟ ଡଲାର ଠାରୁ କମ ମୂଲରେ ନିଜର ଦୈନନ୍ଦିନ ଜୀବିକା ନିର୍ବାହ କରୁଥିଲେ।  


Also Read: Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ


ଗତ ୨୦୧୦ ମସିହାରେ ଘଟିଥିବା ଭୂମିକମ୍ପ (2010 Haiti Earthquake), ୨୦୧୬ ବର୍ଷରେ ଆସିଥିବା ମେଥ୍ୟୁ ବାତ୍ୟା (2016 Haiti Hurricane Matthew) ଫଳରେ ହୋଇଥିବା କ୍ଷୟକ୍ଷତିକୁ ଏପର୍ଯ୍ୟନ୍ତ ଭରଣା କରିପାରିନାହାଁନ୍ତି ହାଇତି ସରକାର।   


Also Read: ଅଜଣା ବନ୍ଧୁକଧାରୀଙ୍କ ଆତଙ୍କ; ୩୯ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ


ହାଇତି ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଦେଶର ସଂସଦ ଭଙ୍ଗ ହେବା ପର ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ରାଷ୍ଟ୍ରପତି କାର୍ଯ୍ୟ କରୁଥିଲେ ମୃତକ ରାଷ୍ଟ୍ରାଧ୍ୟକ୍ଷ ମୋଇସେ। ହେଲେ ଦେଶରେ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସଫଳ ହୋଇନଥିଲେ ସେ। ଯାହାକୁ ନେଇ ଦେଶରେ ଜନଅସନ୍ତୋଷ ବଢିବାରେ ଲାଗିଥିଲା। ବିରୋଧି ଦଳର ନେତାଙ୍କ ଉପରେ ସେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟନ କରୁଥିବା ନେଇ ଅଭିଯୋଗ ଆସିଥିଲା। 


Also Read: ବନ୍ଧୁକଧାରୀଙ୍କ ଆତଙ୍କ; ୧୦୦ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ


ଏନେଇ ବିରୋଧି ଦଳ ପକ୍ଷରୁ କୁହାଯାଇଥିଲା ସରକାରୀ ଚୁକ୍ତିନାମା ଅଡିଟ୍ କରିବା ଏବଂ ଏକ ରାଷ୍ଟ୍ରପତିଙ୍କ ନିକଟରେ ଉତ୍ତରଦାୟୀ ଏକ ଗୁପ୍ତଚର ସଂସ୍ଥା ସୃଷ୍ଟି କରିବା ପାଇଁ କୋର୍ଟର କ୍ଷମତାକୁ ସୀମିତ କରାଯାଇଛି। ବିଗତ କିଛି ମାସ ମଧ୍ୟରେ ବିରୋଧି ଦଳର ନେତା ତାଙ୍କ ଇସ୍ତଫା ଦାବି କରିଥିଲେ। ଆଇନଗତ ଭାବେ ଚଳିତ ବର୍ଷ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିବା ନେଇ କୁହାଯାଇଛି।