ଅଜଣା ବନ୍ଧୁକଧାରୀଙ୍କ ଆତଙ୍କ; ୩୯ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ
Advertisement
Article Detail0/zeeodisha/odisha865255

ଅଜଣା ବନ୍ଧୁକଧାରୀଙ୍କ ଆତଙ୍କ; ୩୯ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ

ବିଗତ କିଛି ମାସ  ଧରି ଆଫ୍ରିକୀୟ ଦେଶ ନାଇଜେରିଆରେ ଅବସ୍ଥିତ ବିଭିନ୍ନ ସ୍କୁଲ ଉପରେ ଆକ୍ରମଣ ଜାରି  ରହିଛି।  

ଅଜଣା ବନ୍ଧୁକଧାରୀଙ୍କ ଆତଙ୍କ; ୩୯ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ

ନୂଆଦିଲ୍ଲୀ: ଅଜଣା ବନ୍ଧୁକଧାରୀଙ୍କ ଆତଙ୍କରେ କମ୍ପିଉଠିଛି ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆ। ଦେଶର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏକ ସ୍କୁଲ ଉପରେ ଆକ୍ରମଣ କରି ୩୯ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି ଏହି ଅଜଣା ବନ୍ଧୁକଧାରୀ। ଗତ ଶୁକ୍ରବାର ଏ ଘଟଣ ସମ୍ପର୍କରେ ଜଣାଛନ୍ତି ସେଠାକାର ସ୍ଥାନୀୟ ସରକାରୀ। ପୂର୍ବରୁ ଏଭଳି ସମାନ ଘଟଣା ଏହି ଆଫ୍ରିକୀୟ ଦେଶରେ ଘଟିସାରିଛି।      

ଏପରି ସାମୂହିକ ଅପହରଣ ଘଟଣାରେ ପ୍ରତିକ୍ରିୟା ରଖି ନାଇଜେରିଆ ସୁରକ୍ଷାବଳ (Nigerian Security Force) ପକ୍ଷରୁ କୁହାଯାଇଛି ଦେଶର କଦୁନା ପ୍ରଦେଶସ୍ଥିତ (Kaduna Province) ଅଫକା ଅଞ୍ଚଳରେ (Afka Region) ଅବସ୍ଥିତ ଫେଡେରାଲ କଲେଜ ଅଫ ଫରେଷ୍ଟ୍ରି ମେକାନାଇଜେସନ (Federal College of Forestry Mechanization) ସ୍କୁଲ ଉପରେ ଆକ୍ରମଣ କରି ୩୯ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି ଏହି ଅଜଣା ବନ୍ଧୁକଧାରୀ (Unidentified Gunman)। ଅନ୍ୟପଟେ ଏହି ପ୍ରଦେଶର ଗୃହ ମନ୍ତ୍ରଣାଳୟ କମିଶନର ସାମୁଏଲ ଅରୁବାନ (Samuel Aruwan) କହିଛନ୍ତି ଅପହୃତଙ୍କ ମଧ୍ୟରେ ୧୬ ଛାତ୍ର ଏବଂ ୨୩ ଛାତ୍ରୀ ରହିଛନ୍ତି।   

Also Read: ବନ୍ଧୁକଧାରୀଙ୍କ ଆତଙ୍କ; ୧୦୦ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ

ଛାତ୍ରଛାତ୍ରୀଙ୍କ ସହ ଏହି ସ୍କୁଲ କର୍ମଚାରୀଙ୍କୁ ମଧ୍ୟ ଅପହରଣ କରାଯାଇଥିବା କହିଛନ୍ତି କଦୁନା ଗୃହ ମନ୍ତ୍ରଣାଳୟ କମିଶନର। ଏ ଘଟଣା ସମ୍ପର୍କରେ ଖବର ପାଇବା ପରେ ନାଇଜେରିଆ ସେନା ଏହି ଅଜଣା ବନ୍ଧୁକଧାରୀ ଗୋଷ୍ଠୀ ବିରୁଦ୍ଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୮୦ ଛାତ୍ରଛାତ୍ରୀଙ୍କ ସହ କର୍ମଚାରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଏ ଘଟଣାରେ ଆହତ ହୋଇଥିବା ଛାତ୍ରାଛାତ୍ରୀଙ୍କ ଚିକିତ୍ସା ଦେଶର ସାମରିକ ହସ୍ପିଟଲରେ କରାଯାଉଛି।  

Also Read: Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ

 

ଏହା ପୂର୍ବରୁ ଚଳିତ ବର୍ଷ ଫେବଆରୀ ୨୬ ତାରିଖରେ ଏପରି ସମାନ ଘଟଣା ଏହି ଆଫ୍ରିକୀୟ ଦେଶର  ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ ଜାଫ୍ରା ସହରରେ ଘଟିସାରିଛି। ଯେଉଁଠି ଦଳେ ସଶସ୍ତ୍ର ଅପରାଧି ଗୋଷ୍ଠୀ ଏକ ସ୍କୁଲ ଉପରେ ଆକ୍ରମଣ କରି ୩୦୦ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଥିଲା। ବିଗତ କିଛି ମାସ  ଧରି ଆଫ୍ରିକୀୟ ଦେଶ ନାଇଜେରିଆରେ ଅବସ୍ଥିତ ବିଭିନ୍ନ ସ୍କୁଲ ଉପରେ ଆକ୍ରମଣ ଜାରି ରଖିଛନ୍ତି  ଅଜଣା ବନ୍ଧୁକଧାରୀ କିମ୍ବା ସଶସ୍ତ୍ର ଅପରାଧି ଗୋଷ୍ଠୀ।