ହାଥରସ କଥିତ ଗଣଦୁଷ୍କର୍ମ: ଆପ୍ ନେତା ସଞ୍ଜୟ ସିଂହଙ୍କ ଉପରକୁ କାଳିମାଡ
Advertisement

ହାଥରସ କଥିତ ଗଣଦୁଷ୍କର୍ମ: ଆପ୍ ନେତା ସଞ୍ଜୟ ସିଂହଙ୍କ ଉପରକୁ କାଳିମାଡ

ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ହୋଇଥିବା କଥିତ ଗଣଦୁଷ୍କର୍ମ ଘଟଣାରେ ସୋମବାର ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବା ଆପ୍ ରାଜସ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଉପରକୁ କାଳିମାଡ କରାଯାଇଛି । 

ହାଥରସ କଥିତ ଗଣଦୁଷ୍କର୍ମ: ଆପ୍ ନେତା ସଞ୍ଜୟ ସିଂହଙ୍କ ଉପରକୁ କାଳିମାଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ହୋଇଥିବା କଥିତ ଗଣଦୁଷ୍କର୍ମ (Hathras Gangrape) ଘଟଣାରେ ସୋମବାର (ଅକ୍ଟୋବର ୫,୨୦୨୦) ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବା ଆମ ଆଦମୀ ପାର୍ଟି-ଆପ୍ (AAP-Aam Adami Party) ରାଜସ୍ୟସଭା ସାଂସଦ ସଞ୍ଜୟ ସିଂହ (Rajya Sabha MP Sanjay Singh) ଙ୍କ ଉପରକୁ କାଳିମାଡ କରାଯାଇଛି । 

କାଳିମାଡ କରିଥିବା ଲୋକକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ (UP Police)। ଆପ ବିଧାୟକ ରାକ୍ଷୀ ବିର୍ଲା ଓ ଦିଲ୍ଲୀ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ନେତୃତ୍ୱରେ ଆପ ପ୍ରତିନିଧି ପ୍ରତିନିଧିମଣ୍ଡଳୀ ହାଥରସ ଠାରେ ପହଞ୍ଚିବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏପରିକି ଆପ ନେତାଙ୍କ ଦେଖିବା ପରେ ଫେରିଯାଅ ନାରାବାଜି କରିଥିଲେ ସେଠାକାର ଲୋକ।      

 

ଆପ୍ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ହାଥରସ ଠାରେ ପହଞ୍ଚି ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି । ତାଙ୍କ ସହ ଦଳୀୟ ନେତା ପ୍ରମୋଦ କୃଷ୍ଣନ, ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ନେତା ଓ ସମର୍ଥକ ହାଥରସ ଠାରେ ପହଞ୍ଚିଥିଲେ ।    

ଏନେଇ ସ୍ଥାନୀୟ ବାଲ୍ମିକୀ ମନ୍ଦିର ଠାରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇ ସେ କହିଥିଲେ ବାଲ୍ମିକୀ ସମାଜ ପକ୍ଷରୁ ଏହି ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିବା ନେଇ ଖବର ପାଇବା ପରେ ମୁଁ ଏଠାକୁ ଆସିବାକୁ ସ୍ଥିର କଲି । ଆମେ ସମାଜ ଓ ପୀଡିତାଙ୍କ ପରିବାର ଲୋକଙ୍କ ସହ ଛିଡା ହୋଇଛୁ । ଏ ଘଟଣାରେ ସ୍ୱର ଉତ୍ତୋଳନ କରିବାକୁ ମୁଁ ଅନୁରୋଧ କରୁଛି । 

ପୀଡିତାଙ୍କ ଶବ ସଂସ୍କାରକୁ ନେଇ ଆପ୍ ଓ କଂଗ୍ରେସ ସମେତ ବିଭିନ୍ନ ଦଳ ଉତ୍ତର ପ୍ରଦେଶରେ କ୍ଷମତାସୀନ ଥିବା ଯୋଗୀ ସରକାର (UP Yogi Govt) ଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏ ଘଟଣାର ତଦନ୍ତ ଦାୟିତ୍ୱ ୟୁପି ସରକାର ସିବିଆଇ (CBI) କୁ ହସ୍ତାନ୍ତର କରିଛନ୍ତି ।