Advertisement
Article Detail0/zeeodisha/odisha759051
Zee OdishaOdisha Khabarଟେନସନ୍ ବଢାଉଛି ଲଘୁଚାପ, ଆଜିଠୁ ଭିଜିବ ଅଧାରାଜ୍ୟ!

ଟେନସନ୍ ବଢାଉଛି ଲଘୁଚାପ, ଆଜିଠୁ ଭିଜିବ ଅଧାରାଜ୍ୟ!

ବଙ୍ଗୋପ ସାରଗରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜିଠୁ ଏହାର ପରିମାଣ ବଢିବା ସହ ରାଜଧାନୀ ଭୁବନେଶ୍ୱରେ ପ୍ରବଳ ଛେଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

ଟେନସନ୍ ବଢାଉଛି ଲଘୁଚାପ, ଆଜିଠୁ ଭିଜିବ ଅଧାରାଜ୍ୟ!

ଭୁବନେଶ୍ୱର: ଗତକାଲିଠୁ ଘୁର୍ଣ୍ଣିବଳୟର ରୂପ ନେଇଛି ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ। ତେବେ ଆଜିଠୁ ଭୁବନେଶ୍ୱରେ ଏହାର ପରିମାଣ ବଢିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବର୍ଷା ଜାରି ରହିବ। କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ପରିମାଣ ବର୍ଷିବାର ବି ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭୁବନେଶ୍ୱରରେ ଆଜିଠୁ ୨ ଦିନ ପ୍ରବଳ ବର୍ଷିବ। ୨୦ରୁ ୩୦ ମିଲିମିଟର ବର୍ଷା ହେଇପାରେ। ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଜାରି ରହିଥିବା ବେଳେ ଆଜିଠୁ ଏହାର ପରିମାଣ ବଢିବ। ତେବେ ଏହା ଆଗାମୀ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। 

ଏବେ ଘୁର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠୁ ପ୍ରାୟ ୬ କିମି ଯାଏଁ ବ୍ୟାପୀଛି। ଅନ୍ୟ ଏକ ଘୁର୍ଣ୍ଣିବଳୟ ଛତିଶଗଡ ସୀମାନ୍ତରେ ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ପଶ୍ଚିମ ଓ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ମାତ୍ରାରେ ବର୍ଷା ହେବ। ଫଳରେ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।

Add Zee News as a Preferred Source

ଆଗାମୀ ୪ ଦିନରେ ବି ରାଜ୍ୟରେ ବର୍ଷା ଜାରି ରହିବ। ଦକ୍ଷିଣ ଓ ଉତ୍ତର ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ। ତେବେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନ ରହିଛି। ପାଣିପାଗ ବିଭାଗର ସତର୍କତା ପରେ ସଜାର ରହିଛି ପ୍ରଶାସନ। ପାଣି ଜମିବା ଆଶଙ୍କା ଥିବା ଅଞ୍ଚଳରେ ଉଚ୍ଚ କ୍ଷେମତା ସମ୍ପନ୍ନ ମୋଟର ରଖାଯାଇଛି। ସେହିପରି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସରକାର କହିଛନ୍ତି।