One nation One Election: ବିଜେପି ଆଜି ଆଣିପାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ
Advertisement

One nation One Election: ବିଜେପି ଆଜି ଆଣିପାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର

One nation One Election: ବିଜେପି ଆଜି ଆଣିପାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ

One nation One Election: ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ମାମଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱଧାନ କେନ୍ଦ୍ର ସରକାର ବିଧେୟକ ଆଣିପାରନ୍ତି। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଧେୟକ ପ୍ରସ୍ତାବ ଆଣି ପାରନ୍ତି ସରକାର।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଚାରର ଅର୍ଥ ସମଗ୍ର ଦେଶରେ ଗୋଟିଏ ଥରରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା। ଅର୍ଥାତ ଏହି ନିୟମ ଲାଗୁ ହେଲେ ଗୋଟିଏ ଥରରେ ଜଣେ ଭୋଟର ଉଭୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ କରିପାରିବେ। 

ବର୍ତ୍ତମାନ ରାଜ୍ୟର ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅଲଗା ଅଲଗା ହେଉଥିବାର ଦେଖିବାକୁ ମିଳୁଛି। ଯଦିଓ କଦବା କ୍ୱଚିତ ରାଜ୍ୟ ସରକାରରେ ନିର୍ବାଚନ ହେଉଥିବା ଦେଖିବାକୁ ମିଳିଥାଏ। ସରକାର ଭାଙ୍ଗିବା ତଥା ଅନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ କାରଣ ପାଇଁ ରାଜ୍ୟ ସରକାର ନିର୍ବାଚନ କରାଇଥାନ୍ତି।  କିନ୍ତୁ ଏହି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଲାଗୁ ହେବା ପଛରେ ଖର୍ଚ୍ଚ କାଟ କରିବା ମୁଖ୍ୟ ଲକ୍ଷ୍ୟ ରହିଥିବା ସରକାର କହିଛନ୍ତି।

ସେପଟେ ଏହି ପ୍ରସ୍ତାବକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଏହି ବୈଠକରେ ଗତିବିଧି ଓ ପ୍ରଗତିର ସମୀକ୍ଷା କରିବା ମୂଖ୍ୟ ଲକ୍ଷ୍ୟ ରହିଥିଲା।