୫ ହଜାର ପାର୍ କଲା କୋରୋନା ଜନିତ ମୃତ୍ୟୁ
Advertisement

୫ ହଜାର ପାର୍ କଲା କୋରୋନା ଜନିତ ମୃତ୍ୟୁ

ପ୍ରଥମ ଥର ପାଇଁ ଦିନକରେ ୮ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଗୋଟିଏ ପଟେ ଲକଡାଉନ୍ ଧିରେ ଧିରେ କୋହଳ ହେଉଛି । ଅନ୍ୟପଟେ ଦେଶରେ କୋରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଢେର ବୃଦ୍ଧି ପାଇଲାଣି । ଆଗକୁ ଏହା ଉଗ୍ର ରୂପ ଯେ ଧାରଣ କରିବାକୁ ଯାଉଛି, ଏମିତି କିଛି ଆଶଙ୍କା ପ୍ରକାଶ ପାଇଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩୮୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ପ୍ରଥମ ଘଟଣା । ସେହିପରି ୧୯୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଦେଶରେ ଏପର୍ଯ୍ୟନ୍ତ ୧ଲକ୍ଷ ୮୨ହଜାର ୧୪୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୫ହଜାର ୧୬୪ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ପ୍ରତ୍ୟେକର ଦିନ ଶତାଧିକ ଲୋକ କୋରୋନା ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଛନ୍ତି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଏପର୍ଯ୍ୟନ୍ତ ୮୬୯୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ୮୯୯୯୫ଟି ଆକ୍ଟିଭ କେସ ରହିଛି ।