Hijab Controversy: ଭାରତ ପରେ ସରଗରମ ଫ୍ରାନ୍ସ ରାଜନୀତି
Advertisement
Article Detail0/zeeodisha/odisha1163599

Hijab Controversy: ଭାରତ ପରେ ସରଗରମ ଫ୍ରାନ୍ସ ରାଜନୀତି

ମୁସଲମାନ ମହିଳା ପିନ୍ଧୁଥିବା ହିଜାବ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି କି ସେମାନଙ୍କ ପୋଷାକୁ ନେଇ ରାଜନୀତି  କରାଯିବା ଠିକ  ନା ଭୁଲ? 

Hijab  Controversy:  ଭାରତ  ପରେ ସରଗରମ ଫ୍ରାନ୍ସ ରାଜନୀତି

ପ୍ୟାରିସ୍:  ହିଜାବ ବିବାଦକୁ ନେଇ ଭାରତ ପରେ ସରଗରମ ହୋଇଉଠିଛି ଫ୍ରାନ୍ସ  ରାଜନୀତି।  ଯାହାର ଉଦାହରଣ ନିକଟରେ  ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଦେଖିବାକୁ ମିଳିଛି। ଚଳିତ ବର୍ଷ  ଅନୁଷ୍ଠିତ ହୋଇଥିବା ଫ୍ରାନ୍ସ  ରାଷ୍ଟ୍ରପତି  ନିର୍ବାଚନ ଗତ ୧୦ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହୋଇଛି।     

ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦକ୍ଷିଣ ମେଣ୍ଟର ପ୍ରାର୍ଥୀ ମରୀନ ଲେ ପେନ୍  ହିଜାବ ଉପରେ  ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।  ପଶ୍ଚିମ ୟୁରୋପରେ ସର୍ବାଧିକ ସଂଖ୍ୟକ ମୁସଲିମ ଫ୍ରାନ୍ସରେ ବସବାସ କରିଥାନ୍ତି।  ସେଠାରେ  ବସବାସ କରୁଥିବା ମୁସଲିମ  ଅନୁଭବ କରୁଛନ୍ତି ରାଷ୍ଟ୍ରପତି  ନିର୍ବାଚନ  ସେମାନଙ୍କ ଧାର୍ମିକ ବିଶ୍ୱାସକୁ କ୍ଷୁର୍ଣ୍ଣ କରିଛି।

ମୁସଲମାନ ମହିଳା ପିନ୍ଧୁଥିବା ହିଜାବ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି କି ସେମାନଙ୍କ ପୋଷାକୁ ନେଇ ରାଜନୀତି  କରାଯିବା ଠିକ  ନା ଭୁଲ?  ଏକ ନିର୍ବାଚନ ପ୍ରଚାର ସମୟରେ ଜଣେ ମୁସଲମାନ ମହିଳା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ମେରାଇନ୍ ଲେ ପେନ୍ ଙ୍କୁ ଏହି ପ୍ରସଙ୍ଗରେ  ପ୍ରଶ୍ନ ପଚାରିଥିଲେ।  
 
ହିଜାବ ତାଙ୍କ ପାଇଁ କାହିଁକି ଏତେ ବିବାଦୀୟ ବୋଲି ପ୍ରଶ୍ନ କରିଥିଲେ  ଦକ୍ଷିଣ ମେଣ୍ଟର ପ୍ରାର୍ଥୀ ମରୀନ ଲେ ପେନ୍  ଙ୍କୁ ପ୍ରଶ୍ନ କରିଥିଲେ ଜଣେ ମହିଳା। ଏହାର ଜବାବ  ରଖି ସେ ତାଙ୍କ ମତକୁ ଠିକ ବୋଲି ଦର୍ଶାଇ କହିଛନ୍ତି  ହିଜାବ ହେଉଛି ଏକ ୟୁନିଫର୍ମ ଯାହାକୁ କଟ୍ଟରପନ୍ଥୀ ଇସଲାମବାଦ ଉପରେ ଜବରଦସ୍ତ ରଖାଯାଇଛି।  ଯେତେବେଳେ ଲା ପେନ୍ ଅନେକ ଥର ହିଜାବ ବିବାଦ ଲାଗି ବିରୋଧର ସମ୍ମୁଖୀନ ହୋଇଥିଲା ସେତେବେଳେ ଜବାବ ଦେଇ ଜଣେ ମହିଳା କହିଥିଲେ ହିଜାବ ହେଉଛି  ତାଙ୍କ ପାଇଁ ଜେଜେମା ହେବାର ଏକ ସଙ୍କେତ ଏବଂ ସେ ବୃଦ୍ଧାବସ୍ଥାରେ ହିଜାବ ପିନ୍ଧିବା ଆରମ୍ଭ କରିଥିଲେ।  

ଏକ ବିତର୍କରେ  ଫ୍ରାନ୍ସ  ରାଷ୍ଟ୍ରପତି  ଇମାନୁଏଲ ମାକ୍ରୋନ ଦକ୍ଷିଣ ମେଣ୍ଟର ପ୍ରାର୍ଥୀ ମରୀନ ଲେ ପେନ୍  ଙ୍କ  ହିଜାବ ବୟାନ ଉପରେ ନିଜକୁ  ଦୂରେଇ ରଖି କହିଥିଲେ ସେ କୌଣସି ଆଇନ ପରିବର୍ତ୍ତନ କରିବେ ନାହିଁ କିମ୍ବା ଧର୍ମ ନିରପେକ୍ଷ ଫ୍ରାନ୍ସ ନୀତିର  ଏକ ଅଂଶ  ଭାବେ  ବିଦ୍ୟାଳୟରେ  ହିଜାବ ଉପରେ  ଜାରି ହୋଇଥିବା ନିଷେଧାଦେଶ ଜାରି ରଖିବେ।  ରାଷ୍ଟ୍ରପତି କାର୍ଯ୍ୟକାଳ ମଧ୍ୟରେ ନେଇଥିବା ଅନେକ ନିଷ୍ପତ୍ତି ହେତୁ  ଇମାନୁଏଲ ମାକ୍ରୋନ ସାରା ବିଶ୍ୱରେ ସମାଲୋଚନାର ଶୀକାର ହୋଇଛନ୍ତି।

ଦକ୍ଷିଣ ମେଣ୍ଟର ପ୍ରାର୍ଥୀ ମରୀନ ଲେ ପେନ୍ କହିଥିଲେ ଯଦି କେହି ଦେଶର  କୌଣସି ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧା ତାହେଲେ ତାହେଲେ ସେହି ଲୋକ ବିରୋଧରେ  ଟ୍ରାଫିକ ନିୟମ  ଭଙ୍ଗ କରିବା ଅଭିଯୋଗ ଜରିମାନା ଆଦାୟ କରାଯିବ ଆବଶ୍ୟକ।

Also Read: ଏହି ସବୁ ଦେଶରେ ହୋଇଛି Hijab Ban; ନିୟମ ଭାଙ୍ଗିଲେ ଗଣିବାକୁ ପଡ଼େ ମୋଟା ଅଙ୍କର ଜରିମାନା