କର ମୁକ୍ତ ହେଲା ମଠ-ମନ୍ଦିର; ଧର୍ମାନୁଷ୍ଠାନ ନିକଟରେ ବିକ୍ରି ହେବ ନାହିଁ ମାଂସ
Advertisement
Article Detail0/zeeodisha/odisha1141398

କର ମୁକ୍ତ ହେଲା ମଠ-ମନ୍ଦିର; ଧର୍ମାନୁଷ୍ଠାନ ନିକଟରେ ବିକ୍ରି ହେବ ନାହିଁ ମାଂସ

ଚୈତ୍ର ନବରାତ୍ର ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

 କର ମୁକ୍ତ ହେଲା ମଠ-ମନ୍ଦିର; ଧର୍ମାନୁଷ୍ଠାନ ନିକଟରେ ବିକ୍ରି ହେବ ନାହିଁ ମାଂସ

ଲକ୍ଷ୍ନୌ: ଆରମ୍ଭ ହୋଇଯାଇଛି ଚୈତ୍ର ନବରାତ୍ର। ଏହି ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଠ, ମନ୍ଦିର ଏବଂ ହିନ୍ଦୁ ଧାର୍ମିକ ସ୍ଥାନ ଉପରେ ଟିକସ ଆଦାୟ ବନ୍ଦ କରିବାକୁ ଅଯୋଧ୍ୟା ନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ବର୍ତ୍ତମାନ ମଠ, ମନ୍ଦିର ଏବଂ ଧାର୍ମିକ ସ୍ଥାନକୁ ବ୍ୟବସାୟିକ ଟିକସ ଦେବାକୁ ପଡ଼ିବ ନାହିଁ।   

ଏହା ସହିତ ଚୈତ୍ର ନବରାତ୍ର ଅବସରରେ ମନ୍ଦିରରେ ଭିଡ଼ ଜମିବାକୁ ନେଇ ଆଉ ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏଥର ରାମ ନବମୀ ଅବସରରେ ଅଷ୍ଟମ ଏବଂ ନବମୀ ବେଳେ କୌଣସି VIP ଅଯୋଧ୍ୟା ପରିଦର୍ଶନ କରିବେ ନାହିଁ। ଏହା ସତ୍ତ୍ୱେ ଯଦି କୌଣସି VIP ଏଠାକୁ ଯାଆନ୍ତି ତାହେଲେ ସେମାନଙ୍କୁ ପ୍ରୋଟୋକଲ ବ୍ୟବସ୍ଥା ଆଧାରରେ କୌଣସି ସୁବିଧା ଦିଆଯିବ ନାହିଁ। 

ଶୁକ୍ରବାର ଅଯୋଧ୍ୟ ଗସ୍ତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗସ୍ତ ଅବସରରେ ସେ ହନୁମାନ ଗଢି ଏବଂ ରାମଲାଲା ପରିଦର୍ଶନ କରିଥିଲେ। ଏହା ସହିତ ରାମ ଲାଲାଙ୍କ ମନ୍ଦିର ନିର୍ମାଣ ଉପରେ ମଧ୍ୟ ସମୀକ୍ଷା କରିଥିଲେ।

Also Read: ଯାତ୍ରା ବେଳେ ଅଚାନକ କାରକେଡ଼ ଅଟକାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ

ମୁଖ୍ୟମନ୍ତ୍ରୀ ଯୋଗୀ ସିଧାସଳଖ ରାସ୍ତାରେ ହନୁମାନ ଗଢି ଠାରେ ପହଞ୍ଚି ସେଠାରେ ହନୁମନ୍ତ ଲାଲାଙ୍କ ଦରବାରରେ ଉପସ୍ଥିତ ହୋଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ। ସେ ହନୁମାନଗଢି ମହନ୍ତ ପ୍ରେମଦାସଙ୍କ ସମେତ ଅନ୍ୟ ସାଧୁଙ୍କ ଠାରୁ ଆଶୀର୍ବାଦ ମଧ୍ୟ ନେଇଥିଲେ। ହନୁମାନଗଢି ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କନଭୟ ରାମ ଜନ୍ମଭୂମି ଅଭିମୁଖେ ଅଗ୍ରସର ହୋଇଥିଲା। ଦ୍ୱିତୀୟ ଥର ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଠାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  

ନବରାତ୍ରୀ ଅବସରରେ ଖୋଲା ମେଲାରେ ମାଂସ ବିକ୍ରି ଉପରେ କଟକଣା ଲଗାଇଛି ରାଜ୍ୟର ଗାଜିଆବାଦ ନଗର ନିଗମ। ଏ ସମ୍ପର୍କରେ ଜଣାଇଛନ୍ତି ଗାଜିଆବାଦ ମେୟର ଆଶା ଶର୍ମା। ଏନେଇ ସେ କହିଛନ୍ତି ମାଂସ ବିକ୍ରେତା ଏହାକୁ ଘୋଡାଇ ରଖି ବିକ୍ରି କରିପାରିବେ। ମାତ୍ର ମନ୍ଦିର ନିକଟସ୍ଥ ରାସ୍ତାରେ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ରହିବ। କାହାର ଲାଭ କିମ୍ବା କ୍ଷତି କରିବାକୁ ଆମେ ଏଠାରେ ରହିନାହୁଁ। ଏହି ନିୟମ ୧୦ ଅପ୍ରେଲ ପର୍ଯ୍ୟନ୍ତ ଲାଗୁ ହେବ। 

Also Read: ମୋଦୀ-ଯୋଗୀଙ୍କ ବାବଦରେ କ'ଣ ଭାବନ୍ତି ମୁସଲିମ୍? ଜବାବ ରଖିଲେ ମନ୍ତ୍ରୀ ଦାନିଶ ଅଂସାରୀ

ଅନ୍ୟପଟେ ଗାଜିଆବାଦ ଜିଲ୍ଲାପାଳ ରାକେଶ କୁମାର ସିଂହ କରିଛନ୍ତି କେବଳ ଲାଇସେନ୍ସପ୍ରାପ୍ତ ମାଂସ ବିକ୍ରେତା ସ୍ୱଚ୍ଛତାର ସମସ୍ତ ନିୟମ ଅନୁସରଣ କରି ସେମାନଙ୍କ ଆଚ୍ଛାଦିତ ଦୋକାନରେ ମାଂସ ବିକ୍ରି କରିପାରିବେ। କୌଣସି ବିକ୍ରେତା ପଶୁଙ୍କ ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନରେ ପକାଇବେ ନାହିଁ। ନବରାତ୍ରୀ ସମୟରେ ନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାଂସ ଦୋକାନରେ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବେ।