ମୋଦୀ-ଯୋଗୀଙ୍କ ବାବଦରେ କ'ଣ ଭାବନ୍ତି ମୁସଲିମ୍? ଜବାବ ରଖିଲେ ମନ୍ତ୍ରୀ ଦାନିଶ ଅଂସାରୀ
Advertisement
Article Detail0/zeeodisha/odisha1138779

ମୋଦୀ-ଯୋଗୀଙ୍କ ବାବଦରେ କ'ଣ ଭାବନ୍ତି ମୁସଲିମ୍? ଜବାବ ରଖିଲେ ମନ୍ତ୍ରୀ ଦାନିଶ ଅଂସାରୀ

ମୁସଲିମ ସମାଜରେ ବିରୋଧୀ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ଭଳି ଦଳର ରହିଥିବା ଭ୍ରମ ଜାଲ ବର୍ତ୍ତମାନ ଭାଙ୍ଗିବାରେ ଲାଗିଛି। 

ମୋଦୀ-ଯୋଗୀଙ୍କ ବାବଦରେ କ'ଣ ଭାବନ୍ତି ମୁସଲିମ୍? ଜବାବ ରଖିଲେ ମନ୍ତ୍ରୀ ଦାନିଶ ଅଂସାରୀ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥଙ୍କ ବାବଦରେ କ'ଣ ଭାବନ୍ତି ମୁସଲମାନ ତାହାର ଜବାବ ରଖିଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ଏକମାତ୍ର ମୁସଲିମ ମନ୍ତ୍ରୀ ଦାନିଶ ଅଂସାରୀ। ଏନେଇ ସେ କହିଛନ୍ତି ମୁସଲମାନ ସମାଜରେ ବିଜେପି ଉପରେ ବିଶ୍ୱାସ ଜାଗ୍ରତ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତି ପ୍ରେମ କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି ସରକାରରେ ଏକମାତ୍ର ମୁସଲିମ ମନ୍ତ୍ରୀ ହେଉଛନ୍ତି ଦାନିଶ ଅଂସାରୀ। ପ୍ରଥମ ପାଳି ଯୋଗୀ ସରକାରରେ ମନ୍ତ୍ରୀ ମୋହସିନ ରାଜାଙ୍କୁ ଏଥର କ୍ୟାବିନେଟରେ ସ୍ଥାନ ମିଳିନାହିଁ। ବିଧାନସଭା ଅଥବା ବିଧାନ ପରିଷଦ ସଦସ୍ୟ ନଥାଇ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ମନ୍ତ୍ରୀ ଅଂସାରୀ।

Also Read: କିଏ ଏହି ଦାନିଶ ଆଜାଦ: ଯିଏ ନେଲେ ଯୋଗୀ କ୍ୟାବିନେଟରେ ମୋହସିନ ରଜାଙ୍କ ସ୍ଥାନ

ମୁସଲିମ ସମାଜରେ ବିରୋଧୀ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ଭଳି ଦଳର ରହିଥିବା ଭ୍ରମ ଜାଲ ବର୍ତ୍ତମାନ ଭାଙ୍ଗିବାରେ ଲାଗିଛି। ମୁସଲମାନ ସମାଜ ବର୍ତ୍ତମାନ ବିଜେପି, ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତି ପ୍ରେମ ବଢିବାରେ ଲାଗିଛି। ମୁସଲିମ ସମାଜରେ ବିଜେପି ଉପରେ ବିଶ୍ୱାସ ଜାଗ୍ରତ ହେଉଛି। "ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ" ଦୃଷ୍ଟିକୋଣ ଆଗକୁ ବଢୁଛି। ମୁସଲମାନ ସମାଜର ଭୋଟ୍ ଏବେ ବିଜେପି ଆଡ଼କୁ ଅଗ୍ରସର ହେଉଛି। ଗତ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି।

Also Read: ମନ୍ତ୍ରୀ ପଦ ନ ମିଳିବା ପରେ ପ୍ରତିକ୍ରିୟା ରଖିଲେ ମୋହସିନ ରାଜା

ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ଭଳି ଦଳ ମୁସଲିମ ସମାଜକୁ କେବଳ ଭୋଟ୍ ବ୍ୟାଙ୍କ ବୋଲି ଭାବୁଥିଲେ। ହେଲେ ମୁସଲମାନ ସମାଜ ବର୍ତ୍ତମାନ ବୁଝି ସାରିଛି ବିରୋଧି ଦଳ ସେମାନଙ୍କୁ ସର୍ବଦା ପ୍ରତାରଣା କରିଛନ୍ତି। ସେମାନଙ୍କର ପ୍ରକୃତ ବିକାଶ କେବଳ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦ୍ୱାରା କରାଯାଇପାରିବ। ଏହି ସ୍ୱପ୍ନକୁ ସାକାର କରିବାରେ ଯୁବପିଢି ତଥା ମୁସଲମାନ ସମାଜକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡିବ। ଦେଶର ନାମକୁ ଉଚ୍ଚକୁ ନେବାକୁ ହେଲେ  ସମସ୍ତଙ୍କୁ ଏକାଠି କରିବା ଆବଶ୍ୟକ। 

Also Read: ପୁଣି ଥରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ସବ ପାଳିଲା ମୁସଲିମ ସମାଜ

ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ତ ବିଭାଗକୁ ଏକ ସୂତ୍ରରେ ବାନ୍ଧିଛନ୍ତି। ଯାହା ଫଳରେ ଆମ ଦେଶ ବର୍ତ୍ତମାନ ଅଧିକ ସୁନ୍ଦର ହୋଇଛି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଯେ ସମାଜର ପ୍ରତ୍ୟେକ ବିଭାଗ ବିକାଶର ମୁଖ୍ୟ ସ୍ରୋତ ସହିତ ଯୋଡ଼ି ହେବା ଆବଶ୍ୟକ ଏବଂ ସେମାନେ ଏହି ସ୍ୱପ୍ନକୁ ପୂରଣ କରିବେ। ସମାଜରେ ନିମ୍ନ ସ୍ତରରେ ରହିଥିବା ଲୋକଙ୍କୁ ଉନ୍ନତି ପାଇଁ ସେମାନେ କାର୍ଯ୍ୟ କରିବ। ବିଜେପି ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ ଜାରି ରହିବ। ମୁସଲିମ ସମାଜର ଯୁବପିଢିଙ୍କ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଶିକ୍ଷା ହେଉଛି ଏକ ମୌଳିକ ଅଧିକାର ଏବଂ ଏହା ହା ବିକାଶର ସମକକ୍ଷ। ଶିକ୍ଷା କ୍ଷେତ୍ରରେ ମୁସଲମାନ ସମାଜକୁ ଆଗକୁ ନେବା ପାଇଁ ବିଶେଷ ଉଦ୍ୟମ କରାଯିବ। ସହରୀ ବିଦ୍ୟାଳୟକୁ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ସହିତ ଯୋଡିବା ପାଇଁ ପଦକ୍ଷେପ ନିଆଯିବ।