ସତରେ କେତେ ଭୟଙ୍କର NeoCov ଭାଇରସ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
Advertisement

ସତରେ କେତେ ଭୟଙ୍କର NeoCov ଭାଇରସ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଉହାନ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏହି ଗବେଷଣାରୁ ଜଣାଯାଇଛି ଯେ NeoCoV ଏକ ଭୂତାଣୁ ଜନିତ ରୋଗ, ମିଡିଲ୍ ଇଷ୍ଟ୍ ରେସପେରେଟାରୀ ସିଣ୍ଡ୍ରୋମ୍ (MERS) ସହିତ ଅତି ନିକଟତର ମଧ୍ୟ ।

ସତରେ କେତେ ଭୟଙ୍କର NeoCov ଭାଇରସ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଦୀର୍ଘ ଦୁଇବର୍ଷ ହେଲାଣି ସାରାବିଶ୍ୱକୁ କଲବଲ କରୁଛି କୋରୋନା ଭାଇରସ । ଗୋଟିଏ ପରେ ଗୋଟିଏ ମ୍ୟୁଟାଣ୍ଟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏହାରି ମଧ୍ୟରେ ଚାଇନାର ଉହାନର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର କୋରୋନା ଭୂତାଣୁ NeoCov ବିଷୟରେ ସୂଚନା ଦେଇଛନ୍ତି। ଯାହାକୁ ନେଇ ସାରା ବିଶ୍ୱର ପୁଣି ନିଦ ହଜିଯାଇଛି। ଏହାର ଗମ୍ଭୀରତା ବିଷୟରେ କଳ୍ପନାଜଳ୍ପନା ଜନସାଧାରଣଙ୍କୁ ପୁଣିଥରେ ଭୟ ମଧ୍ୟକୁ ଠେଲିଦେଉଛି। ଆମର ସହଯୋଗୀ ୱେବସାଇଟ୍ WION ର ରିପୋର୍ଟ ଅନୁଯାୟୀ, ଏହି ନୂଆ କୋରୋନା ଭାଇରସ୍ ବିଷୟରେ କିଛି ପ୍ରଶ୍ନ ମୁଣ୍ଡ ଟେକିଛି। 

ଏହା ଏକ ନୂତନ ଷ୍ଟ୍ରେନ୍ କିମ୍ବା ଅନ୍ୟ ଏକ ପ୍ରକାର କୋରୋନା ଭାଇରସ ଯେପରିକି SARS-CoV-2 କିମ୍ବା COVID-19 ଅଟେ । ଓମିକ୍ରନ୍ କିମ୍ବା ଡେଲଟା ପରି ଏହା ଏକ ନୂଆ ଭାରିଏଣ୍ଟ ନୁହେଁ। ଚାଇନାର ଏକାଡେମୀ ଅଫ୍ ସାଇନ୍ସ ଏବଂ ଉହାନ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏହି ଗବେଷଣାରୁ ଜଣାଯାଇଛି ଯେ NeoCoV ଏକ ଭୂତାଣୁ ଜନିତ ରୋଗ, ମିଡିଲ୍ ଇଷ୍ଟ୍ ରେସପେରେଟାରୀ ସିଣ୍ଡ୍ରୋମ୍ (MERS) ସହିତ ଅତି ନିକଟତର ମଧ୍ୟ । ୨୦୧୨ ରେ ଏହାକୁ ପ୍ରଥମେ ସାଉଦି ଆରବରେ ଚିହ୍ନଟ କରାଯାଇଥିଲା ।

Also Read: Coronavirus Update : ରେଡ୍ ଜୋନରେ ତିନି ଜିଲ୍ଲା, ଚିନ୍ତା ବଢ଼ାଇଲା ମୃତ୍ୟୁ ସଂଖ୍ୟା

ଏହାକୁ ନେଇ ବିଶେଷଜ୍ଞ ମାନେ କହୁଛନ୍ତି ଯେ, ଏହି ଭାଇରସ ଅତ୍ୟଧିକ ସଂକ୍ରାମକ ଓ ମୃତ୍ୟୁ ହାର ମଧ୍ୟ ଅଧିକ ରହୁଛି । ତେବେ ଉହାନ ବୈଜ୍ଞାନିକଙ୍କ କହିବା କଥା,  NeoCoV  ରେ ସଂକ୍ରମିତ ତିନିଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଜଟିଳତା ଯୋଗୁଁ ହୋଇପାରେ। ମାତ୍ର ସବୁଠାରୁ ବଡ଼ କଥା ହେଉଛି, ଦକ୍ଷିଣ ଆଫ୍ରିକାରେ ଚେମେରୀରେ ଦେଖା ଦେଇଥିଲା । ମାତ୍ର ଚୀନ ବୈଜ୍ଞାନିକଙ୍କ କହିବାନୁସାରେ, ଯଦି ଏହା ଆଗକୁ ପରିବର୍ତ୍ତନ ହୁଏ ତେବେ ଭବିଷ୍ୟତରେ ଏହା ମଣିଷଙ୍କ ଉପରେ ପୁରା ପ୍ରଭାବ ପକାଇବ ଯାହା ଖୁବ ଭୟାନକ ହେବ ବୋଲି ଆଶଙ୍କା କରାଯାଉଛି। 

Also Read: Budget 2022; ରିଅଲ ଇଷ୍ଟେଟ, ରିଟେଲର୍ସ ଉପରେ ପଡ଼ିପାରେ ସରକାରଙ୍କ କୃପାଦୃଷ୍ଟି

WHO କହିଛି ଯେ ମଣିଷ ଉପରେ ଏହାର ପ୍ରଭାବ ଜାଣିବା ପାଇଁ ଅଧିକ ଗବେଷଣା ଆବଶ୍ୟକ କରିବା ଜରୁରୀ।  | ସ୍ୱାସ୍ଥ୍ୟ ସଂସ୍ଥା TASS ନ୍ୟୁଜ୍ ଏଜେନ୍ସିର ଉଦ୍ଧେଶ୍ୟରେ କହିଛି ଯେ, ଅଧ୍ୟୟନରେ ମିଳିଥିବା ଭୂତାଣୁ ମଣିଷ ପାଇଁ ବିପଦ ସୃଷ୍ଟି କରିବେ କି ନାହିଁ ତାହା ଉପରେ ଅଧିକ ଅଧ୍ୟୟନ ଆବଶ୍ୟକ ହେବ। ଏହା ଏପର୍ଯ୍ୟନ୍ତ ସମୀକ୍ଷା କରାଯାଇ ନାହିଁ। ଯେକୌଣସି ଅଧ୍ୟୟନର ସତ୍ୟତା ପାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।