ସାରା ଦେଶରେ CAA ଲାଗୁ, ଜାଣନ୍ତୁ ନାଗରିକତ୍ୱ ପାଇଁ କିପରି କରିବେ ଆବେଦନ
Advertisement

ସାରା ଦେଶରେ CAA ଲାଗୁ, ଜାଣନ୍ତୁ ନାଗରିକତ୍ୱ ପାଇଁ କିପରି କରିବେ ଆବେଦନ

CAA: ୨୦୧୯ ଡିସେମ୍ବର ୧୩ରେ ଭାରତରେ ନାଗରିକତ୍ବ ସଂଶୋଧନ ଆଇନ ପ୍ରଣୟନ କରାଯାଇଥିଲା । ଆଇନ ପ୍ରଣୟନର ୪ ବର୍ଷ ୩ ମାସ ପରେ ସରକାର ଏହାକୁ କାର୍ଯ୍ୟକାରୀ ଲାଗି ବିଜ୍ଞପ୍ତି ଜାରି କରିଛନ୍ତି । ଏନେଇ ଜଣେ ମୁଖପାତ୍ର କହିଛନ୍ତି, ‘ଆଇନ ଅନୁଯାୟୀ ଯେଉଁମାନେ ଭାରତର ନାଗରିକତ୍ବ ପାଇବାକୁ ଯୋଗ୍ୟ ସେମାନେ ଏବେ ଆବେଦନ କରିପାରିବେ । ନାଗରିକତ୍ବ ଆବେଦନ ସମ୍ପୂର୍ଣ୍ଣ ଭାବେ ଅନଲାଇନ ମାଧ୍ୟମରେ ହେବ’ ।

ସାରା ଦେଶରେ CAA ଲାଗୁ, ଜାଣନ୍ତୁ ନାଗରିକତ୍ୱ ପାଇଁ କିପରି କରିବେ ଆବେଦନ

CAA: ଦେଶରେ ବିବାଦୀୟ ନାଗରିକତ୍ବ ସଂଶୋଧନ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସୋମବାର ବିଜ୍ଞପ୍ତି ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏର କାର୍ଯ୍ୟକାରିତା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ଡିସେମ୍ବର ୧୩ରେ ଭାରତରେ ନାଗରିକତ୍ବ ସଂଶୋଧନ ଆଇନ ପ୍ରଣୟନ କରାଯାଇଥିଲା । ଆଇନ ପ୍ରଣୟନର ୪ ବର୍ଷ ୩ ମାସ ପରେ ସରକାର ଏହାକୁ କାର୍ଯ୍ୟକାରୀ ଲାଗି ବିଜ୍ଞପ୍ତି ଜାରି କରିଛନ୍ତି । ଏନେଇ ଜଣେ ମୁଖପାତ୍ର କହିଛନ୍ତି, ‘ଆଇନ ଅନୁଯାୟୀ ଯେଉଁମାନେ ଭାରତର ନାଗରିକତ୍ବ ପାଇବାକୁ ଯୋଗ୍ୟ ସେମାନେ ଏବେ ଆବେଦନ କରିପାରିବେ । ନାଗରିକତ୍ବ ଆବେଦନ ସମ୍ପୂର୍ଣ୍ଣ ଭାବେ ଅନଲାଇନ ମାଧ୍ୟମରେ ହେବ’ ।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ ସିଏଏ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ତେବେ ଏହା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେବାରୁ ଆଇନକୁ କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା। ସିଏଏ ବିରୋଧୀ ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ଏପର୍ଯ୍ୟନ୍ତ ଉକ୍ତ ଆଇନର ନିୟମାବଳୀ ଉପରେ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ପାର୍ଲାମେଣ୍ଟ କାର୍ଯ୍ୟର ମାନୁଆଲ ଅନୁଯାୟୀ କୌଣସି ଆଇନ ରାଷ୍ଟ୍ରପତିଙ୍କ ସ୍ବୀକୃତ ପାଇବାର ୬ ମାସ ମଧ୍ୟରେ ନିୟମାବଳୀ ପ୍ରସ୍ତୁତ ହେବା ଆବଶ୍ୟକ। ଏହି ସମୟସୀମା ବଢ଼ାଇବା ପାଇଁ ସରକାର ଲୋକ ସଭା ଓ ରାଜ୍ୟ ସଭାର କମିଟି ନିକଟରେ ଏକାଧିକ ଥର ଆବେଦନ କରିଥିଲେ। ନାଗରିକତ୍ୱ ଆବେଦନର ସମସ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି। ବିନା ଡକ୍ୟୁମେଣ୍ଟରେ ଆବେଦନକାରୀ କେବେ ଭାରତ ଆସିଥିଲେ, ଉକ୍ତ ବର୍ଷ ଘୋଷଣା କରିବାକୁ ହେବ। ଏହା ବ୍ୟତୀତ ଆବେଦନକାରୀଙ୍କୁ ଅନ୍ୟ କୌଣସି ଦସ୍ତାବିଜ ମଗାଯିବ ନାହିଁ। ଲୋକ ସଭା ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗତ ମାସରେ କହିଥିଲେ।

ସିଏଏ କ’ଣ?

ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣ ମୁସଲିମ୍ ସଂଖ୍ୟାଲଘୁ ଯଥା, ହିନ୍ଦୁ, ଶିଖ୍, ଶ୍ରୀଷ୍ଟିଆନ୍ ,ବୌଦ୍ଧ, ଜୈନ ଓ ପାର୍ସି ଧର୍ମାବଲମ୍ବୀ ବ୍ୟକ୍ତି ଯେଉଁମାନେ ସେଠାରେ ଅତ୍ୟାଚାରର ଶିକାର ହୋଇ ଫଳରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ଅଣମୁସଲମାନ ଭାରତରେ ଶରଣାର୍ଥୀ ଭାବେ ବସବାସ କରିଆସୁଥିବେ ସେମାନଙ୍କୁ ଆବେଦନ ଭିତ୍ତିରେ ନାଗରିକତ୍ବ ପ୍ରଦାନ କରାଯିବ । ଆଗାମୀ ୬ ବର୍ଷ ମଧ୍ଯରେ ଏହିସବୁ ବିଦେଶୀ ନାଗରିକଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ । ସଂଶୋଧିତ ଆଇନ ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ପଡ଼ୋଶୀ ରାଷ୍ଟ୍ରରୁ ଆସିଥିବା ମୁସଲିମମାନଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ ନାହିଁ ।

ତେବେ ବିରୋଧୀ ଦଳ ଗୁଡ଼ିକ ଆଇନର ଏପରି ବ୍ୟବସ୍ଥାକୁ ବିରୋଧ କରିଛନ୍ତି । ଦେଶରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ସିଏଏ ବିଜ୍ଞପ୍ତି ପ୍ରକାଶକୁ କଂଗ୍ରେସ ସମାଲୋଚନା କରିଛି । ଏନେଇ ଦଳ କହିଛି, ଦେଶର ନିର୍ବାଚନକୁ ବିଭାଜନ କରିବା ପାଇଁ ସରକାର ଏପରି ବିଜ୍ଞପ୍ତି ଜାରି କରିଛନ୍ତି ।  ସେପଟେ ଏନେଇ ସରକାର କହିଛନ୍ତି ଯେ, ମୁସଲମାନ ବହୁଳ ରାଷ୍ଟ୍ରରେ ଅଣ ମୁସଲିମମାନେ ନିର୍ଯାତିତ କିମ୍ବା ସେଠାକାର ଧାର୍ମିକ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟନୁଷ୍ଠାର ଶିକାର ହୋଇ ଭୟରେ ଭାରତ ଚାଲି ଆସିଛନ୍ତି । ଏପରି କ୍ଷେତ୍ରରେ ଅସୁରକ୍ଷିତଙ୍କୁ ଭାରତରେ ଆଶ୍ରୟ ଦେବା ଲାଗି ଏହି ଆଇନ ପ୍ରଣୟନ କରାଯାଇଛି ।

କେଉଁମାନେ କରିପାରିବେ ଆବେଦନ

ବିଦେଶରୁ ଭାରତ ଆସୁଥିବା ନାଗରିକ,
ଭାରତରେ ବିବାହ କରୁଥିବା ନାଗରିକ,
ନାବାଳକ ଶିଶୁ, ଭାରତୀୟ ପିତାମାତାଙ୍କର ସନ୍ତାନ,
ଭାରତୀୟ ମାତା କିମ୍ବା ପିତାଙ୍କ ସନ୍ତାନ ପାଇଁ
overseas citizen of india card ହୋଲଡର
ଭାରତକୁ ଆସୁଥିବା ଓ ନାଗରିକ ଭାବରେ ବାସ କରୁଥିବା ଲୋକଙ୍କ ପାଇଁ ।

ଆବେଦନର ପ୍ରକ୍ରିୟା

ଆବେଦନ ପାଇଁ ଏହାର ଅଫିସିଆଲ୍ ପୋର୍ଟାଲ୍ https://indiancitizenshiponline.nic.in/  କୁ ଯାଇ ସେଠାରେ CAA ଅପସନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଭାରତୀୟ ନାଗରିକତା ପାଇଁ ଥିବା ଆବେଦନ ଅପସନ୍ ଉପରେ କ୍ଲିକ୍ କରନ୍ତୁ । ପରେ ଲଗଇନ୍ ପେଜ୍ ରେ ନିଜ ଇମେଲ୍ ଓ ମୋବାଇଲ୍ ନମ୍ବର ପୈଠ କରନ୍ତୁ। ଶେଷରେ କ୍ୟାପଚା ପୂରଣ କରି କଣ୍ଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ ।