Telangana: ନୂତନ ସଚିବାଳୟରେ ଅଗ୍ନିକାଣ୍ଡ, ୧୭ ଫେବୃଆରୀରେ ହୋଇଥାନ୍ତା ଉଦଘାଟନ
Advertisement
Article Detail0/zeeodisha/odisha1557161

Telangana: ନୂତନ ସଚିବାଳୟରେ ଅଗ୍ନିକାଣ୍ଡ, ୧୭ ଫେବୃଆରୀରେ ହୋଇଥାନ୍ତା ଉଦଘାଟନ

Telangana Fire News Today: ଶୁକ୍ରବାର ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଠାରେ ଅବସ୍ଥିତ ନୂତନ ସଚିବାଳୟରେ ହୋଇଯାଇଛି ଅଗ୍ନିକାଣ୍ଡ। ଏହି ଘଟଣାରେ ପ୍ରତିକ୍ରିୟା ରଖି ଅଧିକାରୀ କହିଛନ୍ତି ଅଗ୍ନିକାଣ୍ଡରେକେହି ପ୍ରାଣ ହରାଇ ନାହାଁନ୍ତି। 

Telangana: ନୂତନ ସଚିବାଳୟରେ ଅଗ୍ନିକାଣ୍ଡ, ୧୭ ଫେବୃଆରୀରେ ହୋଇଥାନ୍ତା ଉଦଘାଟନ

Fire in Telangana New Secretariat: ଫେବୃଆରୀ ୩ ତାରିଖରେ ଶୁକ୍ରବାର ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଠାରେ ଅବସ୍ଥିତ ନୂତନ ସଚିବାଳୟରେ ଘଟିଯାଇଛି ଏକ ବଡ ଧରଣର ଅଗ୍ନିକାଣ୍ଡ। ହେଲେ ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣା ପଡ଼ିନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ଏହି ନୂତନ ସଚିବାଳୟକୁ ଆସନ୍ତା ୧୭ ଫେବୃଆରୀରେ ଉଦଘାଟନ କରିଥାନ୍ତେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। 

ରାଜଧାନୀ ହାଇଦ୍ରାବାଦ ଠାରେ ଅବସ୍ଥିତ ନୂତନ ସଚିବାଳୟରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛି ତେଲେଙ୍ଗାନା ପୋଲିସ। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ସକାଳେ ନୂତନ ସଚିବାଳୟ ଠାରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ତତକ୍ଷଣାତ୍ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନୂତନ ସଚିବାଳୟର ତଳ ମହଲାରେ ଅଗ୍ନିକାଣ୍ଡ ହୋଉଥିବାର ଖବର ମିଳିଛି। ଧୂଆଁ ବ୍ୟାପିବା ପରେ ନିଆଁ ଲାଗିବା ସମ୍ପର୍କରେ ଜଣାପଡ଼ିଥିଲା। ଅଧିକାରୀଙ୍କ କହିବା ଅନୁସାରେ ଏହି ଘଟଣାରେ କେହି ପ୍ରାଣ ହରାଇ ନାହାଁନ୍ତି। ଅଗ୍ନିକାଣ୍ଡ ପଛରେ କେଉଁ କାରଣ ରହିଛି ତାହା ଜଣା ପଡିନାହିଁ।

ତେଲେଙ୍ଗାନା ପୋଲିସ ପକ୍ଷରୁ କୁହାଯାଇଛି ଯେ ନୂତନ ସଚିବାଳୟ ଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ପଛରେ ଯିଏ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଗ୍ନିକାଣ୍ଡ ଘଟଣାରେ ଅନୁସନ୍ଧାନ କରାଯାଉଥିବା ନେଇ ଜଣାଇଛି ପୋଲିସ। 

ତେଲେଙ୍ଗାନାର ନୂତନ ସଚ୍ଚିବାଳୟରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ୨ ପ୍ରମୁଖ ବିରୋଧୀ ଦଳ ବିଜେପି-କଂଗ୍ରେସ। ତେଲେଙ୍ଗାନା ବିଜେପି ସଭାପତି ବନ୍ଦୀ ସଞ୍ଜୟ କୁମାର କହିଛନ୍ତି ଯେ ନୂତନ ସଚିବାଳୟ ସମେତ ହାଇଦ୍ରାବାଦ ସହରର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଭଳି ଘଟଣା ସାମ୍ନାକୁ ଆସୁଛି। ସାଧାରଣ ଲୋକଙ୍କ ଜୀବନ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ରାଜ୍ୟରେ କ୍ଷମତାସୀନ ବିଆରଏସ ସରକାର ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଅଡିଟ୍ କରିବା ଆବଶ୍ୟକ ବୋଲି ଦଳ ଦାବି କରୁଛି। ନୂତନ ସଚିବାଳୟର ଉଦଘାଟନ ତାରିଖ ଆଗକୁ ବଢାଇବା ପାଇଁ ଦାବି କରିଛନ୍ତି ତେଲେଙ୍ଗାନା ବିଜେପି ସଭାପତି।

ଅନ୍ୟପଟେ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ଏ.ରେବନ୍ତ ରେଡ୍ଡୀ କହିଛନ୍ତି, ଯେତେବେଳେ ଆମ ଦଳର କର୍ମୀ ନୂତନ ସଚିବାଳୟରେ ହୋଇଥବା ଅଗ୍ନିକାଣ୍ଡ ଘଟଣାରେ ସତ କହିବାକୁ ଯାଇଥିଲେ, ସେତେବେଳେ ସେମାନଙ୍କୁ ଗିରଫ କରାଯାଇଥିଲା। ମୁଁ ଏହାକୁ ନିନ୍ଦା କରୁଛି