ବଳଶାଳୀ ହେବ ଆଇଏଏଫ: ଖୁବଶୀଘ୍ର ଋଷିଆରୁ ମିଳିବ ସୁଖୋଇ-30mki ଏବଂ ମିଗ-29 ଯୁଦ୍ଧବିମାନ
Advertisement
Article Detail0/zeeodisha/odisha698916

ବଳଶାଳୀ ହେବ ଆଇଏଏଫ: ଖୁବଶୀଘ୍ର ଋଷିଆରୁ ମିଳିବ ସୁଖୋଇ-30mki ଏବଂ ମିଗ-29 ଯୁଦ୍ଧବିମାନ

 ବାୟୁସେନାର ଶକ୍ତି ବଢାଇବା ପାଇଁ ସାମରିକ ସହଯୋଗୀ ଋଷ ପକ୍ଷରୁ ଭାରତକୁ ମିଳିବ ସୁଖୋଇ-30mki ଏବଂ ମିଗ-29 ଯୁଦ୍ଧବିମାନ  |

ବଳଶାଳୀ ହେବ ଆଇଏଏଫ: ଖୁବଶୀଘ୍ର ଋଷିଆରୁ ମିଳିବ ସୁଖୋଇ-30mki ଏବଂ ମିଗ-29 ଯୁଦ୍ଧବିମାନ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ପଟୁ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ସାମରିକ ଶକ୍ତି ବଢାଇବାକୁ ଯୋଜନା କରିଛି ଭାରତ | ଏହି କ୍ରମରେ ଭାରତୀୟ ବାୟୁସେନାକୁ ମିଳିବାକୁ ଥିବା ସୁଖୋଇ-30mki ଏବଂ ମାଇକୋୟାନ୍-ଗୁରେଭିଚ୍ ମିଗ-29 ଯୁଦ୍ଧବିମାନ ଖୁବ ଶୀଘ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି ଋଷିଆ | ଭାରତକୁ ପ୍ରାୟ ୩୩ଟି ଯୁଦ୍ଧ ବିମାନ ମିଳିବାକୁ ରହିଛି       

ପୂର୍ବରୁ ଭାରତୀୟ ବାୟୁସେନା-ଆଇଏଏଫ(Indian Air Force-IAF) ଆଧୁନୀକରଣ କାର୍ଯ୍ୟରେ ସହଯୋଗ କରିଛି ଋଷିଆ | ୧୯୮୫ ମସିହାରେ ଭାରତକୁ ପ୍ରଥମ ମିଗ-29 ଯୁଦ୍ଧବିମାନ ମିଳିଥିଲା | ଏହାକୁ ଋଷିଆ ପକ୍ଷରୁ ପୁନର୍ବାର ବିକାଶିତ କରାଯିବା ପରେ ଏହା ବର୍ତ୍ତମାନ ଚତୁର୍ଥ ପୀଢି(fourth generation) ଯୁଦ୍ଧ ବିମାନ  ତାଲିକାରେ ରହିଛି |   

ମିଗ-29 ଫାଇଟର ଜେଟକୁ ବିକଶିତ କରାଯିବା ପରେ ଏହାର ଶକ୍ତି ଅନେକାଂଶରେ ବୃଦ୍ଧି ପାଇବ | ଏହା ଦ୍ୱାରା ବିଦେଶୀ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ କୌଣସି ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିବା, ରାଡାର ବିନା  ଆକ୍ରମଣ କରିବା, ଅଧିକ ଦୂରତାରେ ଏବଂ ଉଚ୍ଚତା ଥିବା କୌଣସି ଟାର୍ଗେଟକୁ ପରିସର ଭୂକ୍ତ କରିବା ଆଦି କାର୍ଯ୍ୟ ସମ୍ଭବ ହୋଇପାରିବ | ଏହା ସହିତ ଏହାର ବ୍ୟବହାରକୁ ଆଗାମୀ ୪୦ ବର୍ଷ ପର୍ଯ୍ୟନ୍ତ ବଢା ଯାଇ ପାରିବ | 

ଭାରତୀୟ ବାୟୁସେନାକୁ ଏହାର ପ୍ରଥମ ସୁଖୋଇ-30mki ବ୍ରହ୍ମୋସ୍-ଏ କ୍ରୁଜ୍ କ୍ଷେପଣାସ୍ତ୍ର ସହ ଚଳିତ ବର୍ଷ ଜାନୁଆରୀରେ ହସ୍ତଗତ ହୋଇଥିଲା | ସୁପରସୋନିକ ବ୍ରହ୍ମୋସ ମିସାଇଲକୁ ଉତକ୍ଷେପଣ କରିବାରେ ସୁଖୋଇ ଯଦ୍ଧ ବିମାନ ସକ୍ଷମ | ଉଭୟ ଭାରତ-ଋଷିଆ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁପରସୋନିକ ବ୍ରହ୍ମୋସ ମିସାଇଲ ଖୁବଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ କରାଯିବ |     

ଆଇଏଏଫକୁ ସୁଖୋଇ-30mki ଯୁ୍ଦ୍ଧ ବିମାନ ହସ୍ତାନ୍ତର କରିବାକୁ ୧୯୯୬ ମସିହା ନଭେମ୍ବର ୩୦ ତାରିଖରେ ଭାରତ-ଋଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷାର ହୋଇଥିଲା | ଯାହାର ନିର୍ମାଣ ବର୍ଷ ୨୦୦୨-୦୪ ଆରମ୍ଭ ହୋଇଥିଲା | ଏଭଳି ବହୁମୁଖି ଯୁଦ୍ଧ ବିମାନର ପ୍ରଦର୍ଶନରେ ଭାରତୀୟ ବାୟୁସେନା ସନ୍ତୁଷ୍ଟ ହେବା ସହ ଋଷିଆ ଠାରୁ ଆଉ ଅଧିକ ଏଭଳି ଯୁଦ୍ଧ ବିମାନ ପାଇବା ନେଇ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅର୍ଡର ଦିଆଯାଇଛି | 

ବର୍ଷ ୨୦୦୦  ଡିସେମ୍ବରରେ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଉଦ୍ୟମରେ ଭାରତରେ ସୁଖୋଇ-30mki ଉତ୍ପାଦନ ନେଇ ଉଭୟ ଦେଶ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ | ଏହ ପରେ ବର୍ଷ ୨୦୧୨ରେ ବୈଷୟିକ କ୍ଷମତାକୁ ଆହୁରି ବଢାଇବା ନେଇ ଅନ୍ୟ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା | ସୁଖୋଇ-30mki ପ୍ରକଳ୍ପ ଏକ ବିଦେଶୀ ଦେଶ ସହିତ ଭାରତର ସାମରିକ ଇତିହାସରେ ସବୁଠାରୁ ସହଯୋଗ |