ଜାପାନରୁ ହଟିଲା ଜରୁରୀକାଳୀନ ପରିସ୍ଥିତି
Advertisement
Article Detail0/zeeodisha/odisha686340

ଜାପାନରୁ ହଟିଲା ଜରୁରୀକାଳୀନ ପରିସ୍ଥିତି

ଉଲ୍ଲେଖନୀୟ ଯେ, ସୋମବାର ସକାଳ ସୁଦ୍ଧା ଜାପାନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୬,୫୫୦ ଥିଲା। ଅନ୍ୟପକ୍ଷେ ଏହି କୋଭିଡ-19 ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୮୨୦ ଲୋକ ପ୍ରାଣ ହରାଇଛନ୍ତି ।

 ଜାପାନରୁ ହଟିଲା ଜରୁରୀକାଳୀନ ପରିସ୍ଥିତି

ଟୋକିଓ: କୋରୋନା ଭାଇରସର ମୁକାବିଲା ପାଇଁ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ୍ ଜାରି ରହିଛି । ଅନ୍ୟପକ୍ଷେ ଜାପାନରେ କୋରୋନା ସଂକ୍ରମଣ ମାମଲାରେ ହ୍ରାସ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ହଟାଇବାକୁ ଘୋଷଣା କରିଛନ୍ତି । ଜାପାନରେ କେରୋନା ଭୂତାଣୁ ମୁକାବିଲା ପାଇଁ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ଆବେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, "ଜରୁରୀକାଳୀନ ପରିସ୍ଥିତିକୁ ହଟାଇବା ପାଇଁ ଆମର ବହୁତ କଠୋର ମାନଦଣ୍ଡ ଥିଲା । ଆମେ ଏହି ମାନଦଣ୍ଡକୁ ପୂରଣ କରିଛୁ । ତେଣୁ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯାଇଛି । ଆଜି ଆମେ ସାରା ଦେଶରୁ ଜରୁରୀକାଳୀନ ପରିସ୍ଥିତିକୁ ହଟାଇଦେବୁ ।"

ଉଲ୍ଲେଖନୀୟ ଯେ, ସୋମବାର ସକାଳ ସୁଦ୍ଧା ଜାପାନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୬,୫୫୦ ଥିଲା। ଅନ୍ୟପକ୍ଷେ ଏହି କୋଭିଡ-19 ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୮୨୦ ଲୋକ ପ୍ରାଣ ହରାଇଛନ୍ତି ।