ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟ ଡ୍ର ହେବା ପରେ କୋଚ୍ ଦ୍ରାବିଡ ନେଲେ ବଡ଼ ନିଷ୍ପତ୍ତି, ସମସ୍ତେ କରୁଛନ୍ତି ପ୍ରଶଂସା
Advertisement
Article Detail0/zeeodisha/odisha1037904

ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟ ଡ୍ର ହେବା ପରେ କୋଚ୍ ଦ୍ରାବିଡ ନେଲେ ବଡ଼ ନିଷ୍ପତ୍ତି, ସମସ୍ତେ କରୁଛନ୍ତି ପ୍ରଶଂସା

ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ମ୍ୟାଚ୍ ବିଜେତା ବୋଲି କହି ଭାରତୀୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ଟେଷ୍ଟ କ୍ରିକେଟରେ ଦେଶର ତୃତୀୟ ସଫଳ ବୋଲର ହେବାର ସଫଳତା ଅତ୍ୟନ୍ତ ସ୍ୱତନ୍ତ୍ର । 

ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟ ଡ୍ର ହେବା ପରେ କୋଚ୍ ଦ୍ରାବିଡ ନେଲେ ବଡ଼ ନିଷ୍ପତ୍ତି, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନୂତନ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଶିବ କୁମାରଙ୍କ ନେତୃତ୍ୱରେ ଗ୍ରୀନ୍ ପାର୍କ ମୈଦାନରେ ଭଲ ପିଚ୍ ପ୍ରସ୍ତୁତ କରିବା ପାଇଁ କର୍ମଚାରୀଙ୍କୁ ୩୫,୦୦୦ ଟଙ୍କାର ପ୍ରୋତ୍ସାହିତ ରାଶି ଦ୍ୱାରା ସମ୍ନାନିତ କରିଛନ୍ତି । ଭାରତୀୟ ବଂଶଦ୍ଭୋବ ଏଜାଜ ପଟେଲ (Ajaz Patel) ଓ ରଚିନ୍ ରବିନ୍ଦ୍ର (Rachin Ravindra) ସୋମବାର ଗ୍ରୀନ୍ ପାର୍କରେ ଚମତ୍କାର ସଂଯମତାର ପରିଚୟ ଦେଇ ଶେଷ ୱିକେଟ୍ ସଂରକ୍ଷଣ କରି ନ୍ୟୁଜିଲାଣ୍ଡକୁ ପରାଜୟ ହେବାରୁ ରକ୍ଷା କରିଥିଲେ । ପରେ ପ୍ରେସ ବକ୍ସରେ ଉତ୍ତରପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (UPCA) ଘୋଷଣା କରିଛି ଯେ, "ଆମେ ଏକ ଆଧିକାରୀକ ଘୋଷଣା କରିବାକୁ ଚାହୁଁଛୁ । ରାହୁଲ ଦ୍ରାବିଡ ବ୍ୟକ୍ତିଗତ ଭାବରେ ଆମର ଗ୍ରାଉଣ୍ଡ କର୍ମଚାରୀଙ୍କୁ ୩୫,୦୦୦ ଟଙ୍କା ଦେଇଛନ୍ତି ।"

ନିଜ ସମୟରେ ଦ୍ରାବିଡ ନିଜର ନିରପେକ୍ଷ ଖେଳ ପାଇଁ ଜଣାଶୁଣା ଥିଲେ । ଗ୍ରାଉଣ୍ଡମ୍ୟାନ୍ସଙ୍କୁ ମିଳିଥିବା ପ୍ରୋତ୍ସାହନ ରାଶି ଏହାର ଏକ ପ୍ରତୀକ ଥିଲା ଯେ ପିଚ୍ ମ୍ୟାଚ୍ରର ପାଞ୍ଚ ଦିନ ବୋଲର ଓ ବ୍ୟାଟ୍ସମ୍ୟାନ୍ସଙ୍କ ପାଇଁ କିଛି ଥିଲା । ଏହି ପିଚରେ ଯେଉଁଠାରେ ଉତ୍କୃଷ୍ଟ କୌଶଳ ପ୍ରଦର୍ଶନ କରୁଥିବା ଶ୍ରେୟସ୍ ଆୟର, ଶୁଭମାନ ଗିଲ, ଟମ ଲାଥାମ ଏବଂ ୱିଲ ୟଙ୍ଗଙ୍କ ଭଳି ବ୍ୟାଟ୍ସମ୍ୟାନ୍ସମାନେ ରନ୍ ସ୍କୋର କରିଥିଲେ ତ ଟିମ୍ ସାଉଥ୍ ଓ କାଇଲ୍ ଜାମିସନଙ୍କ ଭଳି ଦ୍ରୁତ ବୋଲରମାନେ ଭାରତର ଟପ୍ ଅର୍ଡରକୁ ଅସୁବିଧାରେ ପକାଇଥିଲେ । ଏହି ପିଚ୍ ଭାରତୀୟ ସ୍ପିନରମାନଙ୍କୁ ମଧ୍ୟ ସାହାଯ୍ୟ କରିଥିଲା ​​।

ଦ୍ରାବିଡ ଅଶ୍ୱିନଙ୍କ ସଫଳତାକୁ କହିଲେ ଅଦ୍ଭୂତପୂର୍ବ

ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ମ୍ୟାଚ୍ ବିଜେତା ବୋଲି କହି ଭାରତୀୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ଟେଷ୍ଟ କ୍ରିକେଟରେ ଦେଶର ତୃତୀୟ ସଫଳ ବୋଲର ହେବାର ସଫଳତା ଅତ୍ୟନ୍ତ ସ୍ୱତନ୍ତ୍ର । ଅଶ୍ୱିନ ନିଜର ୪୧୮ ତମ ଟେଷ୍ଟ ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିନରେ ଟମ୍ ଲାଥାମଙ୍କୁ ଆଉଟ୍ କରି ହରଭଜନ ସିଂଙ୍କୁ ପଛ ପକାଇଛନ୍ତି । ସେ ବର୍ତ୍ତମାନ କେବଳ ଅନିଲ କୁମ୍ବଲେ (୬୧୯) ଓ କପିଲ ଦେବ (୪୩୪) ଙ୍କ ପଛରେ ଅଛନ୍ତି । 

ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ କହିଛନ୍ତି ଯେ ମୁଁ ଭାବୁଛି ଏହା ଏକ ଅଦ୍ୱିତୀୟ ସଫଳତା । ଆପଣ ଜାଣନ୍ତି ହରଭଜନ ପ୍ରକୃତରେ ଜଣେ ଭଲ ବୋଲର ଥିଲେ ଯାହାଙ୍କ ସହ ମୁଁ ବହୁତ କ୍ରିକେଟ୍ ଖେଳିଛି । ଅଶ୍ୱିନଙ୍କ ପାଇଁ ମାତ୍ର ୮୦ ଟେଷ୍ଟ ମ୍ୟାଚରେ ତାଙ୍କୁ ଅତିକ୍ରମ କରିବା ଏକ ଅଦ୍ଭୁତପୂର୍ବ ସଫଳତା ।

ଏହା ବି ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-ପତିଙ୍କ ସହ ପ୍ରକାଶ ପର୍ବ ପାଳନ କରିବା ପାଇଁ ଲାହୋରକୁ ଯାଇଥିଲେ ମହିଲା, ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କୁ କଲେ ବିବାହ

ଏହା ବି ପଢ଼ନ୍ତୁ:-ଭାରତୀୟ ବଂଶୋଦ୍ଭବ ଏହି ୨ ଖେଳାଳି ଭାଙ୍ଗିଲେ ଟିମ୍ ଇଣ୍ଡିଆର ସ୍ୱପ୍ନ, ଶେଷ ୫୨ ବଲ୍ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ

ଏହା ବି ପଢ଼ନ୍ତୁ:-୩୦ ବର୍ଷ ପରେ କଂଗ୍ରେସରେ ଦେଖିବାକୁ ମିଳୁଛି 'ଖୁସି', କିନ୍ତୁ ୟୁପି ଜିତିବା ପାଇଁ ଦଳ ସାମ୍ନାରେ ରହିଛି ଏସବୁ ଚ୍ୟାଲେଞ୍ଜ

ଏହା ବି ପଢ଼ନ୍ତୁ:-ଚୀନର ଋଣ ଜାଲରେ ଫସିଲା ଆଉ ଏକ ଦେଶ, 'ଡ୍ରାଗନ'କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେଲା ଦେଶର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦର