IND vs NZ 2nd Test: ନିୟମିତ ଅଧିନାୟକ ବିରାଟ କୋହଲି (Virat Kohli) ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦଳକୁ ଫେରିବେ । ଏପରି ପରିସ୍ଥିତିରେ ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ହେବା ନିଶ୍ଚିତ ରହିଛି ।
Trending Photos
IND vs NZ, 2nd Test Match: ଭାରତୀୟ ଦଳ ଶୁକ୍ରବାର ଦିନ ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର (India vs new Zealand) ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଖେଳିବ । ଏହି ମ୍ୟାଚରେ ନିୟମିତ ଅଧିନାୟକ ବିରାଟ କୋହଲି (Virat Kohli) ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ଏହା ବ୍ୟତୀତ ଟିମ୍ ଇଣ୍ଡିଆ (Team India) ମଧ୍ୟ ଶେଷ ମ୍ୟାଚରେ କିଛି ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇ ପାରେ । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ମ୍ୟାଚ୍ ସିରିଜ୍ ପାଇଁ ନିର୍ଣ୍ଣାୟକ ହେବ । ଏହି ସିରିଜର ପ୍ରଥମ ମ୍ୟାଚ୍ ଡ୍ର ହୋଇଥିଲା ଏବଂ ଭାରତୀୟ ଦଳ ବିଜୟର ଅତି ନିକଟ ଯାଇ ମଧ୍ୟ ଏଥିରୁ ବଞ୍ଚିତ ହୋଇଥିଲା । ଏଭଳି ପରିସ୍ଥିତିରେ ଦଳ ଏହି ମ୍ୟାଚରେ କୌଣସି ଭୁଲ କରିବାକୁ ଚାହୁଁନାହିଁ । ଟିମ୍ ଇଣ୍ଡିଆର (Team India Probable Playing 11) ସମ୍ଭାବ୍ୟ ଏକାଦଶ ଖେଳିବା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ନଜର ପକାନ୍ତୁ...
ବାଦ୍ ପଡିପାରନ୍ତି ଅଜିଙ୍କ୍ୟ ରାହାଣେ
ପ୍ରଥମ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିବା ଅଜିଙ୍କ୍ୟ ରାହାଣେ ପ୍ରଥମ ଇନିଂସରେ ୩୫ ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୪ ରନ୍ ସ୍କୋର କରିଥିଲେ । ରାହାଣେ ଦୀର୍ଘ ସମୟ ଧରି ନିଜର ଖରାପ ଫର୍ମ ସହିତ ସଂଗ୍ରାମ କରି ଆସୁଛନ୍ତି । ଏଭଳି ପରିସ୍ଥିତିରେ ରାହାଣେଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ୍ ଦିଆଯାଇପାରେ । ଏହା ବ୍ୟତୀତ ମୟଙ୍କ ଅଗ୍ରୱାଲ ଓ ଚେତେଶ୍ୱର ପୂଜାରା ମଧ୍ୟରୁ ଜଣକୁ ମଧ୍ୟ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯାଇପାରେ । ଗତ ମ୍ୟାଚରେ ଦଳ ପରିଚାଳନା ରାହାଣେଙ୍କୁ ସୁଯୋଗ ଦେବ କି ନାହିଁ ତାହା ଦେଖିବା ମଜାଦାର ହେବ ।
ଏହା ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ
ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟର, ରିଦ୍ଧିମାନ ସାହା (wk), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା, ଉମେଶ ଯାଦବ ।
ରିଦ୍ଧିମାନ ସାହାଙ୍କ ଖେଳିବା ନେଇ ରହିଛି ସସପେନ୍ସ
ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ୍ କିପର ରିଦ୍ଧିମାନ ସାହା ଅର୍ଦ୍ଧଶତକର ର୍କ ଚମତ୍କାର ଇନିଂସ ଖେଳିଥିଲେ ମଧ୍ୟ ସେ ଆହତ ଅଛନ୍ତି । ଯଦି ସେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଫିଟ୍ ନୁହଁନ୍ତି, ତେବେ ତାଙ୍କ ସ୍ଥାନରେ କେ.ଏସ୍ ଭରତଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ ।
ଏହା ବି ପଢ଼ନ୍ତୁ: ବାତିଲ ହେବ କି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ? BCCI ସଭାପତି ଗାଙ୍ଗୁଲି ଦେଲେ ଏହି ବଡ଼ ବୟାନ
ଏହା ବି ପଢ଼ନ୍ତୁ: ଭାରତରେ ଜନ୍ମିତ ପାରାଗ ଅଗ୍ରୱାଲଙ୍କର ଟ୍ୱିଟର CEO ହେବା ପର୍ଯ୍ୟନ୍ତ କିଛି ଏହିପରି ଥିଲା ଯାତ୍ରା