IND vs NZ 2nd Test: ଅଶ୍ୱିନ ଓ ସିରାଜଙ୍କ ବୋଲିଂ ଆତଙ୍କ! 62 ରନରେ ଅଲଆଉଟ୍ ହେଲା ନ୍ୟୁଜିଲାଣ୍ଡ
Advertisement
Article Detail0/zeeodisha/odisha1040640

IND vs NZ 2nd Test: ଅଶ୍ୱିନ ଓ ସିରାଜଙ୍କ ବୋଲିଂ ଆତଙ୍କ! 62 ରନରେ ଅଲଆଉଟ୍ ହେଲା ନ୍ୟୁଜିଲାଣ୍ଡ

IND vs NZ 2nd Test: ଭାରତ ବିପକ୍ଷ ଟେଷ୍ଟରେ ଏହା ହେଉଛି ନ୍ୟୁଜିଲାଣ୍ଡର ସର୍ବନିମ୍ନ ସ୍କୋର । ଏହାପୂର୍ବରୁ 2002 ରେ ହାମିଲଟନରେ ନ୍ୟୁଜିଲାଣ୍ଡ 94 ରନର ସର୍ବନିମ୍ନ ସ୍କୋର କରିଥିଲା ।

IND vs NZ 2nd Test: ଅଶ୍ୱିନ ଓ ସିରାଜଙ୍କ ବୋଲିଂ ଆତଙ୍କ! 62 ରନରେ ଅଲଆଉଟ୍ ହେଲା ନ୍ୟୁଜିଲାଣ୍ଡ

ମୁମ୍ବାଇ: ଭାରତୀୟ ଦଳର 325 ରନ୍‌ର ଜବାବରେ ନ୍ୟୁଜିଲାଣ୍ଡର ଦଳ ପ୍ରଥମ ଇନିଂସରେ ମାତ୍ର 62 ରନ୍ ସଂଗ୍ରହ କରି 28.1 ଓଭରରେ ସମସ୍ତ ୱିକେଟ୍ ହରାଇଛି । ଅଧିନାୟକ ଟମ୍ ଲାଥାମ୍ ଏବଂ କାଇଲ୍ ଜାମିସନ୍ଙ୍କୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ୍ ଡବଲ୍ ଫିଗରକୁ ସ୍ପର୍ଶ କରିପାରି ନ ଥିଲେ । ଭାରତ ବିପକ୍ଷ ଟେଷ୍ଟରେ ଏହା ହେଉଛି ନ୍ୟୁଜିଲାଣ୍ଡର ସର୍ବନିମ୍ନ ସ୍କୋର । ଏହାପୂର୍ବରୁ 2002 ରେ ହାମିଲଟନରେ ନ୍ୟୁଜିଲାଣ୍ଡ 94 ରନର ସର୍ବନିମ୍ନ ସ୍କୋର କରିଥିଲା ।

ଏହା ସହ ପ୍ରଥମ ଇନିଂସରେ ଭାରତ 263 ରନର ଅଗ୍ରଣୀ ହାସଲ କରିଛି । ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ 4 ୱିକେଟ୍ ନେଇଛନ୍ତି । ଏହାଛଡ଼ା ମହମ୍ମଦ ସିରାଜ 3, ଅକ୍ଷର ପଟେଲ 2 ଓ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

ଏହି ଟେଷ୍ଟର ଗୋଟିଏ ଇନିଂସରେ ସମସ୍ତ ୧୦ ଟି ୱିକେଟ୍ ନେଇ ଏଜାଜ୍ ପଟେଲ (Ajaz Patel) ବିଶ୍ୱର ତୃତୀୟ ବୋଲର ହୋଇଛନ୍ତି । ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଅର୍ଥାତ (India vs New Zealand) ଶନିବାର ଦିନ ସେ ଏହି କୀର୍ତ୍ତିମାନ କରିଛନ୍ତି । ଭାରତର ମହମ୍ମଦ ସିରାଜ (Mohammed Siraj) ଭାବରେ ଏଜାଜ୍ ପଟେଲ ନିଜର ଦଶମ ୱିକେଟ୍ ନେଇଥିଲେ । 

ଅକ୍ଷର ପଟେଲ ଅର୍ଦ୍ଧ ଶତକ
ତେବେ ମୟଙ୍କ ଅଗ୍ରୱାଲ ଏବଂ ଅକ୍ଷର ପଟେଲଙ୍କ ବୁଦ୍ଧିମାନ ଇନିଂସ ଯୋଗୁଁ ସକାଳେ ଭାରତ ବ୍ୟାଟିଂ ବିପର୍ଯ୍ୟୟରୁ ବାହାରକୁ ଆସିଥିଲା । ମୟଙ୍କ ଅଗ୍ରୱାଲ ନିଜର 150 ରନ୍ ମଧ୍ୟ ପୂରଣ କରିଥିଲେ । କିନ୍ତୁ, ମଧ୍ୟାହ୍ନ ଭୋଜନ ପରେ ମୟଙ୍କ ଅଗ୍ରୱାଲ ମଧ୍ୟ ଏଜାଜ ପଟେଲଙ୍କ ସ୍ପିନର ଶିକାର ହୋଇଥିଲେ । ଏଥିସହିତ ଅକ୍ଷର ପଟେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିବା ପରେ ଏଜାଜ ପଟେଲଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ଜୟନ୍ତ ଯାଦବ ମଧ୍ୟ ଏଜାଜ ପଟେଲଙ୍କ ଶିକାର ହୋଇଥିଲେ । ତେବେ ଏହି ଟେଷ୍ଟରେ ଟିମ୍ ଇଣ୍ଡିଆ ବହୁତ ଆଗରେ ଥିବାର ଦେଖାଯାଉଛି ।

ପ୍ରଥମ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ 263 ରନର ଅଗ୍ରଣୀ ହାସଲ କରିଛି । କିନ୍ତୁ ଦଳ ନ୍ୟୁଜିଲାଣ୍ଡକୁ ଫଲୋନ ଦେଇ ନଥିଲା । ଆଘାତ ଯୋଗୁଁ ଶୁଭମାନ ଗିଲ ଓପନିଂ ବ୍ୟାଟିଂ କରିବାକୁ ଆସି ନଥିଲେ । ଚେତନଶ୍ୱର ପୂଜାରା ଓ ମୟଙ୍କ ଅଗ୍ରୱାଲଙ୍କ ଦଳ ତରଫରୁ ଓପନିଂ କରୁଥିବାର ଦେଖିବାକୁ ମିଳିଛି ।