କୋହଲିଙ୍କୁ ଛୁଟି, ଟି-୨୦ ସହ ଟେଷ୍ଟରେ ଅଧିନାୟକ ହେବେ ରୋହିତ!
Advertisement
Article Detail0/zeeodisha/odisha1024559

କୋହଲିଙ୍କୁ ଛୁଟି, ଟି-୨୦ ସହ ଟେଷ୍ଟରେ ଅଧିନାୟକ ହେବେ ରୋହିତ!

IND vs NZ: ଟି-୨୦ ବିଶ୍ୱକପ ୨୦୨୧ ରେ ବିରାଟ କୋହଲି ଶେଷ ଥର ପାଇଁ ଭାରତୀୟ ଟି-୨୦ ଦଳର ଅଧିନାୟକ ହୋଇଥିଲେ । କିନ୍ତୁ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଖରାପ ଥିଲା । ଭାରତ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ । ଏହାପରେ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।

(ଫଟୋ - ICC)

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୧ (T20 World Cup 2021) ରେ ବିରାଟ କୋହଲି (Virat Kohli) ଶେଷ ଥର ପାଇଁ ଭାରତୀୟ ଟି-୨୦ ଦଳର ଅଧିନାୟକ ହୋଇଥିଲେ । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଖରାପ ଥିଲା । ଟିମ୍ ଇଣ୍ଡିଆ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ । ଏହାପରେ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଆସନ୍ତା ସପ୍ତାହରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟି-୨୦ ଏବଂ ଟେଷ୍ଟ ସିରିଜ୍ (IND vs NZ Series) ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ କୋହଲି ଏକ ଦୀର୍ଘ ଛୁଟିରେ ଯିବାକୁ ଯାଉଛନ୍ତି । ତାଙ୍କୁ ବିସିସିଆଇ (BCCI) ତରଫରୁ ଅନୁମୋଦନ ମଧ୍ୟ ମିଳିଛି । ତେବେ କୋହଲି କେତେ ଦିନ ଛୁଟିରେ ଯାଉଛନ୍ତି ସେନେଇ ବୋର୍ଡର କୌଣସି ଠୋସ୍ ସୂଚନା ନାହିଁ । ଏଭଳି ପରିସ୍ଥିତିରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଭୟ ଟେଷ୍ଟ ଖେଳି ନ ପାରନ୍ତି ଏବଂ ଦକ୍ଷିଣ ଆଫ୍ରିକା ଗସ୍ତରେ ସିଧାସଳଖ ଦଳରେ ଯୋଗ ଦେଇପାରନ୍ତି ବୋଲି ଏକ ସମ୍ଭାବନା ରହିଛି । ଯଦି ଏହା ଘଟେ ତେବେ ରୋହିତ ଶର୍ମା (Rohit Sharma) ଟି-୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି ।

ବିସିସିଆଇରୁ ଲମ୍ବା ଛୁଟି ମାଗିଛନ୍ତି କୋହଲି 
ବିସିସିଆଇର ଜଣେ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି ଯେ ନାମିବିୟା ବିପକ୍ଷ ମ୍ୟାଚ୍ ପରେ କୋହଲି ବୋର୍ଡରୁ ଛୁଟି ମାଗିଛନ୍ତି ଏବଂ ତାଙ୍କୁ ଅନୁମତି ମିଳିଛି । ଅଧିକାରୀ ଏହା କହିଛନ୍ତି ଯେ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ସେ ଦଳରେ ଯୋଗଦେବେ ବୋଲି ଜଣାପଡିଛି । ବିରାଟ ଅଧିନାୟକ ଭାବରେ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଇଂଲଣ୍ଡରେ ଭାରତକୁ ୨-୧ ରେ ଅଗ୍ରଣୀ କରାଇଥିଲେ । କିନ୍ତୁ ବର୍ତ୍ତମାନ ସେ ତାଙ୍କ ବ୍ୟାଟିଂ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।

ଅଧିକାରୀଙ୍କ କହିବାନୁସାରେ, ବିରାଟ କିପରି ତାଙ୍କର ଫର୍ମ ଫେରାଇ ଆଣି ପାରିବେ ତାହା ପାଇଁ କିଛି ଖାଲି ସମୟ ଆବଶ୍ୟକ କରନ୍ତି । ପରିବାର ସହିତ ସମୟ ବିତାଇବା ନିଶ୍ଚିତ ଭାବରେ ଏଥିରେ ସାହାଯ୍ୟ କରିବ । ବିସିସିଆଇ କାହାକୁ ବିଶ୍ରାମ ନେବାକୁ ବାରଣ କରେ ନାହିଁ । ଖେଳାଳିମାନେ ଆମ ପାଇଁ ପ୍ରଥମେ ଆସନ୍ତି । ଯଦି ଅଜିଙ୍କ୍ୟ ରାହାଣେ ଏବଂ ରୋହିତ ଶର୍ମା ଦଳ ସହିତ ରୁହନ୍ତି, ତେବେ ଏଥିରେ କୌଣସି ଅସୁବିଧା ହେବ ନାହିଁ ।

ବିରାଟ ଟେଷ୍ଟ ଦଳର ଅଧିନାୟକ ଭାବରେ ଜାରି ରଖିବେ
ଯେତେବେଳେ ପଚରାଗଲା ରୋହିତ ଶର୍ମା ବର୍ତ୍ତମାନ ଟେଷ୍ଟ ଦଳର କମାଣ୍ଡ ଦାୟିତ୍ୱ ଗ୍ରହଣ କରିବେ କି? କାରଣ ସେ ଟି -୨୦ ରେ ଅଧିନାୟକ ହେବେ, ତେବେ ବିସିସିଆଇ ଅଧିକାରୀ ଏହି କଥାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ କୋହଲି ଭାରତର ଟେଷ୍ଟ ଅଧିନାୟକ ହୋଇ ରହିବେ ଏବଂ ଦଳରେ ଯୋଗଦେବା ମାତ୍ରେ ଦାୟିତ୍ବ ଗ୍ରହଣ କରିବେ। ତାଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଟେଷ୍ଟ ଦଳର ଅଧିନାୟକ ଥିବାବେଳେ ରୋହିତ ଶର୍ମା ଉପ-ଅଧିନାୟକ ହେବେ । ଟି -୨୦ ରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ କେ.ଏଲ୍ ରାହୁଲ ଉପ-ଅଧିନାୟକ ହେବେ ।

ODI ଦଳର ଅଧିନାୟକତ୍ୱ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ 
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ODI ଦଳର ଅଧିନାୟକତ୍ୱ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯିବ ନାହିଁ । ବିରାଟ କୋହଲି ଏବେ ମଧ୍ୟ ଏକଦିବସୀୟ ଦଳର ଅଧିନାୟକ ଅଛନ୍ତି । ଜାନୁଆରୀରେ ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ । ବୋର୍ଡ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ବିରାଟ କେବଳ କିଛି ମ୍ୟାଚ୍ ପାଇଁ ବିଶ୍ରାମ ନେଉଛନ୍ତି । ଏହାଛଡ଼ା ଅଧିକ କିଛି ନାହିଁ । ସେ ଦ୍ୱିତୀୟ ଟେଷ୍ଟରୁ ଦଳର ଅଧିନାୟକ ହେବେ । ଟେଷ୍ଟ ଦଳ ତାଙ୍କର ଏବଂ ସେ ଏହି ଫର୍ମାଟରେ ଅଧିନାୟକ ଭାବରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ଏହା ବି ପଢ଼ନ୍ତୁ: ବସ୍ ଏବଂ ଟ୍ୟାଙ୍କର୍ ମଧ୍ୟରେ ଭୟଙ୍କର ଧକ୍କା; ଜୀବନ୍ତ ଦଗ୍ଧ ହୋଇଗଲେ ୧୨ ଜଣ

ଏହା ବି ପଢ଼ନ୍ତୁ: ସେମିଫାଇନାଲ ମ୍ୟାଚ୍ ପୂର୍ବରୁ IPL କୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ନ୍ୟୁଜିଲାଣ୍ଡ ଅଧିନାୟକ