IND VS SA: ମ୍ୟାଚ୍ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମରେ ଭରପୂର ଦର୍ଶକ
Advertisement
Article Detail0/zeeodisha/odisha1216443

IND VS SA: ମ୍ୟାଚ୍ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମରେ ଭରପୂର ଦର୍ଶକ

IND vs SA 2nd T20: ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଅଭ୍ୟାସ କରିଥିଲା, ଓ ଅଭ୍ୟାସ ସେସନ ଦେଖିବାକୁ ହଜାର ହଜାର ଦର୍ଶକ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲେ । 

IND VS SA: ମ୍ୟାଚ୍ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମରେ ଭରପୂର ଦର୍ଶକ

IND vs SA 2nd T20 : ଭାରତରେ ଲୋକଙ୍କ କ୍ରିକେଟ୍ ପ୍ରେମ ଅନ୍ୟ ଦେଶଠାରୁ ଅଲଗା । ମ୍ୟାଚ ସମୟରେ ଷ୍ଟାଡିୟମଗୁଡିକ ଦର୍ଶକ ଭରପୂର ହେବା ଆପଣ ଦେଖିଥିବେ କିନ୍ତୁ ପ୍ରାକ୍ଟିସ ସେସନରେ ଭରପୂର ଦର୍ଶକ ଆପଣ କମ୍ ଦେଖିବାକୁ ପାଇଥିବେ । କ୍ରିକେଟ ପ୍ରତି ଅତ୍ୟଧିକ କ୍ରେଜର ଏହି ଦୃଶ୍ୟ ବର୍ତ୍ତମାନ ଓଡ଼ିଶାର କଟକଠାରେ ଦେଖିବାକୁ ମିଳିଛି । ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଅଭ୍ୟାସ କରିଥିଲା, ଓ ଅଭ୍ୟାସ ସେସନ ଦେଖିବାକୁ ହଜାର ହଜାର ଦର୍ଶକ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲେ । 

ଅଧିନାୟକ ଓ ଉପ-ଅଧିନାୟକ କରିଥିଲେ ଜୋରଦାର ପ୍ରାକ୍ଟିସ

ଟିମ୍ ଇଣ୍ଡିଆର ଅଧିନାୟକ ଋଷଭ ପନ୍ତ ଏବଂ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ ବଡ଼ ସଟ୍ ଖେଳି ଦର୍ଶକଙ୍କୁ ଖୁସି କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଫର୍ମରେ ଥିବା ନଜର ଆସିଥିଲେ ଓ ଅଭ୍ୟାସ ସେସନରେ ସେମାନଙ୍କର ଉତ୍କୃଷ୍ଟ ଦକ୍ଷତା ପ୍ରଦର୍ଶନ କରିଥିଲେ ।

fallback

ବାରବାଟି ଷ୍ଟାଡିୟମ ବିଷୟରେ କହିବାକୁ ଗଲେ, ଏପର୍ଯ୍ୟନ୍ତ ଏଠାରେ ଦୁଇଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ଗୋଟିଏରେ ଭାରତ ଜିତିଥିବା ବେଳେ ଅନ୍ୟଟିରେ ଟିମ୍ ଇଣ୍ଡିଆ ହାରିଛି । ୨୦୧୫ ରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଦକ୍ଷିଣ ଆଫ୍ରିକା 6 ଟି ୱିକେଟରେ ଭାରତକୁ ପରାସ୍ତ କରିଥିଲା ।

୨୦୧୭ ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଭାରତ ୧୮୦/୩ ସ୍କୋର କରିଥିଲା, ଯାହା ଏଠାରେ ସର୍ବାଧିକ ସ୍କୋର ଅଟେ । ଟାର୍ଗେଟକୁ ପିଛାକରି ଶ୍ରୀଲଙ୍କା ଦଳ ୮୭ ସ୍କୋରରେ ଅଲ ଆଉଟ୍ ହୋଇ ଯାଇଥିଲା । ଏହି ଗ୍ରାଉଣ୍ଡରେ ଏହା ହେଉଛି ସର୍ବନିମ୍ନ ସ୍କୋର । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ମଧ୍ୟ ୯୨ ସ୍କୋର ଅଲଆଉଟ ହୋଇଥିଲା ।

ଦ୍ୱିତୀୟ ଦିନିକିଆ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭୂବନେଶ୍ୱର କହିଛନ୍ତି ଯେ ସେ ଜଣେ ଯୁବ ଅଧିନାୟକ ଏବଂ ଏହା ତାଙ୍କର ପ୍ରଥମ ମ୍ୟାଚ୍ ଥିଲା । ମୁଁ ନିଶ୍ଚିତ ଯେ ଭବିଷ୍ୟତରେ ସେ ଭଲ କରିବାକୁ ଚେଷ୍ଟା କରିବେ । ଦଳ ଭଲ କଲାବେଳେ ହିଁ ଅଧିନାୟକ ଭଲ ପ୍ରଦର୍ଶନ କରିପାରନ୍ତି  ।

“ଆମର ବୋଲରମାନେ ଭଲ ପ୍ରଦର୍ଶନ କରିପାରିନଥିଲେ ଏବଂ ଆମେ ତାଙ୍କୁ ନିରାଶ କରିଥିଲୁ ।  ଯଦି ଆମେ ଭଲ କରିଥାନ୍ତୁ, ତେବେ ଆପଣ ତାଙ୍କ ନେଇଥିବା ନିଷ୍ପତ୍ତିର ଦକ୍ଷତାକୁ ପ୍ରଶଂସା କରିଥାନ୍ତେ । ମୁଁ ନିଶ୍ଚିତ ଯେ ସେ ଭଲ କରିବେ। ”

ଏହା ବି ପଢ଼ନ୍ତୁ: IND vs SA: ବାରବାଟୀ ମ୍ୟାଚ୍ ପୂର୍ବରୁ ଭୁବନେଶ୍ୱର କଲେ ସାମ୍ବାଦିକ ସମ୍ମିଳନୀ; ପନ୍ତଙ୍କ ଅଧିନାୟକତ୍ୱ ନେଇ ଏହା କହିଲେ