Independence on August 15: ଜାଣନ୍ତୁ କାହିଁକି ଅଗଷ୍ଟ ୧୪ ତାରିଖରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ?
Advertisement
Article Detail0/zeeodisha/odisha729220

Independence on August 15: ଜାଣନ୍ତୁ କାହିଁକି ଅଗଷ୍ଟ ୧୪ ତାରିଖରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ?

Independence on August 15: ଔପଚାରିକ ଭାବେ  ବ୍ରିଟିଶ ସରକାର ଅଗଷ୍ଟ ୧୫ ତାରିଖରେ ପାକିସ୍ତାନକୁ ସ୍ୱାଧୀନତା ପ୍ରଦାନ କରିଥିଲେ  ମଧ୍ୟ, ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖରେ ସ୍ୱାଧୀନତା ଦିବସ ପାଳନ କରିଥାଏ ଏହି ଦେଶ   ।         

Independence on August 15: ଜାଣନ୍ତୁ କାହିଁକି ଅଗଷ୍ଟ ୧୪ ତାରିଖରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ?

Independence on August 15: ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ଘଟିବାର ଦୁଇ ବର୍ଷ ପରେ ଅର୍ଥାତ ୧୯୪୭ ମସିହା ଅଗଷ୍ଟ ୧୪-୧୫ ମଧ୍ୟରାତ୍ରୀରେ ବ୍ରଟିଶ ଶାସନ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭ କରିଥିଲେ ଉଭୟ ଭାରତ ଏବଂ ଧର୍ମ ଭିତ୍ତିରେ ଗଠିତ ହୋଇଥିବା ରାଷ୍ଟ୍ର ପାକିସ୍ତାନ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତ ଏବଂ ୧୪ ତାରିଖରେ ସ୍ୱାଧୀନତା ଦିବସ ପାଳନ କରିଥାନ୍ତି ଉଭୟ ଦେଶ । ଚଳିତ ବର୍ଷ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିଛି ଭାରତ ।           
   
କ'ଣ ଆପଣଙ୍କୁ ଲାଗୁଛି କି ଭାରତ ପୂର୍ବରୁ ପାକିସ୍ତାନ ପ୍ରଥମେ ସ୍ୱାଧୀନ ହୋଇଥିଲା? ନା ପାକିସ୍ତାନ ପ୍ରତି ତତ୍କାଳୀନ ବ୍ରିଟିଶ ସରକାର ଅଧିକ ଦୟାଳୁ ଥିଲେ? ଭାରତକୁ ସ୍ୱାଧୀନତା ମିଳିବା ପୂର୍ବରୁ ଧର୍ମ ଭିତ୍ତିରେ ସ୍ୱତନ୍ତ୍ର ରାଷ୍ଟ୍ର ପାକିସ୍ତାନ ଗଠନ ଲାଗି ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପକ୍ଷରୁ ଅଲ ଇଣ୍ଡିଆ ମୁସଲିମ ଲିଗ ପକ୍ଷରୁ ଅଖଣ୍ଡ ଭାରତରେ ସ୍ୱତନ୍ତ୍ର ପାକିସ୍ତାନ ରାଷ୍ଟ୍ର ଗଠନ ଲାଗି ଦାବି ଜୋର ଧରିଥିଲା ।  

୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରମଜାନ ମାସର ୨୬ ନମ୍ବର ଦିନ ଥିଲା । ରମଜାନର ୨୭ ନମ୍ବର ଦିନ ସନ୍ଧ୍ୟା ଏବଂ ରାତିକୁ ଇସଲାମରେ ଅତ୍ୟନ୍ତ ପବିତ୍ର ବୋଲି ଗ୍ରହଣ କରାଯାଇଥିଲା । ଏହା ପଛରେ କୁହାଯାଇଥିଲା ଏହି ଦିନ ଆହ୍ଲା ପୈଗମ୍ବର ମହମ୍ମଦଙ୍କୁ ଦୂତ ଗାବ୍ରିଏଲଙ୍କ ମାଧ୍ୟମରେ କୁରାନ ବିଷୟରେ ଜ୍ଞାନ ଦେଇଥିଲେ । ସେଥିପାଇଁ ଏହାକୁ 'ଲିଆଲାଟ-ଅଲ-କାଦର' ଅର୍ଥାତ୍ ଆଲୋକ ଏବଂ ସୌଭାଗ୍ୟର ରାତ୍ରି ବୋଲି କୁହାଯାଉଥିଲା । ହେଲେ ସେବେଠାରୁ ପାକିସ୍ତାନରେ ଶିଆ ଏବଂ ଅହମ୍ମଦିଆ ମୁସଲମାନଙ୍କୁ ପ୍ରତାଡିତ କରିବା ସହ ନିଜର ଉପସ୍ଥିତି ଜାହିର କରି ଆସିଛନ୍ତି ସୁନ୍ନି ମୁସଲମାନ ।

ସୁନ୍ନି ମୁସଲମାନ ଏହି ଦିନକୁ ସବୁଠାରୁ ପବିତ୍ର ବୋଲି ବିବେଚନା କରନ୍ତି, କାରଣ ପୃଥିବୀରେ କୁରାନ ଜ୍ଞାନ ପାଇଁ ମୁସଲମାନଙ୍କ ବିଭିନ୍ନ ଗୋଷ୍ଠୀର ବିଭିନ୍ନ ତାରିଖକୁ ପବିତ୍ର ବୋଲି ବିବେଚନା କରାଯାଏ । ଅଗଷ୍ଟ ୧୪, ୧୯୪୭ ମସିହାରେ ସେହି ସମାନ ସନ୍ଧ୍ୟା ଥିଲା, ଯେତେବେଳେ ବ୍ରିଟିଶ ସରକାର ପାକିସ୍ତାନ ନାମକ ଏକ ଭିନ୍ନ ଦେଶକୁ ଆନୁଷ୍ଠାନିକ ଭାବରେ କ୍ଷମତା ହସ୍ତାନ୍ତର କରିଥିଲେ, ଏହି ଦିନ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା କାରଣ ଯାହା ସେତେବେଳର ବ୍ରିଟିଶ ଶାସନାଧିନ ଭାରତ ବର୍ଷର ଶାସକ ଥିବା ଲଡ ମାଉଣ୍ଟବ୍ୟାଟେନଙ୍କ ଲାଗି ଏକ ପ୍ରକାର ବାଧ୍ୟବାଧକତା ଥିଲା । ଏହା ସହିତ, ଲର୍ଡ ମାଉଣ୍ଟବ୍ୟାଟେନ୍ ଅଗଷ୍ଟ ୧୫, ୧୯୪୭ରେ ଭାରତକୁ କ୍ଷମତା ହସ୍ତାନ୍ତର କରିବା ଲାଗି ଦିନ ଧାର୍ଯ୍ୟ କରିଥିଲେ । 

ଏ ଘଟଣା ପଛରେ ଅନ୍ୟ ଏକ କାରଣ ମଧ୍ୟ ରହିଛି । ୧୯୪୫ ମସିହାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଗଷ୍ଟ ୧୫ ତାରିଖରେ ଜାପାନ ଆତ୍ମସମର୍ପଣ କରିଥିଲା। ସେଥିପାଇଁ ବ୍ରିଟିଶ ସରକାର ଏହି ଦିନ ବେଶ ଗୁରୁତ୍ୱ ଦେଉଥିଲେ। ଜାପାନ ସମ୍ରାଟଙ୍କ  ଆତ୍ମସମର୍ପଣ ଘୋଷଣା କରିବା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହୋଇଥିଲା । ସେହିବର୍ଷ ସେପ୍ଟେମ୍ବର ୨ ତାରିଖରେ ଏନେଇ  ଆନୁଷ୍ଠାନିକ ଭାବେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଚୀନ ସହିତ ଆମେରିକା ଏବଂ ବ୍ରିଟିଶ ଆତ୍ମସମର୍ପଣ କରିବା ଲାଗି ଜାପାନ ନିକଟରେ ସର୍ତ୍ତ ରଖିଥିଲେ । 

ଅନ୍ୟ ଏକ କାରଣ ହେଉଛି ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତର ସ୍ୱାଧୀନତାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ଗଠନ ସହ ଏହାକୁ ସ୍ୱତନ୍ତ୍ରତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ସେ ଉଭୟ ଦେଶର ଉତ୍ସବରେ ଭାଗ ନେବାକୁ ଚାହୁଁଥିଲେ ହେଲେ ଗୋଟିଏ ଦିନରେ ଏହି କାର୍ଯ୍ୟ କରିବା ସମ୍ଭବ ନଥିଲା । ସେଥିପାଇଁ ଦୁଇଟି ଭିନ୍ନ ଭିନ୍ନ ଦିନକୁ ଚୟନ କରାଯାଇଥିଲା। ଯଦି ଆପଣ 'ଭାରତୀୟ ସ୍ୱାଧୀନତା ଅଧିନିୟମ ୧୯୪୭' (Indian Independence Act 1947) ପଢନ୍ତି, ଆପଣ ଜାଣିପାରିବେ ଉଭୟ ଭାରତ ଏବଂ ପାକିସ୍ଥାନର ସ୍ୱାଧୀନତାର ସରକାରୀ ତାରିଖ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରହିଛି ।

 

fallback

ଏଥିରେ ଲେଖାଯାଇଛି ଏହି ଦିନ ଭାରତ ଏବଂ ପାକିସ୍ଥାନ ନାମକ ଦୁଇଟି ସ୍ୱତନ୍ତ୍ର ରାଷ୍ଟ୍ର ଗଠିତ ହୋଇଥିଲା । ଯେତେବେଳେ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲି ଜିନ୍ନା ମଧ୍ୟ ତାଙ୍କ ଦେଶକୁ ସମ୍ବୋଧିତ କରିଥିଲେ, ସେତେବେଳେ ସେ ଘୋଷଣା କରିଥିଲେ ପାକିସ୍ତାନର ସାର୍ବଭୌମ ତଥା ସ୍ୱଧୀନତା ଦିବସ ଦେଶର ଜନ୍ମଦିନ ୧୫ ଅଗଷ୍ଟରେ ପାଳନ କରାଯିବ। ହେଲେ ପାକିସ୍ତାନ ଏହାର ଦିନକ ପୂର୍ବରୁ ସ୍ୱାଧୀନତା ଦିବସ ପାଳନ କରୁଛି ।

ଜୁଲାଇ ୪ ତାରିଖରେ ବ୍ରିଟିଶ ସଂସଦରେ ଭାରତୀୟ ସ୍ୱାଧୀନତା ଅଧିନିୟମ ବିଲ୍ ଆଗତ କରାଯାଇଥିଲା। ଏହାକୁ ୧୫ ଜୁଲାଇରେ ଆଇନଗତ ରୂପେ ଦିଆଯାଇଥିଲା । ୧୪-୧୫ ମଧ୍ୟରାତ୍ରୀରୁ ଉବୟ ଭାରତ ଏବଂ ପାକିସ୍ଥାନର ସ୍ୱାଧୀନତା ଦିବସ ଘୋଷଣା କରାଯାଇଥିଲା । ଲର୍ଡ ମାଉଣ୍ଟବ୍ୟାଟେନ ଉଭୟ ଦେଶର ସ୍ୱତନ୍ତ୍ରତା ସମାରୋହରେ ବ୍ୟକ୍ତିଗତ ଭାବେ ଯୋଗ ଦେଇ ଆନୁଷ୍ଠାନିକ କ୍ଷମତା ହସ୍ତାନ୍ତରଣ କରିବାକୁ ଚାହୁଁଥିଲେ । ଔପଚାରିକ ଭାବେ ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀରେ ସେ ଏହା କରିବା ପରେ କରାଚି ଯାଇ ପାକିସ୍ତାନକୁ କ୍ଷମତା ହସ୍ତାନ୍ତରଣ କରି ପାରିନଥାନ୍ତେ । କାରଣ ସେତେବେଳକୁ ସେ ସ୍ୱାଧୀନ ଭାରତର ଗଭର୍ଣ୍ଣର ଜେନେରାଲ୍ ହୋଇଥାନ୍ତେ ।

ବ୍ରିଟିଶ ସରକାର ବିଭାଜନକୁ 'ଡୋମିନିଅନ୍ ଅଫ୍ ଇଣ୍ଡିଆ' ଏବଂ 'ଡୋମିନିଅନ୍ ଅଫ୍ ପାକିସ୍ଥାନ' ନାମରେ ଘୋଷଣା କରି ଉଭୟ ଦେଶକୁ ସ୍ୱାଧୀନତା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ ଦେଶ ଯଥାକ୍ରମେ 'ରିପବ୍ଲିକ୍ ଅଫ୍ ଇଣ୍ଡିଆ' ଏବଂ 'ଇସଲାମିକ୍ ରିପବ୍ଲିକ୍ ଅଫ୍ ପାକିସ୍ଥାନ' ଭାବେ ପରିଚିତ ହୋଇଗଲା। ବଙ୍ଗଳା ଏବଂ ପଞ୍ଜାବ ପରି ବଡ ବଡ ରାଜ୍ୟ ଦୁଇ ଦେଶ ମଧ୍ୟରେ ବିଭକ୍ତ ହୋଇଥିଲା। ଏହା ସହିତ ବ୍ରିଟିଶ ସରକାର ଉଭୟ ଦେଶ ଲାଗି ଗଭର୍ଣ୍ଣର ଜେନେରାଲ ପଦ ଗଠନ କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପତ୍ତି ବଣ୍ଟନ ଘୋଷଣା କରିଥିଲେ। ମହମ୍ମଦ ଅଲି ଜିନ୍ନା ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଦାୟିତ୍ୱ ନେଇଥିଲେ ।

ଏପରି ଅନେକ ପ୍ରମାଣ ରହିଛି ଯେଉଁଥିରେ କୁହାଯାଇଛି ଔପଚାରିକ ଭାବେ ପାକିସ୍ତାନର ସ୍ୱାଧୀନତା ଦିବସ ହେଉଛି ଅଗଷ୍ଟ ୧୫ । ପାକିସ୍ତାନର ସ୍ୱାଧୀନ ହେବାର ୧୩ ମାସ ପରେ ଦେଶର ପ୍ରଥମ ଗଭର୍ଣ୍ଣର ଜେନେରାଲ ଜିନ୍ନାଙ୍କ ମୃତ୍ୟୁ ହୋଇଥିଲା । ୧୯୪୮ ମସିହାରେ, ପାକିସ୍ତାନ ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରିଥିଲା, ଯାହାକ ଜିନ୍ନାଙ୍କ ଜୀବନକାଳର ଶେଷ ଦିନ ଥିଲା। ପ୍ରତିବର୍ଷ ୧୪ ଅଗଷ୍ଟରେ ଜିନ୍ନାଙ୍କ ରେଡିଓ ବାର୍ତ୍ତା ପ୍ରସାରଣ କରାଯାଏ, ହେଲେ ସ୍ୱାଧୀନତା କାରିଖ ୧୫ ଅଗଷ୍ଟ ବୋଲି  ଦର୍ଶାଯାଏ। 

ଦେଶ ବିଭାଜନ ସମୟରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ପ୍ରାୟ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୨ କୋଟି ଲୋକ ବିସ୍ଥାପିତ ହୋଇଥିଲେ । ଭାରତର ପ୍ରଧାନମନ୍ତ୍ରୀ ନେହେରୁ ଏବଂ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ଜିନ୍ନା ନିଜ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲ । ଉଭୟ ଦେଶର ରାଜଧାନୀ ସମେତ କେତେକ ସ୍ଥାନରେ ଉତ୍ସବ ପାଳନ କରାଯାଉଥିବା ବେଳେ ଅଧିକାଂଶ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ।

ଯଦିଓ ପାକିସ୍ତାନ ଗଠନ ପାଇଁ ଦାବି ଏବଂ ହିନ୍ଦୁଙ୍କୁ ହତ୍ୟା କରିବାକୁ ଧମକ ୩୦ ଦଶକରୁ ଦିଆଯାଇ ଆସୁଛି । ୧୯୪୦ ମସିହା ମାର୍ଚ୍ଚ ୨୨-୨୪ ତାରିଖରେ ଅନୁଷ୍ଠିତ ହୋଇଥିବା 'ଅଲ୍ ଇଣ୍ଡିଆ ମୁସଲିମ୍ ଲିଗ୍' ଅଧିବେଶନରେ ସ୍ୱତନ୍ତ୍ର ପାକିସ୍ତାନ ରାଷ୍ଟ୍ର ଗଠନ କରିବା ଲାଗି ଏକ ପ୍ରସ୍ତାବବ ପାରିତ ହୋଇଥିଲା । ଯାହା 'ଲାହୋର ରିଜୋଲ୍ୟୁସନ୍' ଭାବେ ପରିଚିତ । ୧୯୫୬ ମସିହାରେ ଡୋମିନିଅନରୁ ପାକିସ୍ତାନ ଏକ ଗଣତାନ୍ତ୍ରୀକ ଦେଶରେ ପରିଣତ ହେଲା, ସେତେବେଳେ ଏହି ଦିନ ଲାଗି ମାର୍ଚ୍ଚ ୨୩ ତାରିଖକୁ ଚିହ୍ନଟ କରାଯାଇଥିଲା । ଯାହାକୁ 'ପାକିସ୍ତାନ ଦିବସ' ଭାବେ ଘୋଷଣା କରାଯାଇଥିଲା ।

ସେହିଭଳି ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା । ଭୁଲ ଦିନରେ ସ୍ୱାଧୀନତା ଦିବସ ପାଳନ କରୁଥିବା ପାକିସ୍ତାନର ପରିସ୍ଥିତି ଏପରି ଖରାପ ହୋଇ ପଡିଛି, ଦେଶ ଚଳାଇବା ଲାଗି ଅନ୍ୟ ଦେଶଙ୍କ ପାଖରେ ହାତ ପତେଇବାକୁ ପଡୁଛି । କେତେବେଳେ ସାଉଦି ଆରବ ଅନ୍ୟ କେତବେଳେ ଚୀନ ପାଖରୁ ଋଣ ନେଉଛି ପାକିସ୍ତାନ। ଅନ୍ୟପଟେ ଭାରତ ସ୍ୱାଧୀନତା ପରଠାରୁ ଦିନକୁ ଦିନ ପ୍ରଗତି ପଥରେ ଅଗ୍ରସର ହେବାରେ ଲାଗିଛି ।