ASI Monuments Disappearing in India: ଦେଶରୁ ଗାଏବ ହୋଇଯାଇଛି ୨୪ ଐତିହାସିକ କୋଠା ଏବଂ ଐତିହ୍ୟ! ASI ପାଖରେ ନାହିଁ କୌଣସି ଖବର
Advertisement
Article Detail0/zeeodisha/odisha1567904

ASI Monuments Disappearing in India: ଦେଶରୁ ଗାଏବ ହୋଇଯାଇଛି ୨୪ ଐତିହାସିକ କୋଠା ଏବଂ ଐତିହ୍ୟ! ASI ପାଖରେ ନାହିଁ କୌଣସି ଖବର

ASI Monuments Disappears: ଗାଏବ ହୋଇଯାଇଥିବା ସେହି ୨୪ ଐତିହାସିକ ସ୍ମାରକୀ ଯାହା ଭାରତର ଇତିହାସର ପ୍ରତୀକ, ଭାରତୀୟ ସଭ୍ୟତାର ଏକ ଅଂଶ। ଯାହା ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ଗାଏବ ହୋଇଯାଇଛି। ଦେଶର ଐତିହାସିକ ସ୍ମାରକୀ ଗାଏବ ହୋଇଯିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ କିମ୍ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଖରେ କୌଣସି ତଥ୍ୟ ଉପଲବ୍ଧ ନାହିଁ।

ASI Monuments Disappearing in India: ଦେଶରୁ ଗାଏବ ହୋଇଯାଇଛି ୨୪ ଐତିହାସିକ କୋଠା ଏବଂ ଐତିହ୍ୟ! ASI ପାଖରେ ନାହିଁ କୌଣସି ଖବର

ASI Monuments Missing in India: ଦେଶରୁ ଗାଏବ ହୋଇଯାଇଛି ୨୪ ଐତିହାସିକ କୋଠା ଏବଂ ଐତିହ୍ୟ! ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା ସୁରକ୍ଷିତ ଅନେକ ଐତିହ୍ୟ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛି। ନିକଟରେ ସଂସଦରେ ଜବାବ ରଖିବା ବେଳେ ଏକଥା କହିଛନ୍ତି କେନ୍ଦ୍ର ସରକାର। ଗତ ୨ ଫେବୃଆରୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଶନ ରେଡ୍ଡୀ  ଆପ୍ ସାଂସଦ ସୁଶୀଲ ଗୁପ୍ତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଦେଶରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା ସୁରକ୍ଷିତ ଦ୍ୱାରା ସୁରକ୍ଷିତ ୨୪ ଐତିହାସିକ କୋଠା ନିଖୋଜ ହୋଇଯାଇଛି।

ଗାଏବ ହୋଇଯାଇଥିବା ସେହି ୨୪ ଐତିହାସିକ ସ୍ମାରକୀ ଯାହା ଭାରତର ଇତିହାସର ପ୍ରତୀକ, ଭାରତୀୟ ସଭ୍ୟତାର ଏକ ଅଂଶ। ଯାହା ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ଗାଏବ ହୋଇଯାଇଛି। ଦେଶର ଐତିହାସିକ ସ୍ମାରକୀ ଗାଏବ ହୋଇଯିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ କିମ୍ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଖରେ କୌଣସି ତଥ୍ୟ ଉପଲବ୍ଧ ନାହିଁ। ଗାଏବ ହୋଇଯାଇଥିବା ଐତିହାସିକ ସ୍ମାରକୀ

  • ଆସାମ ତିନ୍ସୁକିଆ ଠାରେ ରହିଥିବା ସୁଲତାନ ଶେର ଶାହଙ୍କ ବନ୍ଧୁକ
  • ଅରୁଣାଚଳ ପ୍ରଦେଶ ଲୋହିତ ଠାରେ ଅବସ୍ଥିତ ତମ୍ବା ମନ୍ଦିରର ଅବଶେଷ
  • ହରିୟାଣା ଫରିଦାବାଦ ଏବଂ କୁରୁକ୍ଷେତ୍ର ଜିଲ୍ଲାରେ ଅବସ୍ଥିତ ଦୁଇ କୋସ ​​ମୀନାର
  • ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଅବସ୍ଥିତ ବରାଖମ୍ବା ଶ୍ମଶାନ ଏବଂ ଇଞ୍ଚଲା ୱାଲି ଗୁମଟି
  • ମଧ୍ୟ ପ୍ରଦେଶ ସତନା ଜିଲ୍ଲାରେ ଅବସ୍ଥିତ ପଥର ଶିଳାଲେଖା
  • ମହାରାଷ୍ଟ୍ର ପୁଣେ ଜିଲ୍ଲାରେ ଅବସ୍ଥିତ ପୁରୁଣା ୟୁରୋପୀୟ କବର ଏବଂ ଅଗରକୋଟ ଠାରେ ଅବସ୍ଥିତ ଦୁର୍ଗ 
  • ରାଜସ୍ଥାନ ଟୋଙ୍କ ଜିଲ୍ଲାରେ ଅବସ୍ଥିତ ଦୁର୍ଗରେ ରହିଥିବା ଐତିହାସିକ ଶୀଳାଲେଖ  ଏବଂ ବାରାଁ ଠାରେ ଅବସ୍ଥିତ ଏକ ଦ୍ୱାଦଶ ଶତାବ୍ଦୀର ମନ୍ଦିର

ଗାଏବ ହୋଇଯାଇଛି ୨୪ ଐତିହାସିକ କୋଠା ଏବଂ ଐତିହ୍ୟ ମଧ୍ୟରୁ ୧୨ ଐତିହାସିକ ଅଟ୍ଟାଳିକା, ଯାହା ବହୁ ଦଶନ୍ଧି ଧରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archeological Survey of India) ଏଏସଆଇ (ASI) ଦ୍ୱାରା ସଂରକ୍ଷିତ ଅଟ୍ଟାଳିକା ଭାବରେ ଘୋଷିତ ହୋଇଥିଲା। ହେଲେ ଏହାର ସୁରକ୍ଷା ପାଇଁ କ'ଣ କରାଯାଉଛି, ତାହା ଐତିହ୍ୟ ଗାଏବ ହୋଇଯିବା ଘଟଣାରୁ ଜଣାପଡୁଛି। ଦେଶ ସ୍ୱାଧୀନ ହେବା ପରେ ଶହ ଶହ ବର୍ଷର ପୁରୁଣା ମନ୍ଦିର, ଶିଳାଲେଖ, ମୀନାର ଅଦୃଶ୍ୟ ହୋଇଯାଇଛି। ଯାହାର ଖବର ଏଏସଆଇ ପାଖରେ ନାହିଁ। 

ବାକି ୧୨ ଐତିହାସିକ କୋଠା ମଧ୍ୟରୁ ୧୧ କୋଠା କେବଳ ଉତ୍ତର ପ୍ରଦେଶରେ ରହିଛି। ରାଜ୍ୟର ମିର୍ଜାପୁର ଜିଲ୍ଲାରେ ୧୦୦୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ତିନୋଟି ଛୋଟ ଲିଙ୍ଗ ରହିଥିବା  ମନ୍ଦିର, ଚନ୍ଦୌଲି ଜିଲ୍ଲାର ପାହାଡର ଐତିହାସିକ ସ୍ଥାନରେ ରହିଥିବା ମହାପାଷାଣ, ବାରାଣାସୀ ଜିଲ୍ଲାର ଟ୍ରେଜେରୀ ବିଲଡିଂସ୍ଥିତ ଟାବଲେଟ୍ ଏବଂ ତୌଲିଆ ନାଲା ବୌଦ୍ଧ ଅବଶେଷ, ବଲିଆ ଜିଲ୍ଲାର ଐତିହାସିକ କୋଠା, ବାନ୍ଦା ଜିଲ୍ଲାର ଐତିହାସିକ ଶ୍ମଶାନ, ଲଲିତପୁର ଜିଲ୍ଲାର ଗନର୍ ବାର୍କିଲଙ୍କ ସମାଧି, ଲକ୍ଷ୍ନୌ ଜିଲ୍ଲାରେ ତିନୋଟି ସମାଧି ଏବଂ ଶ୍ମଶାନ ଏବଂ ହରଦୋଇ ଜିଲ୍ଲାରେ ଅବସ୍ଥିତ ସାଣ୍ଡି ଖେଡା ଅବେଶେଷ। 

ଏହା ହେଉଛି ଉତ୍ତର ପ୍ରଦେଶର ୧୧ ଐତହ୍ୟ ଯାହା ଏଏସଆଇ ଦ୍ୱାରା ସଂରକ୍ଷିତ ତାଲିକାରେ ରହିଛି। ଯାହା ମଧ୍ୟରେ ପ୍ରାଚୀନ ମନ୍ଦିରଠାରୁ ଆରମ୍ଭ କରି ଶିଳାଲେଖା ଏବଂ ଶ୍ମଶାନ ରହିଛି। ଏଏସଆଇ ଦ୍ୱାରା ନିଖୋଜ ହୋଇଯାଇଥିବା ଅଟ୍ଟାଳିକା ତାଲିକାର ଶେଷ କୋଠା ହେଉଛି ପଶ୍ଚିମବଙ୍ଗର ବାମନପୁକୁର ଦୁର୍ଗ। ଯାହା ଭାରତ ସରକାରଙ୍କ ଅନୁଯାୟୀ ନିଖୋଜ ହୋଇଯାଇଛି।

କିପରି ଦେଶରୁ ଗାଏବ ହୋଇଯାଉଛି ଐତିହାସିକ କୋଠା ଏବଂ ଐତିହ୍ୟ? ତାହାର ଉତ୍ତର ସଂସଦରେ ଉପସ୍ଥାପିତ ହୋଇସାରିଛି।  ସଂସଦର ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି ଷ୍ଟାଣ୍ଡିଂ କମିଟି ୭୦ ପୃଷ୍ଠାର ଏକ ରିପୋର୍ଟ ଗତ ବର୍ଷ ଡିସେମ୍ବରରେ ଉପସ୍ଥାପନ କରିଥିଲା। ଯାହାର ଶୀର୍ଷକ ହେଉଛି 'ଅଣସଂରକ୍ଷିତ ସ୍ମାରକୀ ଏବଂ ଭାରତରେ ସ୍ମାରକୀ ସଂରକ୍ଷଣ ସମ୍ବନ୍ଧୀୟ ପ୍ରସଙ୍ଗ। " ଏହି ରିପୋର୍ଟ ଜରିଆରେ ଏଏସଆଇ ଦ୍ୱାରା ସଂରକ୍ଷିତ ଅଟ୍ଟାଳିକାର ନିଖୋଜ, ଅଦୃଶ୍ୟତା ଏବଂ ଉପଯୁକ୍ତ ସଂରକ୍ଷଣ ଅଭାବର କାରଣ ବିଷୟରେ ଷ୍ଟାଣ୍ଡିଂ କମିଟି ବିସ୍ତୃତ ଭାବରେ ବର୍ଣ୍ଣନା କରିଛି।

ରିପୋର୍ଟ ଜରିଆରେ କୁହାଯାଇଛି ଗତ ୨୦୧୩ ବର୍ଷରେ ଏଏସଆଇ ଦ୍ୱାରା ସଂରକ୍ଷିତ ୯୨ କୋଠା ନିଖୋଜ ହୋଇଯାଇଥିଲା। ଯାହା ମଧ୍ୟରୁ ୧୨ ଐତିହ୍ୟ ଜଳଭଣ୍ଡାର କିମ୍ବା ଡ୍ୟାମ ତଳେ ଆସିବା ପରେ ନଷ୍ଟ ହୋଇଯାଇଥିଲା। ସହରୀକରଣ ହେତୁ ୧୪ ଐତିହାସିକ କୋଠା ନଷ୍ଟ ହୋଇଯାଇଛି। ଆଜି ଏହା ଉପରେ ଏକ ଘର, ରାସ୍ତା କିମ୍ବା ଦୋକାନ ବଜାର ନିର୍ମାଣ କରାଯାଇଛି। ୨୪ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛି। ଐତିହ୍ୟ ନିଖୋଜ ହେବା କାରଣ ସମ୍ପର୍କରେ ସଂସଦୀୟ କମିଟି କହିଛି ଯେ, ଏଏସଆଇ କେନ୍ଦ୍ରୀୟ ତାଲିକାରେ ୩୬୯୩ କୋଠା ରହିଛି। ଯାହାର ସୁରକ୍ଷା ଦାୟିତ୍ୱ ଏଏସଆଇ ନ୍ୟସ୍ତ କରାଯାଇଛି। ଏହି ୩୬୯୩ କୋଠା ମଧ୍ୟରୁ ଏଏସଆଇ କେବଳ ୨୪୮ କୋଠାର ସୁରକ୍ଷା ପାଇଁ ବ୍ୟବସ୍ଥା କରିଛି। ତାଲିକାରେ ରହିଥିବା କୋଠାରୁ କେବଳ ୬.୭ ପ୍ରତିଶତ କୋଠାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛି ଏଏସଆଇ। ବାକି ୯୩.୩ ପ୍ରତିଶତ ଅଟ୍ଟାଳିକାର ସୁରକ୍ଷା ଭଗବାନଙ୍କ ଭରସାରେ ରହିଚି। 

ଏହା ବ୍ୟତୀତ ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏଏସଆଇ ଦ୍ୱାରା ସଂରକ୍ଷିତ ଅନେକ କୋଠାକୁ ଜବର ଦଖଲ କରାଯାଉଛି। ଏଭଳି ପରିସ୍ଥିତିରେ ସଂସଦୀୟ କମିଟି ଉପଗ୍ରହ ମାଧ୍ୟମରେ ଏହି କୋଠା ଉପରେ ନଜର ରଖିବାକୁ ଏଏସଆଇ ଉଦ୍ଦେଶ୍ୟରେ କହିଥିଲେ। ଏହା ବ୍ୟତୀତ କମିଟି ରିପୋର୍ଟ ଜରିଆରେ କହିଛି ଯେ ଏଏସଆଇ ପାଉଥିବା ବଜେଟ୍ ମଧ୍ୟ ପର୍ଯ୍ୟାପ୍ତ ନୁହେଁ ଏବଂ ରାଜ୍ୟ ସରକାର ଐତିହାସିକ ଐତିହ୍ୟକୁ ଅଣଦେଖା କରି ଏହାର ସଂରକ୍ଷଣ ଦାୟିତ୍ୱ ଏଏସଆଇ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ କରି ଦେଉଛନ୍ତି। ଏଭଳି ପରିସ୍ଥିତିରେ ଏଏସଆଇ ପାଉଥିବା ବାର୍ଷିକ ବଜେଟ୍ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଦେଶର ସଂସ୍କୃତି ଅଦୃଶ୍ୟ ନହେବା ପାଇଁ ରାଜ୍ୟ ସରକାରଙ୍କ ସାହାଯ୍ୟର ଆବଶ୍ୟକତା ରହିଛି। ୧୦ ବର୍ଷ ପୂର୍ବେ ଏଏସଆଇ ପ୍ରଥମେ ଜାଣିବାକୁ ପାଇଥିଲା ଯେ ଏହା ଦ୍ୱାରା ସଂରକ୍ଷିତ ୯୨ କୋଠା ନିଖୋଜ ହୋଇଯାଇଥିଲା। ଯେତେବେଳେ ସିଏଜି ଟିମ ଦ୍ୱାରା ସଂରକ୍ଷିତ ୩୬୯୩ ଐତିହାସିକ କୋଠା ମଧ୍ୟରୁ ୧୬ ଶହରୁ ଅଧିକ କୋଠା ଉପରେ ପରୀକ୍ଷଣ କରିଥିଲା। ଯାହା ପରେ ଏଏସଆଇ ୯୨ ଐତିହ୍ୟ ମଧ୍ୟରୁ ୪୨ ଐତିହ୍ୟ ଉପରେ ଖୋଜାଖୋଜି ଏହାରୁ ମଧ୍ୟରୁ ୨୬ ଐତିହ୍ୟକୁ ଖୋଜି ବାହାର କରିଥିଲା।  

Also Read: India: କିଏ ଚୋରି କରି ନେଇଗଲା ଦେଶର ୫୦ ସ୍ମାରକ? ସଂସଦରେ ଜବାବ ଦେଲେ କେନ୍ଦ୍ର ସରକାର