ଚୀନ ମୁଣ୍ଡରେ ଚଡକ! ଭାରତରେ ବ୍ୟାନ୍ ହେଲା ଆଉ ୪୩ଟି ମୋବାଇଲ ଆପ୍
Advertisement

ଚୀନ ମୁଣ୍ଡରେ ଚଡକ! ଭାରତରେ ବ୍ୟାନ୍ ହେଲା ଆଉ ୪୩ଟି ମୋବାଇଲ ଆପ୍


ଭାରତ କାଟୁଛି ଡ୍ରାଗନର ଡେଣା। ଲାତରେ ନାହି ଭାତରେ ହେଉଛି ପ୍ରହାର। ସୁରକ୍ଷା ଦୃଷ୍ଟିରୁ ପୁଣି ବ୍ୟାନକଲା ଚାଇନିଜ୍ ମୋବାଇଲ ଆପ୍।

ଚୀନ ଆପ୍ ବ୍ୟାନ୍

ସାଗର ରଥ, ନୂଆଦିଲ୍ଲୀ: ଭାରତରେ ଆଉ ବ୍ୟାନ ହେଲା ୪୩ଟି ମୋବାଇଲ ଆପ୍। ଦେଶର ସାର୍ବଭୌମତ୍ୱ ତଥା ଅଖଣ୍ଡତା, ପ୍ରତିରକ୍ଷା, ରାଷ୍ଟ୍ର ତଥା ସାଧାରଣ ସୁରକ୍ଷା ଦୃଷ୍ଟିରୁ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ପ୍ରତିବନ୍ଧକ ଲଗାଯାଇଥିବା ଆପ୍ ମଧ୍ୟରେ ଚାଇନାର ଅଲିବାବା ଗ୍ରୁପ ବି ସାମିଲ ଅଛି।

ବ୍ୟାନ ୪୩ଟି ଆପ ମଧ୍ୟରେ ଚୀନର ଅଲିବାବା ଗ୍ରୁପର ପ୍ରମୁଖ ଆପ୍- ଅଲି ସପ୍ଲାୟର୍ସ ମୋବାଇଲ୍ ଆପ୍, ଆଲିବାବା ୱର୍କବେଞ୍ଚ, ଅଲି ଏକ୍ସପ୍ରେସ ଓ ଅଲିପେ କ୍ୟାସିୟର ଅଛି। ଆଲିବାବା ଗ୍ରୁପ ଏକ ବହୁରାଷ୍ଟ୍ରୀୟ ଚାଇନିଜ୍ ଟେକ୍ କମ୍ପାନୀ। ଯାହା ବିଶ୍ୱ ବଜାର ସର୍ବଶ୍ରେଷ୍ଠ ୫ଟି ଇଣ୍ଟରନେଟ୍ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି। ଏଭଳି ଏକ ପ୍ରଗତିଶୀଳ କମ୍ପାନୀର ଆପ୍ ବ୍ୟାନ ପରେ ଚୀନ ଛାତିରେ ଛନକା ପଶିଛି।

Also read- କେବେ ଶେଷ ହେବ କୋରୋନା ମହାମାରୀ? ଭବିଷ୍ୟବାଣୀ କଲେ ଏହି ବ୍ୟକ୍ତି

 

ଭାରତର ବିଜ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦେଶର ନାଗରିକଙ୍କ ସ୍ୱାର୍ଥ ତଥା ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା ରକ୍ଷା କରିବାକୁ ସରକାର ପ୍ରତିବଦ୍ଧ ଏବଂ ଏହା ନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ସେପଟେ ICCCର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ତତ୍କାଳ ଆପ ବ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି।

ସୂଚନାଯୋଗ୍ୟ, ଏଲଏସିରେ ଚୀନ ଓ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷ ପରେ ଆପ୍ ବ୍ୟାନ ସିରିଜ୍ ଆରମ୍ଭ ହୋଇଛି। ଚଳିତବର୍ଷ ୨୯ ଜୁନରେ ୫୯ଟି ଚୀନ୍ ମୋବାଇଲ ଆପ ବ୍ୟାନ କରାଯାଇଥିଲା। ପରେ ସେପ୍ଟେମ୍ବର ୨ରେ ଆଉ ୧୧୮ଟି ଆପକୁ ଭାରତରେ ନିଷିଦ୍ଧ କରାଯାଇଛି। ଏହି ଆପ ବ୍ୟାନ ପରେ ଲୋକପ୍ରିୟ ଭିଡିଓ ଆପ ଟିକଟକ୍ ସର୍ବାଧିକ କ୍ଷତି ସହିଥିବା ବେଳେ ଚୀନର ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିଛି।