Coast Guard DG Rakesh Pal dies: ଚେନ୍ନାଇରେ ଇଣ୍ଡିଆନ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha2390163

Coast Guard DG Rakesh Pal dies: ଚେନ୍ନାଇରେ ଇଣ୍ଡିଆନ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ଦେହାନ୍ତ

Coast Guard DG Rakesh Pal dies of heart attack: ଚେନ୍ନାଇରେ ହୃଦଘାତରେ ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କର ଦେହାନ୍ତ ହୋଇଛି।

 

Coast Guard DG Rakesh Pal dies

Coast Guard DG Rakesh Pal dies: ଚେନ୍ନାଇରେ ହୃଦଘାତରେ ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କର ମୃତ୍ୟୁ ହୋଇଛି। ରାଜେଶ ପାଲ ଭାରତୀୟ ତଟରକ୍ଷୀ ବାହିନୀର ୨୫ ତମ ମହାନିର୍ଦ୍ଦେଶକ ଥିଲେ। ଜାନୁଆରୀ ୧୯୮୯ ରେ ଭାରତୀୟ ନାଭାଲ ଏକାଡେମୀର ଆଲୁମନାସ ରାକେଶ ପାଲ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ। ଚେନ୍ନାଇରେ ରାକେଶ ପାଲଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ ପାଲ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଏକ ଭାରତୀୟ ତଟରକ୍ଷୀ ବାହିନୀ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ସେ ଅସୁସ୍ଥତା ଜଣାଇବା ପରେ ଦିନରେ ତାଙ୍କୁ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲ (ଆରଜିଜିଏଚ୍) ରେ ଭର୍ତ୍ତି କରାଯାଇଥିଲେ। ତାଙ୍କ ଦେହାନ୍ତରେ ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ ଆଜି ଚେନ୍ନାଇରେ ମହାନିର୍ଦ୍ଦେଶକ ଭାରତୀୟ ତଟରକ୍ଷୀ ବାହିନୀ ରାକେଶ ପାଲଙ୍କ ଅକାଳ ବିୟୋଗରେ ସେ ଗଭୀର ଦୁଃଖିତ। ସେ କହିଛନ୍ତି, "ସେ ଜଣେ ଦକ୍ଷ ଏବଂ ପ୍ରତିଶ୍ରୁତିବଦ୍ଧ ଅଧିକାରୀ, ଯାହାର ନେତୃତ୍ୱରେ ଭାରତୀୟ ତଟରକ୍ଷୀ ବାହିନୀ ଭାରତର ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବାରେ ବହୁତ ଅଗ୍ରଗତି କରିଥିଲା।​ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ।"

ରାଜେଶ ପାଲ କୋଚିର ଭାରତୀୟ ନାଭାଲ ସ୍କୁଲ ଡ୍ରୋନାଚାର୍ଯ୍ୟରେ ବନ୍ଧୁକ ଏବଂ ଅସ୍ତ୍ର ପ୍ରଣାଳୀରେ ବୃତ୍ତିଗତ ଜ୍ଞାନ ଆହରଣ କରିଥିଲେ। ସେ ବ୍ରିଟେନରୁ ଇଲେକ୍ଟ୍ରୋ-ଅପ୍ଟିକ୍ସ ଫାୟାର କଣ୍ଟ୍ରୋଲ ସଲ୍ୟୁସନ ପାଠ୍ୟକ୍ରମ ମଧ୍ୟ କରିଥିଲେ। ଦିବଗଂତ ମହାନିର୍ଦ୍ଦେଶକ ରାକେଶ ପାଲ ମଧ୍ୟ ଆଇସିଜିର ପ୍ରଥମ ବନ୍ଧୁକଧାରୀ ହେବାର କୃତିତ୍ୱ ହାସଲ କରିଥିଲେ। ୩୫ ବର୍ଷର କ୍ୟାରିଅରରେ ରାକେଶ ପାଲ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।

Also Read & Watch: Delhi: ତୃତୀୟ ମହଲାରୁ ଯୁବକଙ୍କ ମୁଣ୍ଡ ଉପରେ ଆସି ପଡିଲା AC, ଘଟଣାସ୍ଥଳରେ ମୃତ୍ୟୁ; ଦେଖନ୍ତୁ ଏହି ଭିଡିଓ

Also Read & Watch: Bengaluru: ରିଲ୍ ତିଆରି କରିବା ପଡିଲା ଭାରୀ, ସ୍କୁଟରକୁ ଉଠାଇ ଫ୍ଲାଏଓଭର ତଳକୁ ଫୋପାଡି ଦେଲେ ଲୋକେ, ଦେଖନ୍ତୁ ଭିଡିଓ