Terror Attack: ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର, ଗୁପ୍ତଚର ସଂସ୍ଥା ହାତରେ ଲାଗିଲା ସୁରାକ
Advertisement

Terror Attack: ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର, ଗୁପ୍ତଚର ସଂସ୍ଥା ହାତରେ ଲାଗିଲା ସୁରାକ

Terror Alert on Republic Day: ଗୁଇନ୍ଦା ଏଜେନ୍ସି ହାତରେ ଲାଗିଥିବା ଖବର ଅନୁସାରେ ଆଗାମୀ କିଛି ଦିନ ମଧ୍ୟରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଅଯୋଧ୍ୟା ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଏହି ଆକ୍ରମଣ ପାଇଁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ଷଡଯନ୍ତ୍ର କରିଛି।

Terror Attack: ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର, ଗୁପ୍ତଚର ସଂସ୍ଥା ହାତରେ ଲାଗିଲା ସୁରାକ

Terror Attack on Republic Day: ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ସହର ତଥା ପ୍ରମୁଖ ସ୍ଥାନ ଉପରେ ରହିଛି ଆତଙ୍କବାଦୀ ଗୋଷ୍ଠୀର ନଜର। ଏଥର ସାଧାରଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀ ଅଯୋଧ୍ୟା ରାମ ମନ୍ଦିରକୁ ଟାର୍ଗେଟ କରିପାରନ୍ତି ବୋଲି ମିଳିଛି ଗୁଇନ୍ଦା ସୂଚନା। ଏଜେନ୍ସି ସୂତ୍ରରୁ ମିଳିଥିବା ଅନୁଯାୟୀ ଆତ୍ମଘାତୀ ବିସ୍ଫୋରଣକାରୀ ମାଧ୍ୟମରେ ରାମ ମନ୍ଦିର ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି ଆତଙ୍କବାଦୀ।

ଗୁଇନ୍ଦା ଏଜେନ୍ସି ହାତରେ ଲାଗିଥିବା ଖବର ଅନୁସାରେ ଆଗାମୀ କିଛି ଦିନ ମଧ୍ୟରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ (Pakistani Terrorist Organization) ଅଯୋଧ୍ୟା ରାମ ମନ୍ଦିର (Ayodhya Ram Mandir) ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଏହି ଆକ୍ରମଣ ପାଇଁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ (Terrorist Organization Jaish e Mohammed) ଷଡଯନ୍ତ୍ର କରିଛି। ନେପାଳ (Nepal) ଦେଇ ଭାରତକୁ (India) ଏକ ଆତ୍ମଘାତୀ ଦଳ ପଠାଇ ଏକ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଉତ୍ତର ପ୍ରଦେଶ ଅଯୋଧ୍ୟା ଠାରେ ଚାଲିଥିବା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଶେଷ ହୋଇଛି। ପୂର୍ବରୁ ଏଠାରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇ ଥିବାବେଳେ ବର୍ତ୍ତମାନ ଆତଙ୍କବାଦୀ ହମଲା ସମ୍ପର୍କରେ ଖବର ପାଇବା ପରେ ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police) ପୂର୍ବ ଅପେକ୍ଷା ଆହୁରି ଅଧିକ ସତର୍କ ହୋଇଉଠିଛି।

Also Read: Ram Mandir ଉପରେ ଥିଲା ଆତଙ୍କବାଦୀଙ୍କ ନଜର; Kashi-Mathura ନକ୍ସା ଜବତ କଲା UP ATS

ଗୁଇନ୍ଦା ଏଜେନ୍ସି ଜାଣିବାକୁ ପାଇଛନ୍ତି ଯେ ସାଧାରଣତନ୍ତ୍ର ଦିବସ (Republic Day) ଅବସରରେ ଆତଙ୍କବାଦୀ ଦିଲ୍ଲୀ ଠାରୁ ପଞ୍ଜାବ (Delhi to Punjab) ଏବଂ ଦେଶର ଅନ୍ୟାନ୍ୟ ସହର ପର୍ଯ୍ୟନ୍ତ ବଡ଼ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛନ୍ତି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ (Pakistan Intelligence Agency ISI) ଇସଲାମିକ୍ ଷ୍ଟେଟ୍ ଅଲ କାଏଦା (Islamic State Al Qaeda) ମଧ୍ୟ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ (Underworld Don Dawood Ibrahim) ଗୋଷ୍ଠୀର ସାହାର୍ଯ୍ୟ ନେଇଛି। ଏନେଇ କୁହାଯାଇଥିଲା ଯେ ଆଇଏସଆଇ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଏବଂ ପଞ୍ଜାବରେ ଆଇଇଡ଼ି ବିସ୍ଫୋରଣ ପାଇଁ ଏହାର ସ୍ଲିପଲ ସେଲ ଏବଂ ବେଆଇନ ରୋହିଙ୍ଗ୍ୟା ମୁସଲମାନ ଅନୁପ୍ରବେଶକାରୀଙ୍କୁ ବ୍ୟବହାର କରିପାରେ। ଯଦି ୨୬ ଜାନୁଆରୀରେ ଆତଙ୍କବାଦୀ ଯୋଜନା ବିଫଳ ହୁଏ, ତାହେଲେ G-20 ଶିଖର ସମ୍ମିଳନୀକୁ (g20 Summit 2023 India) ଟାର୍ଗେଟ କରାଯାଇପାରେ। 

Also Read: ଆରଆଣ୍ଡଏଡବ୍ଲ୍ୟୁର ଚାଞ୍ଚଲ୍ୟକର ଖୁଲାସା: ଅଯୋଧ୍ୟାରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି ଆଇଏସଆଇ

ପୂର୍ବରୁ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରୁ ରାଜ୍ୟ ଆତଙ୍କବାଦୀ ନିରୋଧି ବଳ ଦ୍ୱାରା ଗିରଫ ହୋଇଥିବା ୨ ଅଲକାଏଦା ଆତଙ୍କବାଦୀଙ୍କୁ ଜେରା କରାଯିବା ବେଳେ ଅନ୍ୟ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ପାଖରୁ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳର ନକ୍ସା ଜବତ କରାଯାଇଥିଲା। 

Also Read: ବାବ୍ରି ଘଟଣାରେ ବଦଲା ନେବାକୁ ଧମକ ଦେଲା ଆଇଏସ ଆତଙ୍କୀ ସଙ୍ଗଠନ

ରାଜଧାନୀ ଲକ୍ଷ୍ନୌରୁ ଧରାପଡିଥିବା ଅଲକାଏଦା ଆତଙ୍କବାଦୀଙ୍କ (Al Qaeda Terrorist) ନିକଟରୁ ଅଯୋଧ୍ୟା ରାମ ମନ୍ଦିର (Ayodhya Ram Mandir), କାଶୀ (Kashi), ମଥୁରା (Mathura), ଗୋରଖପୁର (Gorakhpur) ସମେତ ରାଜ୍ୟରେ ଅବସ୍ଥିତ ବିଭିନ୍ନ ଧାର୍ମିକସ୍ଥଳର ନକ୍ସା ଜବତ କରିଛି ଉତ୍ତର ପ୍ରଦେଶ (Uttar Pradesh) ଆତଙ୍କବାଦୀ ନିରୋଧି ବଳ (Anti Terrorist Squad)।