#1YearofVaccineDrive : କେମିତି ଥିଲା ବିଶ୍ୱର ସର୍ବବୃହତ ଟିକା ଅଭିଯାନର ଯାତ୍ରା? ପୁରଣ ହେଲାନି ସରକାରଙ୍କ ଟାର୍ଗେଟ୍
Advertisement

#1YearofVaccineDrive : କେମିତି ଥିଲା ବିଶ୍ୱର ସର୍ବବୃହତ ଟିକା ଅଭିଯାନର ଯାତ୍ରା? ପୁରଣ ହେଲାନି ସରକାରଙ୍କ ଟାର୍ଗେଟ୍

ଦେଶରେ ୧୬ ଜାନୁୟାରୀ ୨୦୨୧ରେ ପ୍ରଥମ କୋରୋନା ଟିକା ଦିଆଯିବା ପରଠାରୁ ଅନେକ ଘଟଣା ଘଟିଛି। ବିଭିନ୍ନ ସମୟରେ ଦେଶ ଉଭୟ ଟିକା ଦ୍ୱନ୍ଦ୍ୱ ଏବଂ ଟିକା ଅଭାବର ମୁକାବିଲା କରିଛି। ପର୍ଯ୍ୟାୟକ୍ରମେ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଭାରତରେ ୧୫୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଆଜିଠାରୁ ଠିକ୍ ବର୍ଷେ ପୂର୍ବେ ବିଶ୍ୱର ସର୍ବବୃହତ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ମହାମାରୀ କୋରୋନା ଠାରୁ ଦେଶର ପ୍ରାୟ ୧୩୮ କୋଟି ଜନତାଙ୍କୁ ସୁରକ୍ଷା ଦେବାକୁ ୧୬ ଜାନୁଆରୀ ୨୦୨୧ରେ ଭାରତ ସରକାର ଏକ ବଡ ଚ୍ୟାଲେଞ୍ଜିଂ ଯାତ୍ରା ଆରମ୍ଭ କରିଥିଲା। କାରଣ ଏହି ଦିନ ହିଁ ଦେଶରେ କୋରୋନା ବିରୋଧି ଟିକାକରଣ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ ଟିକା ଅଭିଯାଚାଲିଛି। ତାହା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଯୋଗ୍ୟ ଜନସଂଖ୍ୟାର ୯୦ ପ୍ରତିଶତ ଲୋକ ପ୍ରଥମ ଡୋଜ, ୬୦ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ଓ ୪୨ ଲକ୍ଷ ଲୋକ ( ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ଅସୁରକ୍ଷିତ ବ୍ୟକ୍ତି) ଙ୍କୁ ବୁଷ୍ଟର ବା ତୃତୀୟ ଡୋଜ୍ ଟିକା ଦିଆଯାଉଛି।

ଦେଶରେ ୧୬ ଜାନୁୟାରୀ ୨୦୨୧ରେ ପ୍ରଥମ କୋରୋନା ଟିକା ଦିଆଯିବା ପରଠାରୁ ଅନେକ ଘଟଣା ଘଟିଛି। ବିଭିନ୍ନ ସମୟରେ ଦେଶ ଉଭୟ ଟିକା ଦ୍ୱନ୍ଦ୍ୱ ଏବଂ ଟିକା ଅଭାବର ମୁକାବିଲା କରିଛି। ପର୍ଯ୍ୟାୟକ୍ରମେ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଭାରତରେ ୧୫୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଏଥିମଧ୍ୟରୁ ୯୦ କୋଟିରୁ ଅଧିକ ପ୍ରଥମ ଡୋଜ, ୬୫ କୋଟି ଦ୍ୱିତୀୟ ଡୋଜ ଏବଂ ୪୨ଲକ୍ଷକୁ ‘ସତର୍କତା ଡୋଜ’ ବା ତୃତୀୟ ଡୋଜ ନେଇଛନ୍ତି। ଗତ ବର୍ଷେ ମଧ୍ୟରେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଆଠଟି କୋଭିଡ ଟିକାକୁ ଭାରତ ସରକାର ଅନୁମୋଦନ ଦେଇଛନ୍ତି। ସେଗୁଡ଼ିକ ହେଉଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର Covishield, Covovax, ଭାରତ ବାୟୋଟେକର Covaxin, ଋଷର Sputnik V, Moderna, ଜନସନ ଏବଂ ଜନସନଙ୍କ ଏକକ-ଡୋଜ ଟିକା, Zydus Cadilaର ZyCoV-D ଏବଂ Biological Eର Corbevax।

Also Read: କୋରୋନାର ଲମ୍ବଡ଼ିଆଁ: ଏଣିକି ସରକାରୀ ତଥ୍ୟରେ କମିଯିବ ସଂକ୍ରମିତଙ୍କ ସଂଖ୍ୟା

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର Covishield ଏବଂ ସ୍ୱଦେଶୀ ଭାବରେ ବିକଶିତ Covaxin ଭାରତର ଟୀକାକରଣ ଡ୍ରାଇଭ୍ର ମେରୁଦଣ୍ଡ ପାଲଟିଛି। ଦେଶରେ ଚାଲିଥିବା ମାଗଣା ଟିକା ଅଭିଯାନରେ ଏହି ଉଭୟ ଟିକା ବ୍ୟବହାର କରାଯାଉଛି। ଘରୋଇ ହସ୍ପିଟାଲରେ ମଧ୍ୟ Covishield ଓ Covaxin (ଉଭୟ ଦେୟଯୁକ୍ତ) ଉପଲବ୍ଧ। ଭାରତରେ ସରକାରୀ ଟିକା ଅଭିଯାନରେ Sputnik V ମାନ୍ୟତା ପାଇବାରେ ବିଫଳ ହୋଇଛି। କିନ୍ତୁ ଘରୋଇ ହସ୍ପିଟାଲରେ ଉପଯୁକ୍ତ ଦେୟରେ ଏହି ଟିକା ଉପଲବ୍ଧ ହେଉଛି। ସେପଟେ ZyCoV-Dର ଟିକାକରଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏହି ସମୟ ମଧ୍ୟରେ କୌଣସି ଚୁକ୍ତି ହୋଇ ନ ଥିବାରୁ Moderna ଭାରତୀୟ ବଜାରରେ ପ୍ରବେଶ କରିପାରିନାହିଁ। 

fallback

କେଉଁ ସମୟରେ କାହାକୁ ମିଳିଲା ଟିକା?

୧୬ ଜାନୁଆରୀ ୨୦୨୧: ଫ୍ରଣ୍ଟଲାଇନ ଏବଂ ସ୍ୱାସ୍ଥ୍ୟକର୍ମୀ।

୧ ମାର୍ଚ୍ଚ ୨୦୨୧: ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫-୬୦ ବର୍ଷ ବୟସର ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତି।

୧ ଏପ୍ରିଲ୍ ୨୦୨୧: ୪୫ ବର୍ଷରୁ ଅଧିକ ବୟସ୍କ।

୧ ମଇ ୨୦୨୧1: ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କ।

ନଭେମ୍ବର ୨୦୨୧: ଶତପ୍ରତିଶତ ପ୍ରଥମ ଡୋଜ୍ କଭରେଜ୍ ହାସଲ କରିବାକୁ ସରକାର ହର ଘର ଦସ୍ତକ (ଦ୍ୱାରରୁ ଦ୍ୱାର) ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ।

୩ ଜାନୁୟାରୀ ୨୦୨୨: କିଶୋର ବୟସ୍କ (୧୫ରୁ ୧୮ ବର୍ଷ)।

୧୦ ଜାନୁୟାରୀ ୨୦୨୨: ଫ୍ରଣ୍ଟଲାଇନ୍ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ଅସୁରକ୍ଷିତ ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍।

Also Read: Coronavirus Updates: ଅନିୟନ୍ତ୍ରୀତ ହେଲାଣି ସଂକ୍ରମଣ, ଦେଶ ଓ ରାଜ୍ୟରେ ସ୍ଥିତି ସମାନ

ଓଡିଶାରେ ମଧ୍ୟ କୋରୋନା ଟିକାକରଣ ଅଭିଯାନ ଜୋରସୋରରେ ଚାଲିଛି। ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ସରକାର ପ୍ରଥମ ଡୋଜ୍ ଟିକା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ। ବର୍ତ୍ତମାନେ ଏହି ଟାର୍ଗେଟକୁ ଆଉ ୧୫ ଦିନ ଅର୍ଥାତ ୩୧ ଜାନୁଆରୀ ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି। ସାଢେ ଚାରି କୋଟି ଲୋକସଂଖ୍ୟା ବିଶିଷ୍ଟ ରାଜ୍ୟରେ ପ୍ରଥମେ ୩.୦୯ କୋଟି ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଏହାକୁ ୩.୨୫ କୋଟିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ଶନିବାର ସୁଦ୍ଧା ୫.୪ କୋଟି ଜୋଡ ଟିକା ଦିଆଯାଇଛି। ସେଥିରେ ୯୨ ପ୍ରତିଶତ ପ୍ରଥମ ଜୋଡ, ୭୦ ପ୍ରତିଶତ ଦ୍ୱିତୀୟ ଡୋଜ୍ ଓ  ୭୨,୬୩୫ ଜଣଙ୍କୁ ବୁଷ୍ଟର ଡୋଜ୍ ନେଇଛନ୍ତି। ୧୦ ଲକ୍ଷ ୧୩ ହଜାରରୁ ଊର୍ଦ୍ଧ୍ୱ ୧୫ରୁ ୧୮ ବର୍ଷ ବୟସ୍କ କିଶୋର କିଶୋରୀଙ୍କୁ ମଧ୍ୟ ଟିକା ଦିଆଯାଇଛି।