Supply of F16 Fighter Jet: ପାକିସ୍ତାନ ପ୍ରେମକୁ ନେଇ ଆମେରିକାକୁ ମୁହାତୋଡ଼ ଜବାବ ଦେଲା ଭାରତ
Advertisement

Supply of F16 Fighter Jet: ପାକିସ୍ତାନ ପ୍ରେମକୁ ନେଇ ଆମେରିକାକୁ ମୁହାତୋଡ଼ ଜବାବ ଦେଲା ଭାରତ

India USA Pakistan:  ପାକିସ୍ତାନ ଭଳି ଦେଶକୁ  F16 ଯୁଦ୍ଧ ବିମାନର ଯନ୍ତ୍ରାଂଶ ଯୋଗାଣ ଉପରେ ଭାରତ-ଅମେରିକା ମଧ୍ୟରେ ଛକାପଞ୍ଜା ଜାରି ରହିଛି।

 

Supply of F16 Fighter Jet: ପାକିସ୍ତାନ ପ୍ରେମକୁ ନେଇ  ଆମେରିକାକୁ ମୁହାତୋଡ଼ ଜବାବ ଦେଲା ଭାରତ

Indias reply to America: ପାକିସ୍ତାନକୁ F16 ଯୁଦ୍ଧ ବିମାନ ଯୋଗାଣ କରିବା ପ୍ରସଙ୍ଗରେ  ଆମେରିକା ପାଖରେ ଦୃଢ ଆପତ୍ତି ଉଠାଇଛି  ଭାରତ।  ଗସ୍ତ ଗତ ସପ୍ତାହରେ ଦିଲ୍ଲୀ ଠାରେ ଆମେରିକୀୟ ସହଯୋଗୀ ବିଦେଶ ସଚିହ ଡୋନାଲ୍ଡ ଲୁ ଙ୍କ ହୋଇଥିବା ବୈଠକ ବେଳେ ପାକିସ୍ତାନକୁ ଯୁଦ୍ଧ ବିମାନ ଯୋଗାଣ କରିବା ପ୍ରସଙ୍ଗରେ ଆପତ୍ତି ଜଣାଇଛି ଭାରତ। ନିକଟରେ ପାକିସ୍ତାନକୁ  ଏହି  ଅତ୍ୟାଧୁନିକ ଯୁଦ୍ଧ ବିମାନର ଯନ୍ତ୍ରାଶ ଯୋଗାଣ ନେଇ ୪୫୦ ମିଲିୟନ୍ ଡଲାର ମୂଲ୍ୟର ଏକ ଚୁକ୍ତି କରିଛି ଆମେରିକା। 

ଆମେରିକା (United States of America) ପକ୍ଷରୁ ପାକିସ୍ତାନ (Pakistan) ଭଳି ଦେଶକୁ ପ୍ରଦାନ କରାଯିବାକୁ ଥିବା F16 ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନର (F16 Fighter Jet) ଜ୍ଞାନକୌଶଳ ପ୍ରଦାନ କରିବାକୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ (India)। ଯଦିଓ ପାକିସ୍ତାନ ପକ୍ଷରୁ କୁହାଯାଇଛି ଆତଙ୍କବାଦ ଦମନ (Anti Terrorist Operation) କାର୍ଯ୍ୟ ପାଇଁ  F16 ଯୁଦ୍ଧ ବିମାନ ଆବଶ୍ୟକ। ଭାରତ ସରକାର ଏହା ସନ୍ଦେହ କରୁଛନ୍ତି ଏହାକୁ ଭାରତୀୟ ସେନା ବିରୋଧରେ ବ୍ୟବହାର କରାଯାଇ ପାରେ। 

F16  ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନର ଯନ୍ତ୍ରାଂଶ (Spare Parts of F16 Fighter Jet) ପାକିସ୍ତାନ ଭଳି ଦେଶକୁ ପ୍ରଦାନ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକୀୟ ସହଯୋଗୀ ବିଦେଶ ସଚିହ ଡୋନାଲ୍ଡ ଲୁ। ଏନେଇ ସେ କହିଛନ୍ତି ଯେ, F16 ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ପାକିସ୍ତାନ ସହ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଅଧିନରେ ୪୦ ବର୍ଷର ପୁରୁଣା ଯନ୍ତ୍ରାଂଶ ବଦଳାଇବା ପାଇଁ ବର୍ତ୍ତମାନର ଜ୍ଞାନକୌଶଳ ପ୍ରଦାନ କରାଯିବ। ଏହା ଆମେରିକର ଆମେରିକାର ବିଶ୍ୱସ୍ତରୀୟ  ପ୍ରତିରକ୍ଷା ନୀତିର ଏକ ଅଂଶବିଶେଷ। 

ହେଲେ ଭାରତ ପ୍ରସଙ୍ଗରେ ନିଜର ସନ୍ଦେହକୁ ପୁନରାବୃତ୍ତି କରି ଏହାର ଅସନ୍ତୋଷକୁ ସ୍ପଷ୍ଟ ଭାବରେ ଜଣାଇଛି। ୨୦୧୬ ବର୍ଷରେ  ଯେତେବେଳେ F16  ଯୁଦ୍ଧ ବିମାନ ବିକ୍ରୟକୁ ନେଇ ନିରାଶ ହୋଇଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ  ଏକ ବିବୃତ୍ତି ଜାରି କରିଥିଲା। ଏହା ପରେ ତତ୍କାଳୀନ ବୈଦେଶିକ ସଚିବ ଏସ.ଜୟଶଙ୍କର ଆମେରିକାର ରାଷ୍ଟ୍ରଦୂତଙ୍କୁ ଡାକି ବିରୋଧ  ପ୍ରଦର୍ଶନ କରିଥିଲେ। ସେତେବେଳେ ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ମନ୍ତବ୍ୟ ଜାରି ହୋଇ ନଥିଲା। F16 ଯୁଦ୍ଧ ବିମାନର ଯନ୍ତ୍ରାଂଶ ଯୋଗାଣ ଉପରେ ଭାରତ-ଅମେରିକା ମଧ୍ୟରେ ଛକାପଞ୍ଜା ଜାରି ରହିଛି।

ଭାରତ ଗସ୍ତରେ ସ୍ଥାନୀୟ ଗଣମାଧ୍ୟମକୁ  ଦେଇଥିବା ସାକ୍ଷାତକାରରେ ଆମେରିକୀୟ ସହଯୋଗୀ ବିଦେଶ ସଚିହ ଡୋନାଲ୍ଡ ଲୁ କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ଆମକୁ ଅନେକ ଅଭିଯୋଗ ମିଳିଛି। ଯାହାକୁ ଆମେ ସ୍ୱୀକାର କରିଛୁ।  ମୁଁ ଏହି ପ୍ରସଙ୍ଗରେ ଅତି ସ୍ପଷ୍ଟ ଭାବରେ କହିବି ଯେ, ଏହା ସୁରକ୍ଷା ଏବଂ ପ୍ରତିରକ୍ଷ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମ ସହ ଜଡ଼ିତ। ପାକିସ୍ତାନକୁ କୌଣସି ନୂତନ ଯୁଦ୍ଧ ବିମାନ କିମ୍ବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯାଉନାହିଁ।   

ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଅମେରିକା। ଏନେଇ ଆମେରିକା  ପକ୍ଷରୁ କୁହାଯାଇଥିଲା ଯେ, ଏହି ବିବାଦର ସମାଧାନ ପାଇଁ ବେଜିଂ ଦ୍ୱାରା କୌଣସି ଆନ୍ତରିକ ଉଦ୍ୟମ କରାଯାଉନାହିଁ।  ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ହୋଇଥିବା ବିବାଦ  ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଡୋନାଲ଼୍ଡ ଲୁ କହିଛନ୍ତି ଯେ, ଆମେରିକା ଚୀନ୍‌କୁ ଏକ ଭୟଙ୍କର ବିପଦ ବୋଲି  ବିବେଚନା କରିବା ସହ ଭାରତ ସପକ୍ଷରେ ଦୃଢ ଭାବେ ଛିଡା ହେବ।