India: ଖରାପ ଗୁଣବତ୍ତା ଔଷଧ ପାଇଁ ଲାଇସେନ୍ସ ହରାଇଲେ ୧୮ ଫାର୍ମା କମ୍ପାନୀ, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1630512

India: ଖରାପ ଗୁଣବତ୍ତା ଔଷଧ ପାଇଁ ଲାଇସେନ୍ସ ହରାଇଲେ ୧୮ ଫାର୍ମା କମ୍ପାନୀ, ଜାଣନ୍ତୁ ପୁରା ଘଟଣାକ୍ରମ

Drug Controller General of India: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ୭୬ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଉପରେ ଯାଞ୍ଚ କରିଥିଲା। ଭାରତରେ ନିର୍ମିତ ବିଭିନ୍ନ ଔଷଧ ବ୍ୟବହାର କରି ବିଭିନ୍ନ ଦେଶରେ ଲୋକଙ୍କ ମୃତ୍ୟୁ ହେବା ସହ ଅସୁସ୍ଥ ହେବାର ଖବର ଆସିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

India: ଖରାପ ଗୁଣବତ୍ତା ଔଷଧ ପାଇଁ ଲାଇସେନ୍ସ ହରାଇଲେ ୧୮ ଫାର୍ମା କମ୍ପାନୀ, ଜାଣନ୍ତୁ ପୁରା ଘଟଣାକ୍ରମ

Pharma Companies Of India: ଦେଶରେ ୧୮ ଫାର୍ମା କମ୍ପାନୀ ଲାଇସେନ୍ସ ବାତିଲ କରାଯାଇଛି ଏବଂ ସେମାନଙ୍କୁ ଉତ୍ପାଦନ ବନ୍ଦ କରିବାକୁ କୁହାଯାଇଛି। ଅନ୍ୟପଟେ ୨୬ ଫାର୍ମା କମ୍ପାନୀ ଉଦ୍ଦେଶ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରୁ ବିଦେଶରେ ନକଲି ଔଷଧ ବିକ୍ରି ହେବା ଘଟଣାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଅଧିନରେ ଫାର୍ମା କମ୍ପାନୀ ବିରୋଧରେ ଏପରି ପଦକ୍ଷେପ ନିଆଯାଇଛି। 

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ୭୬ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଉପରେ ଯାଞ୍ଚ କରିଥିଲା। କେନ୍ଦ୍ରୀୟ ଏବଂ ରାଜ୍ୟ ଟିମ ଦ୍ୱାରା ଏହି ଯାଞ୍ଚ କରାଯାଇଥିଲା। ଏହି ଘଟଣାରେ ୨୦ ରାଜ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରାୟ ୧୫ ଦିନ ଧରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ଭାରତରେ ନିର୍ମିତ ବିଭିନ୍ନ ଔଷଧ ବ୍ୟବହାର କରି ବିଭିନ୍ନ ଦେଶରେ ଲୋକଙ୍କ ମୃତ୍ୟୁ ହେବା ସହ ଅସୁସ୍ଥ ହେବାର ଖବର ଆସିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଗତ ମାସରେ ଗୁଜୁରାଟସ୍ଥିତ ଫାର୍ମା କମ୍ପାନୀ ଜାଇଡସ୍ ଲାଇଫ ସାଇନ୍ସ ଆମେରିକୀୟ ବଜାରରୁ ଗୁଟ୍ ଚିକିତ୍ସା ପାଇଁ ବ୍ୟବହୃତ ୫୫ ହଜାରରୁ ଅଧିକ ବୋତଲ ଔଷଧ ଫେରାଇ ଆଣିଥିଲା। ଏହି ଔଷଧ ଚିକିତ୍ସା କ୍ଷେତ୍ରରେ ବିଫଳ ହୋଇଥିବା କୁହାଯାଇଥିଲା।

ସେହିପରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନିକଟସ୍ଥ ନୋଏଡା ଠାରେ ଏକ ଫାର୍ମାସ୍ୟୁଟିକାଲ୍ ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଏହି କମ୍ପାନୀ ପକ୍ଷରୁ କଫ ସିରପ୍ ଔଷଧ ପ୍ରସ୍ତୁତ କରାଯାଇଥିଲା। ଏହି ଔଷଧ ବ୍ୟବହାର କରି ଗତ ବର୍ଷ ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଥିଲା। ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ନିମ୍ନ ମାନର ଔଷଧ ପ୍ରସ୍ତୁତ କରି ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା।

କେନ୍ଦ୍ରୀୟ ଟିମ୍ ଏବଂ ଉତ୍ତର ପ୍ରଦେଶର ଡ୍ରଗ୍ କର୍ତ୍ତୃପକ୍ଷ ମାରିଅନ୍ ବାୟୋଟେକ୍ ଉତ୍ପାଦର ନମୁନା ଯାଞ୍ଚ କରିଥିଲେ। ଯାହା ମଧ୍ୟରୁ ୨୨ ଉତ୍ପାଦ ଔଷଧ ସହ ଜଡ଼ିତ ଆବଶ୍ୟକୀୟ ମାନକ ଏବଂ ଗୁଣବତ୍ତା ପୂରଣ କରୁନଥିବା ଜଣାପଡ଼ିଥିଲା।

ସେହିପରି ଫେବୃଆରୀରେ ଚେନ୍ନାଇ ଭିତ୍ତିକ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏହାର ଔଷଧ ଉତ୍ପାଦନ କାର୍ଯ୍ୟ ବନ୍ଦ କରି ଦେଇଥିଲା। ଏନେଇ ଆମେରିକୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧ ପ୍ରତିରୋଧକ ଜୀବାଣୁ ଦ୍ୱାରା ଦୂଷିତ ହୋଇପାରେ। ଯାହା ଦ୍ୱାରା ସ୍ଥାୟୀ ଭାବରେ ଦୃଷ୍ଟି ଶକ୍ତି ହରାଇବାର ସମ୍ଭାବନା ରହିଛି। ଏହି ଔଷଧ କାରଣରୁ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଥିଲା। ଗ୍ଲୋବାଲ୍ ଫାର୍ମା ହେଲଥ କେୟାର ଦ୍ୱାରା ନିର୍ମିତ ଏଜ୍ରି କେୟାର୍ ଆର୍ଟିଫିସିଆଲ୍ ଟିଅରସ୍ ଆଇ ଡ୍ରପ୍, ସିଉଡୋମାନାସ୍ ଏରୁଗିନୋସା ଭଳି ରୋଗ ସହିତ ଜଡିତ ଥିଲା। ଯାହା ଆମେରିକାର ଅତି କମରେ ୫୫ ଜଣ ଲୋକଙ୍କୁ ପ୍ରଭାବିତ କରିଥିଲା।