କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ (Dr Harsh Vardhan) ଏହି ମେଗା ଇଭେଣ୍ଟର ସମୀକ୍ଷା କରିଛନ୍ତି। ତେବେ ଏହି ସମୟରେ ଦେଶବ୍ୟାପୀ ମାଗଣାରେ କୋରୋନା ଟିକା କରଣ (Corona vaccination) କରାଯିବ ବୋଲି ସୂଚନା ଦେଇଛନ୍ତି।
Trending Photos
ନୂଆଦିଲ୍ଲୀ: କୋରୋନା ଟିକାକରଣକୁ ନେଇ ଆସିଲା ଖୁସି ଖବର। କେବେଳ ଦିଲ୍ଲୀ ନୁହେଁ ଦେଶବ୍ୟାପୀ ହେବ ମାଗଣା ଟିକା କରଣ। ପ୍ରଥମ ପର୍ଯ୍ୟାୟରେ ତିନି କୋଟି କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ପ୍ରାଧାନ୍ୟ। ଶନିବାର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଘୋଷଣା କରିଛନ୍ତି।
ଶନିବାର ଠାରୁ ଦେଶବ୍ୟାପୀ କୋରୋନା ଟିକାର ଡ୍ରାଏ ରନ୍ (Dry Run) ଆରମ୍ଭ ହୋଇଯାଇଛି। ଓଡିଶା ସମେତ ସମସ୍ତ ରାଜ୍ୟର ୨୫୯ ସେଣ୍ଟରରେ ରିହାଲସଲ ଚାଲିଛି। କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ (Dr Harsh Vardhan) ଏହି ମେଗା ଇଭେଣ୍ଟର ସମୀକ୍ଷା କରିଛନ୍ତି। ତେବେ ଏହି ସମୟରେ ଦେଶବ୍ୟାପୀ ମାଗଣାରେ କୋରୋନା ଟିକା କରଣ (Corona vaccination) କରାଯିବ ବୋଲି ସୂଚନା ଦେଇଛନ୍ତି।
Also Read: ଖୁସି ଖବର; ଦେଶରେ ଏହି କୋରୋନା ଟିକାକୁ ପ୍ରଥମେ ମିଳିଲା ଜରୁରୀ ବ୍ୟବହାର ଅନୁମତି
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାଅନୁସାରେ ପ୍ରଥମ ପର୍ଯ୍ୟାୟରେ ମାଗଣା କୋରୋନା ଟିକା କରଣ କରାଯିବ। ଦେଶବ୍ୟାପୀ ଏକ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨ କୋଟି ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ଗୁରୁତ୍ୱ ଦିଆଯିବ। ଜୁଲାଇ ସୁଦ୍ଧା ୨୭ କୋଟି ଲୋକଙ୍କୁ ଟିକା (Corona vaccine) କରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ରାଜଧାନୀ ଦିଲ୍ଲୀରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୧ ଲକ୍ଷ ଲୋକଙ୍କ ଟିକା କରଣ ହେବ ବୋଲି ସୂଚନା ମିଳିଛି।
ଡ୍ରାଏ ରନର ସଫଳତା ଟିକା କରଣକୁ ନେଇ ଏକ ସାମ୍ୟକ ଧାରଣା ସୃ୍ଷ୍ଟି କରିବ। ଯଦି ଦେଶବ୍ୟାରୀ ଚାଲିଥିବା ମେଗା ଅଭିଯାନ ସଫଳ ହୁଏ ତେବେ ଖୁବଶୀଘ୍ର କୋରୋନା ଟିକା କରଣ ଆସମ୍ଭ ହେବ। ଶୁକ୍ରବାର ଓକ୍ସଫର୍ଡ ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ଫାଇଜର ଓ ଭାରତ ବାୟୋଟେକ ଲାଇନରେ ଅଛନ୍ତି।