Bullet Train in India: କେତେ ଅଗ୍ରଗତି କରିଛି ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟ? ଉତ୍ତର ରଖିଲେ ମୋଦି ସରକାର
Advertisement
Article Detail0/zeeodisha/odisha1611755

Bullet Train in India: କେତେ ଅଗ୍ରଗତି କରିଛି ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟ? ଉତ୍ତର ରଖିଲେ ମୋଦି ସରକାର

Mumbai-Ahmedabad Bullet Train Project:  ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚଳାଚଳ କରିବାକୁ ଯାଉଥିବା ବୁଲେଟ୍ ଟ୍ରେନ୍ ପ୍ରକଳ୍ପର କେତେ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ସେ ସମ୍ପର୍କରେ ଜଣାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

Bullet Train in India: କେତେ ଅଗ୍ରଗତି କରିଛି ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟ? ଉତ୍ତର ରଖିଲେ ମୋଦି ସରକାର

Bullet Train Project India: ମୋଦି ସରକାରଙ୍କ ମହତ୍ୱପୂର୍ଣ୍ଣ ପରିଯୋଜନା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦେଶବାସୀ। ଆସନ୍ତା ୨୦୨୬ ଅଗଷ୍ଟ ପର୍ଯ୍ୟନ୍ତ ଦେଶରେ ବୁଲେଟ ଟ୍ରେନ ଚଳାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ପ୍ରକଳ୍ପର କାର୍ଯ୍ୟ ବହୁତ ଦ୍ରୁତ ଗତିରେ ଚାଲିଛି। ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଗୁଜୁରାଟ ଅହମ୍ମଦାବାଦ ଠାରୁ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ପ୍ରକଳ୍ପରେ ଏ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ବିଷୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ (Railway Minister Ashwini Vaishnaw) କହିବା ଅନୁସାରେ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚଳାଚଳ କରିବାକୁ ଯାଉଥିବା ବୁଲେଟ୍ ଟ୍ରେନ୍ ପ୍ରକଳ୍ପର (Mumbai-Ahmedabad Bullet Train Project) ୩୬.୯୩% କାର୍ଯ୍ୟ ଶେଷ ହୋଇଛି। ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟ (Bullet Train Project India) ସମ୍ପର୍କରେ ଟ୍ୱିଟ କରି ରେଳ ମନ୍ତ୍ରଣାଳୟ (Railway Ministry of India) ପକ୍ଷରୁ କୁହାଯାଇଛି ୨୦୨୩ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ୨୬.୩୩ ପ୍ରତିଶତ ଫିଜିକାଲ ପ୍ରୋସେସ ଶେଷ ହୋଇଛି। ଏହି ପ୍ରକଳ୍ପର ୧୩.୭୨ ପ୍ରତିଶତ କାର୍ଯ୍ୟ ମହାରାଷ୍ଟ୍ରରେ (Maharashtra) ଶେଷ ହୋଇଥିବା ବେଳେ, ଅନ୍ୟପକ୍ଷରେ ଗୁଜୁରାଟରେ (Gujarat) ୫୨ ପ୍ରତିଶତରୁ ଅଧିକ ସିଭିଲ କାର୍ଯ୍ୟ ଶେଷ ହୋଇଛି।

ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ (Bullet Train Project) କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଗତ ବର୍ଷ ଅଗଷ୍ଟରେ ବୁଲେଟ୍ ଟ୍ରେନ ପ୍ରକଳ୍ପର ମୂଳଦୁଆ ପକାଯାଇଥିଲା। ବିଗତ ଦେଢ ବର୍ଷ ମଧ୍ୟରେ ୧୫୪ କିଲୋମିଟର ଲମ୍ବା ରେଳ ଧାରଣା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କହିଛି ଯେ ଆସନ୍ତା ୨୦୨୬ ଅଗଷ୍ଟରେ ପ୍ରଥମ ବୁଲେଟ୍ ଟ୍ରେନ୍ ଏବଂ ୨୦୨୭ ଅଗଷ୍ଟ ପର୍ଯ୍ୟନ୍ତ ଏକ ପ୍ରମୁଖ ବିଭାଗକୁ ଚଳାଇବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ରେଳ ମନ୍ତ୍ରଣାଳୟ ମୁତାବକ ପ୍ରାୟ ୨୫୭.୦୬ କିଲୋମିଟର ଦୂରତାରେ ପାଇଲିଂ କାର୍ଯ୍ୟ ଶେଷ ହୋଇଥିବା ବେଳେ, ୧୫୫.୪୮ କିଲୋମିଟର ଦୂରତା ପର୍ଯ୍ୟନ୍ତ ପୀୟର ୱାର୍କ ଶେଷ ହୋଇଛି। ପ୍ରାୟ ୩୭.୬୪ କିଲୋମିଟର ରେଳ ଧାରଣାରେ ଗାର୍ଡର ଲଗାଯାଇ ସାରିଛି। ବୁଲେଟ୍ ଟ୍ରେନ ପ୍ରକଳ୍ପ ଅଧିନରେ ପ୍ରାୟ ୮ ହଜାରରୁ ଅଧିକ ଗଛ ଲଗାଯାଇଛି ଏବଂ ୮୩ ହଜାର ୬୦୦ ଛୋଟ ଚାରା ରୋପଣ କରାଯାଇଛି।

ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବିଷୟରେ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ମହାରାଷ୍ଟ୍ର ଆମ ସାମ୍ନା ସବୁଠାରୁ ବଡ ଆହ୍ୱାନ ଭାବେ ଉଭା ହୋଇଥିଲା। ହେଲେ ସରକାର ବଦଳିବା ପରେ ସେଠାରେ ମଧ୍ୟ ଯୋଜନା ଅନୁଯାୟୀ ସବୁକିଛି ଚାଲିଛି। ମହାରାଷ୍ଟ୍ରରେ ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ଏମଭିଏ ସରକାର ସମୟରେ ଜମି ଅଧିଗ୍ରହଣର ମନ୍ଥର ଗତି ଏବଂ ରାଜ୍ୟ ଅଧୀନରେ କାର୍ଯ୍ୟରେ ବିଳମ୍ବ ହେତୁ ଏହି ପ୍ରକଳ୍ପ ବିଳମ୍ବ ହୋଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ।