Indian Army: ଆତଙ୍କବାଦୀଙ୍କ ସହ ଲଢ଼େଇ କରି ୨ ଯବାନ ସହିଦ
Advertisement
Article Detail0/zeeodisha/odisha2429199

Indian Army: ଆତଙ୍କବାଦୀଙ୍କ ସହ ଲଢ଼େଇ କରି ୨ ଯବାନ ସହିଦ

Jk News: ଜମ୍ମୁ କାଶ୍ମୀରରୁ ଆସିଲା ଦୁଃଖଦ ଖବର।  ଆତଙ୍କୀଙ୍କ ଗୁଳିରେ  ସହିଦ ହେଲେ ୨ ଯବାନ। ଜମ୍ମୁ କାଶ୍ମୀରର କିସ୍ତଓ୍ବାର ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି।  ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ଯବାନ ଆହତ ହୋଇଥିବା ବେଳେ ଅନ୍ୟ ୨ ଜଣ ସହିଦ ହୋଇଛନ୍ତି। ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି। 

Indian Army: ଆତଙ୍କବାଦୀଙ୍କ ସହ ଲଢ଼େଇ କରି ୨ ଯବାନ ସହିଦ
Jk News: ଜମ୍ମୁ କାଶ୍ମୀରରୁ ଆସିଲା ଦୁଃଖଦ ଖବର।  ଆତଙ୍କୀଙ୍କ ଗୁଳିରେ  ସହିଦ ହେଲେ ୨ ଯବାନ। ଜମ୍ମୁ କାଶ୍ମୀରର କିସ୍ତଓ୍ବାର ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି। ଏଥିରେ ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ଯବାନ ଆହତ ହୋଇଥିବା ବେଳେ ଅନ୍ୟ ୨ ଜଣ ସହିଦ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଜାରି ରହିଛି। 
 
 
ସୂଚନା ଅନୁସାରେ, ଗତକାଲି ଜମ୍ମୁ କାଶ୍ମୀରର କିସ୍ତଓ୍ବାର  ଚତରୁରେ  ଜୈସ୍- ଇ-ମହମ୍ମଦ ର ୩ ଆତଙ୍କୀ ଥିବା ନେଇ ସେନାକୁ ଖବର ମିଳିଥିଲା। ଘଟଣାସ୍ଥଳରେ ସୁରକ୍ଷାବଳ ପହଞ୍ଚି ଅପରେସନ୍ ଆରମ୍ଭ କରିଥିଲା। ଆତଙ୍କବାଦୀ ଓ  ସୁରକ୍ଷାବଳଙ୍କ ମଧ୍ୟରେ ଏନକାଉଣ୍ଟର  ହୋଇଥିଲା।  ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ୪ ଜଣ ଯବାନ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୨ ଜଣ ସହିଦ ହୋଇଥିଲେ। ସେପଟେ, କାଠୁଆରେ ଅନ୍ୟ ଏକ ଏନକାଉଣ୍ଟରରେ ସେନା ପକ୍ଷରୁ ୨ ଆତଙ୍କୀଙ୍କୁ ନିପାତ କରାଯାଇଛି।