୨୫ ବିଭାଗୀୟ କର୍ମଚାରୀଙ୍କୁ ଅଚାନକ ଛୁଟିରେ ପଠାଇଲା ରେଳବାଇ
Advertisement
Article Detail0/zeeodisha/odisha1195303

୨୫ ବିଭାଗୀୟ କର୍ମଚାରୀଙ୍କୁ ଅଚାନକ ଛୁଟିରେ ପଠାଇଲା ରେଳବାଇ

ମୋଟ ୨୫ ଜଣ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ରେଳବାଇ।

୨୫ ବିଭାଗୀୟ କର୍ମଚାରୀଙ୍କୁ ଅଚାନକ ଛୁଟିରେ ପଠାଇଲା ରେଳବାଇ

Railway Action Against Departmental Staff: ବିଭାଗୀୟ କର୍ମଚାରୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ। ପ୍ରାୟ ୨୫ ଜଣ ରେଳବାଇ କର୍ମଚାରୀଙ୍କୁ  କାମରୁ ବାହାର କରାଯାଇଛି। କାମରୁ ବିଦା ହୋଇଥିବା ଲୋକେ ରେଳବାଇ କର୍ମଚାରୀ ଭାବେ କରୁଥିଲେ। 

ମୋଟ ୨୫ ଜଣ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ରେଳବାଇ। ଠିକ ଭାବେ କାମ କରି ପାରୁ ନ ଥିବା ସେମାନଙ୍କ ବିରୋଧରେ ଆସିଥିଲା ଅଭିଯୋଗ। ଯେଉଁ କାରଣରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।   

ଯେଉଁମାନଙ୍କ ବିରୋଧରେ ରେଳବାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ କେତେକ କର୍ମଚାରୀ ୧୦-୧୫ ବର୍ଷ ହେବଏକ ଗୋଷ୍ଠୀ ଗଠନ କରି ବ୍ୟାପକ ହେରଫେର କରୁଥିଲେ। ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ଟିକେଟ ସଂରକ୍ଷଣ କ୍ଷେତ୍ରରେ ହେରଫେର କରିଥିବାର ଅଭିଯୋଗ ହୋଇଛି। କାର୍ଯ୍ୟରୁ ବିଦା ହୋଇଥିବା ବିଭାଗୀୟ କର୍ମଚାରୀ  ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। 

Also Read: କୋଇଲା ସଂକଟ: ବାତିଲ ହେବ ୧୧୦୦ ଟ୍ରେନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ