ରେଳବାଇ ଦେଲା ଖୁସି ଖବର! ଟ୍ରେନରେ ଏକୁଟିଆ ଯାତ୍ରା କରୁଥିଲେ ମିଳିବ ଏହି ବିଶେଷ ସୁବିଧା
Advertisement
Article Detail0/zeeodisha/odisha1199979

ରେଳବାଇ ଦେଲା ଖୁସି ଖବର! ଟ୍ରେନରେ ଏକୁଟିଆ ଯାତ୍ରା କରୁଥିଲେ ମିଳିବ ଏହି ବିଶେଷ ସୁବିଧା

Indian Railways: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସମୟ ସମୟରେ ରେଳବାଇ ଅନେକ ବିଶେଷ ସୁବିଧା ଆଣିଥାଏ । ଅନେକ ଥର ଏହା ଘଟେ ଯେ ଆମେ ଟ୍ରେନରେ ଶୋଇପଡୁ ଏବଂ ଯାଉଥିବା ନିର୍ଦ୍ଦିଷ୍ଟ ଷ୍ଟେସନକୁ ଅତିକ୍ରମ କରିଥାଉ, ଯାହା ପରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।

ସାଙ୍କେତିକ ଫଟୋ

Indian Railways: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସମୟ ସମୟରେ ରେଳବାଇ ଅନେକ ବିଶେଷ ସୁବିଧା ଆଣିଥାଏ । ଅନେକ ଥର ଏହା ଘଟେ ଯେ ଆମେ ଟ୍ରେନରେ ଶୋଇପଡୁ ଏବଂ ଯାଉଥିବା ନିର୍ଦ୍ଦିଷ୍ଟ ଷ୍ଟେସନକୁ ଅତିକ୍ରମ କରିଥାଉ, ଯାହା ପରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।

ବର୍ତ୍ତମାନଠାରୁ ଯାତ୍ରୀ ମାନଙ୍କୁ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ରେଳବାଇ ଦ୍ୱାରା ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ ହୋଇଛି, ଯାହା ଅଧୀନରେ ଆପଣ ସ୍ଥିର ଷ୍ଟେସନ ପୂର୍ବରୁ ଆଲର୍ଟ କଲ୍ ପାଇବେ ।

ଆପଣଙ୍କୁ କହିରଖୁଛୁ ଯେ ରେଳବାଇରୁ ଡେଷ୍ଟିନେସନ୍ ଆଲର୍ଟ ୱାକଅପ୍ ଆଲାର୍ମର ସୁବିଧା ଉପଲବ୍ଧ ହେବ, ଯାହା ଅଧୀନରେ ଆପଣଙ୍କ ଗନ୍ତବ୍ୟ ଷ୍ଟେସନ ପୂର୍ବରୁ ସୂଚନା ପାଇବେ । କହିରଖୁଛୁ ଯେ ଗନ୍ତବ୍ୟସ୍ଥଳ ଷ୍ଟେସନର ୨୦ ମିନିଟ୍ ପୂର୍ବରୁ ଆପଣ ଏହି ସୂଚନା ପାଇବେ । ଯାତ୍ରୀମାନେ କଷ୍ଟମର କେୟାର ନମ୍ବର ୧୩୯ ସହିତ ଯୋଗାଯୋଗ କରି ଏହି ସୁବିଧା ବିଷୟରେ ପଚାରିପାରିବେ । ଏଠାରେ ଆପଣ ସମ୍ପୂର୍ଣ୍ଣ ସୂଚନା ପାଇବେ । 

ଏହିପରି ଉଠାଇ ପାରିବେ ସୁବିଧାର ଲାଭ 

> IRCTC ନମ୍ବର ୧୩୯ ରେ ମୋବାଇଲରୁ କଲ୍ କିମ୍ବା ମେସେଜ୍ କରିବାକୁ ପଡିବ । କଲ୍ ରିସିଭ କରିବା ପରେ ପ୍ରଥମେ ଆପଣଙ୍କୁ ଭାଷା ଚୟନ କରିବାକୁ ପଡିବ, ତା’ପରେ ଗନ୍ତବ୍ୟସ୍ଥଳ ଆଲର୍ଟ ପାଇଁ ପ୍ରଥମେ ୭ ନମ୍ବର ଏବଂ ତା’ପରେ ୨ ନମ୍ବର ଦବାଇବାକୁ ପଡିବ ।

> ଯାତ୍ରୀଙ୍କ ଠାରୁ ୧୦ ଅଙ୍କ ବିଶିଷ୍ଟ PNR ନମ୍ବର ପଚରାଯିବ । ଡାଏଲ୍ କରିବା ପରେ ଆପଣଙ୍କୁ ନିଶ୍ଚିତ କରିବାକୁ ୧ ଡାଏଲ୍ କରିବାକୁ ପଡିବ । ସିଷ୍ଟମ୍ PNR ନମ୍ବର ଯାଞ୍ଚ କରିବ ଏବଂ ଗନ୍ତବ୍ୟ ସ୍ଥଳ ପାଇଁ ଆଲର୍ଟ ଫିଡ୍ କରିବ ।

> ଏହା ପରେ ଆପଣ ନିଶ୍ଚିତକରଣ SMS ପାଇବେ । ଗନ୍ତବ୍ୟ ସ୍ଥଳ ଆସିବା ପୂର୍ବରୁ ମୋବାଇଲରେ କଲ୍ ଆସିବ ।

> ଆଲର୍ଟ ଏସଏମଏସ ପିଛା ୩ ଟଙ୍କା ଚାର୍ଜ ହେବ ।

> ସେହିଭଳି ମେଟ୍ରୋ ସହରଗୁଡ଼ିକରେ ପ୍ରତି ମିନିଟରେ ୧.୨୦ ଟଙ୍କା ଏବଂ ଅନ୍ୟ ସହରରେ ପ୍ରତି ମିନିଟରେ ୨  ଟଙ୍କା ଆଦାୟ ହେବ ।

> ଏହି ସୁବିଧା ରାତି ୧୧ ଟାରୁ ୭ ଟା ପର୍ଯ୍ୟନ୍ତ ଉପଲବ୍ଧ ।

ଏହା ବି ପଢ଼ନ୍ତୁ: ଘରେ ମଶା ମାନଙ୍କୁ ନେଇ ଚିନ୍ତିତ ଅଛନ୍ତି କି? ଲଗାନ୍ତୁ ଏହି ୫ଟି ଗଛ, ପାଖ ମାଡିବେନି

ଏହା ବି ପଢ଼ନ୍ତୁ: Indian Railways: ଭାରତର ଏହା ଏପରି ଏକ ରେଳ ଷ୍ଟେସନ ଯାହାର କୌଣସି ନାମ ନାହିଁ