Indian Railway: ଦେଶର ଏପରି ସ୍ଥାନ, ଯେଉଁଠି ସାଇକେଲ ଅପେକ୍ଷା ମନ୍ଥର ଗତିରେ ଚାଲିଥାଏ ଟ୍ରେନ
Advertisement
Article Detail0/zeeodisha/odisha1412215

Indian Railway: ଦେଶର ଏପରି ସ୍ଥାନ, ଯେଉଁଠି ସାଇକେଲ ଅପେକ୍ଷା ମନ୍ଥର ଗତିରେ ଚାଲିଥାଏ ଟ୍ରେନ

Indias Slowest Train: ଟ୍ରେନ୍ ହେଉଛି ଦେଶର ସବୁଠାରୁ ମନ୍ଥର ଟ୍ରେନ। ଯାହାକି ୧୦ କିଲୋମିଟର ବେଗରେ ଚାଲିଥାଏ। ଏହି ଟ୍ରେନ ଦେଶର ଦ୍ରୁତତମ ଟ୍ରେନ୍ ଠାରୁ ପ୍ରାୟ ୧୬ ଗୁଣ ମନ୍ଥର ବୋଲି ଜଣାପଡ଼ିଛି।

Indian Railway: ଦେଶର ଏପରି ସ୍ଥାନ, ଯେଉଁଠି ସାଇକେଲ ଅପେକ୍ଷା ମନ୍ଥର ଗତିରେ ଚାଲିଥାଏ ଟ୍ରେନ

Slowest Train of India: ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଚାଲୁଥିବା ଟୟ ଟ୍ରେନ ବିଷୟରେ ଆପଣ ଜାଣିଥିବେ। ପଶ୍ଚିମଙ୍ଗର ଦାର୍ଜିଲିଂ ଏବଂ ହିମାଚଳ ପ୍ରଦେଶରେ ଶିମଲା ଠାରେ ଚାଲୁଥିବା ଟୟ ଟ୍ରେନ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ହେଲେ ତାମିଲନାଡୁରେ ଏପରି ଏକ ଟ୍ରେନ ରହିଛି ଯାହା ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଇନଭେଷ୍ଟ ଇଣ୍ଡିଆ ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ମେଟ୍ଟୁପାଲାୟମ୍ ଉଟି ନୀଳଗିରି ପାସେଞ୍ଜର ଟ୍ରେନ୍ ହେଉଛି ଦେଶର ସବୁଠାରୁ ମନ୍ଥର ଟ୍ରେନ। ଯାହାକି ୧୦ କିଲୋମିଟର ବେଗରେ ଚାଲିଥାଏ। ଏହି ଟ୍ରେନ ଦେଶର ଦ୍ରୁତତମ ଟ୍ରେନ୍ ଠାରୁ ପ୍ରାୟ ୧୬ ଗୁଣ ମନ୍ଥର ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ କହିଛନ୍ତି ଯେ ଏହି ଟ୍ରେନ ସାଇକେଲ ତୁଳନାରେ ମଧ୍ୟ ମନ୍ଥର ଗତିରେ ଗତି କରିଥାଏ। ଏହି ଟ୍ରେନ୍ ପ୍ରାୟ ୫ ଘଣ୍ଟା ମଧ୍ୟରେ ୪୬ କିଲୋମିଟର ଦୂରତା ଅତିକ୍ରମ କରିଥାଏ। ଯାହା ପାହାଡ ଅଞ୍ଚଳରେ ଚାଲୁଥିବା ଟ୍ରେନ୍ କାରଣରୁ ହୋଇଥାଏ।

ପ୍ରାୟ  ୪୬ କିମ ଦୂରତା ଅତିକ୍ରମ କରୁଥିବା ଏହି ଟ୍ରେନ୍ ଅନେକ ସୁନ୍ଦର ଦର୍ଶନୀୟ ସ୍ଥାନ ପରିଦର୍ଶନ କରାଇଥାଏ। ଯାହା ଆପଣଙ୍କ ମନ କେବେ ପୂରଣ ହେବ ନାହିଁ। ଆପଣ ଏହି ମନ୍ଥର ଗତିରେ ଚାଲୁଥିବା ଟ୍ରେନ୍ ସହିତ ପ୍ରେମରେ ପଡ଼ିଯିବେ। ମିଳିତ ଜାତିସଂଘର ଅଧିନସ୍ଥ ସଂସ୍ଥା ୟୁନେସ୍କୋ ଦ୍ୱାରା ଦାର୍ଜିଲିଂ ହିମାଲୟାନ ରେଲୱେ ସମ୍ପ୍ରସାରଣ ଭାବରେ ଏହାକୁ ବିଶ୍ୱ ଐତିହ୍ୟସ୍ଥଳ ଭାବେ ଘୋଷିତ କରାଯାଇଛି। ୟୁନେସ୍କୋ ୱେବସାଇଟ୍ ଅନୁଯାୟୀ ନୀଳଗିରି ପର୍ବତୀୟ ରେଳପଥ (Nilgiri Mountain Railway) ନିର୍ମାଣ ପାଇଁ ପ୍ରଥମେ ୧୮୫୪ ମସିହାରେ ପ୍ରସ୍ତାବ ଦିଆଯାଇଥିଲା। ହେଲେ ପାହାଡ଼ିଆ ସ୍ଥାନର ଅସୁବିଧା ହେତୁ ୧୮୯୧ ମସିହାରେ ଏହାର କାର୍ଯ୍ୟ ଆରମ୍ଭ ହୋଇ ୧୯୦୮ ମସିହାରେ ଶେଷ ହୋଇଥିଲା। ୟୁନେସ୍କୋ ଏହା ମଧ୍ୟ କହିଛି ଯେ ଏହି ରେଳପଥ ୩୨୬ ମିଟରରୁ ୨୨୦୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିଥାଏ। ଯାହା ସେହି ସମୟର ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରତିନିଧିତ୍ୱ କରୁଛି।

Also Read: Indian Railway: ଶୀତ ଦିନେ ବନ୍ଦ ରହିଥାଏ ଟ୍ରେନ ଏସି, କ'ଣ ଯାତ୍ରୀଙ୍କ ଠାରୁ ଭଡ଼ା ନିଏ ରେଳବାଇ?

ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (Indian Railway Catering and Tourism Corporation) ଆଇଆରସିଟିସି (IRCTC) ଅନୁଯାୟୀ ଏହି ଟ୍ରେନ୍ ୪୬ କିଲୋମିଟର ଯାତ୍ରା  କରିବା ସମୟରେ ଅନେକ ଟନେଲ୍ ଏବଂ ଶହେରୁ ଅଧିକ ପୋଲ ଅତିକ୍ରମ କରିଥାଏ। ମେଟ୍ଟୁପାଲାୟମ୍ ଉଟି ନୀଳଗିରି ପାସେଞ୍ଜର ଟ୍ରେନ୍ ପାହା଼ଡ଼ିଆ ଅଞ୍ଚଳ, ଉପତ୍ୟକା, ଚା ବଗିଚା ଏବଂ ଘଞ୍ଚ ଜଙ୍ଗଲ ଦେଇ ଯାତ୍ରା କରିଥାଏ। ସବୁଠାରୁ ଚମତ୍କାର ଦୃଶ୍ୟ ମେଟୁପାଲାୟମ ଠାରୁ କୁନ୍ନୁର ପର୍ଯ୍ୟନ୍ତ ରହିଛି। ନୀଳଗିରି ପର୍ବତୀୟ ରେଳବାଇ ମେଟ୍ଟୁପାଲାୟମ ଠାରୁ ଓଟି ମଧ୍ୟରେ ଦୈନିକ ସେବା ଯୋଗାଇଥାଏ। ଏହି ଟ୍ରେନ୍ ସକାଳ ସାତଟା ଦଶ ମିନିଟ ସମୟରେ ମେଟ୍ଟୁପାଲାୟମରୁ ବାହାରି ମଧ୍ୟାନ୍ନ ବାରଟା ସମୟରେ ଓଟିରେ ପହଞ୍ଚିଥାଏ। ପ୍ରତ୍ୟାବର୍ତ୍ତନ ଯାତ୍ରା ସମୟରେ ଟ୍ରେନ୍ ଓଟିରୁ ଦିନ ଦୁଇଟା ବେଳେ ବାହାରି ସନ୍ଧ୍ୟା ପାଞ୍ଚଟା ୩୫ ମିନିଟ ସମୟରେ ମେଟ୍ଟୁପାଲାୟମରେ ପହଞ୍ଚିଥାଏ। 

Also Read: Indian Railway: ରେଳ ଯାତ୍ରା ବେଳେ ଭୁଲରେ ନିଅନ୍ତୁ ନାହିଁ ଏସବୁ ଜିନିଷ, ନହେଲେ...

ଏହି ରେଳମାର୍ଗରେ ରହିଥିବା ମୁଖ୍ୟ ଷ୍ଟେସନ ହେଉଛି କୁନ୍ନୁର, ୱେଲିଙ୍ଗଟନ୍, ଅରବଙ୍କାଡୁ, କେଟି ଏବଂ ଲଭଡେଲ୍। ଏହି ଟ୍ରେନ ରେ ଉଭୟ ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ ବସିବା ବ୍ୟବସ୍ଥା ରହିଛି। ପ୍ରଥମ ଶ୍ରେଣୀ ସିଟ୍ ରେ ଭଳ କୁଶନ ଅଛି ଏବଂ ଦ୍ୱିତୀୟ ଶ୍ରେଣୀ ଅପେକ୍ଷା ଏଟାରେ ସିଟ୍ ସଂଖ୍ୟା କମ୍। ଦ୍ରୁତ ଗତିରେ ବଢୁଥିବା ଚାହିଦା ହେତୁ ଗତ ୨୦୧୬ ବର୍ଷରେ ଏହି ଟ୍ରେନରେ ଚତୁର୍ଥ ଗାଡ଼ି  ଯୋଡ଼ାଯାଇଛି।