ଖୁସି ଖବର: ଏଣିକି ବିନା Reservation Ticketରେ କରିହେବ ରେଳଯାତ୍ରା, ଏହି ୯୩ ଟ୍ରେନରେ ମିଳିବ UTS ସୁବିଧା
Advertisement

ଖୁସି ଖବର: ଏଣିକି ବିନା Reservation Ticketରେ କରିହେବ ରେଳଯାତ୍ରା, ଏହି ୯୩ ଟ୍ରେନରେ ମିଳିବ UTS ସୁବିଧା

COVID-19 ମହାମାରୀ ସମୟରେ ଭାରତୀୟ ରେଳବାଇ (Indian Railway) ପକ୍ଷରୁ ସମସ୍ତ ଟ୍ରେନରେ ଅଣ ସଂରକ୍ଷିତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ କୋଚକୁ ସଂରକ୍ଷିତ (Reservation) କରାଯାଇଥିଲା। ବର୍ତ୍ତମାନ କୋଭିଡ୍ ସ୍ଥିତି ଧୀରେ ଧୀରେ ସ୍ୱାଭାବିକତାକୁ ଫେରୁଛି। 

ଫାଇଲ ଫଟୋ

ଭୁବନେଶ୍ୱର: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ଖୁବଶୀଘ୍ର ପୂର୍ବତଟ ରେଳବାଇର ୯୩ ଟ୍ରେନରେ UTS ସୁବିଧା ଉପଲବ୍ଧ ହେବ। ମେ ପହିଲାରୁ ଏହି ସେବା ଆରମ୍ଭ ହୋଇଛି। ଆସନ୍ତା ତିନି ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ସବୁ ମେଲ ଓ ଏକ୍ସପ୍ରେସ ଟ୍ରେନରେ UTS ମିଳିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

COVID-19 ମହାମାରୀ ସମୟରେ ଭାରତୀୟ ରେଳବାଇ (Indian Railway) ପକ୍ଷରୁ ସମସ୍ତ ଟ୍ରେନରେ ଅଣ ସଂରକ୍ଷିତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ କୋଚକୁ ସଂରକ୍ଷିତ (Reservation) କରାଯାଇଥିଲା। ବର୍ତ୍ତମାନ କୋଭିଡ୍ ସ୍ଥିତି ଧୀରେ ଧୀରେ ସ୍ୱାଭାବିକତାକୁ ଫେରୁଛି। ଏହାକୁ ଦୃଷ୍ଟିରେ ରଖି ସେକେଣ୍ଡ କ୍ଲାସ୍ ସିଟିଂ କୋଚରେ ପୁଣି ଥରେ ଅଣସଂରକ୍ଷିତ ଯାତ୍ରା ସେବା ପ୍ରଦାନ କରିବାକୁ ରେଳବାଇ ସ୍ଥିର କରିଛି। ଉଭୟ ମେଲ ଓ ଏକ୍ସପ୍ରେସ ଟ୍ରେନରେ ପ୍ରଯୁଜ୍ୟତା ଅନୁଯାୟୀ ଅଣସଂରକ୍ଷିତ ଟିକଟିଂ ସିଷ୍ଟମ (UTS) ସୁବିଧା ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Also Read: ଆଜି ପବିତ୍ର ଅକ୍ଷୟ ତୃତୀୟା; କୃଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟିର ସମ୍ଭାର, ଅନୁକୁଳ ହେବ ରଥ

୯୩ ମେଲ/ ଏକ୍ସପ୍ରେସ ଟ୍ରେନ (Express Train) ରେ ପ୍ରଯୁଜ୍ୟତା ଅନୁଯାୟୀ ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚରେ ଅଣସଂରକ୍ଷିତ ଯାତ୍ରା ସୁବିଧାକୁ ପୁନଃ ସ୍ଥାପିତ କରିବାକୁ ପୂର୍ବତଟ ରେଳବାଇ (ECoR)  ନିଷ୍ପତ୍ତି ନେଇଛି। ମେ ପହିଲାରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଚଳିତ ବର୍ଷ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା UTS ଶେଷ କରିବାକୁ ରେଳବାଇ ଲକ୍ଷ୍ୟ ରଖିଛି। ଏଥିରେ ୧୭ଟି ଇଣ୍ଟର ସିଟି ପରି ଟ୍ରେନ୍ ପରି ଚିହ୍ନିତ ହେବ। ସେହିଭଳି, ଅନ୍ୟ ୭୬ଟି ଦୂରଗାମୀ ମେଲ୍/ଏକ୍ସପ୍ରେସ ଟ୍ରେନରେ UTS ସୁବିଧା ମିଳିବ। ଫଳରେ ଯାତ୍ରୀମାନଙ୍କୁ ଆଗୁଆ ଟିକଟ ରିଜର୍ଭେସନ କରିବାକୁ ପଡିବ ନାହିଁ।

ଅନ୍ୟପଟେ କୋଇଲା ଅଭାବ (Coal Shortage) ରୁ ଦେଖାଦେଇଥିବା ବିଦ୍ୟୁତ ସଙ୍କଟ (Power Crisis) ରୁ ମୁକ୍ତି ପାଇବାରୁ ରେଳବାଇ ଲଗାତର ଟ୍ରେନ ବାତିଲ କରୁଛି। ଏପ୍ରିଲ ୩୦ ତାରିଖରେ ଭାରତୀୟ ରେଳବାଇ ୬୫୭ଟି ଟ୍ରେନ ବାତିଲ କରିଥିଲା। ସେଥିରେ ୫୦୦ଟି ମେଲ/ଏକ୍ସପ୍ରେସ ଥିଲା। ସେହିପରି ମେ ପହିଲାରେ ୪୨ଟି ଟ୍ରେନକୁ ବାତିଲ କରାଯାଇଥିଲା। ଏହାକୁ ନେଇ ରେଳବାଇ କହିଛନ୍ତି ଯେ, ଯେଉଁ ରୁଟ୍ ଅଧିକ ବ୍ୟସ୍ତ ନାହିଁ, ସେହି ରୁଟର ଟ୍ରେନକୁ ବାତିଲ କରାଯାଉଛି। ଏହାକୁ ଅନ୍ତରୀଣ ଉପଚାର ଭାବେ ପ୍ରୟୋଗ କରାଯାଉଛି। ଆଗକୁ ଛୁଟି ଦିନ ଗୁଡିକ ଥିବାରୁ ଯାତ୍ରୀମାନେ କିଛି ମାତ୍ରାରେ ହଇରାଣ ହୋଇପାନ୍ତି।