ଅକ୍ଷୟ ତୃତୀୟା (Aksya tritiya) ଅବସରରେ ରାଜ୍ୟର ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ କାଳିଆ ଟଙ୍କା ମିଳିବ। ଚାଷୀମାନେ ମୁଣ୍ଡପିଛା ଦୁଇ ହଜାର ଟଙ୍କା ଲେଖାଏଁ ପାଇବେ। ଏହି ସହାୟତା ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ (CM Naveen Patnaik) ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରିବେ।
Trending Photos
ଭୁବନେଶ୍ୱର: ଓଡିଶାରେ ବାର ମାସରେ ତେର ପର୍ବ ପାଳନ ହୁଏ। ଏଠାରେ ପ୍ରାୟତଃ ପର୍ବପର୍ବାଣୀ କୃଷି ସମ୍ପର୍କିତ ହୋଇଥାଏ। ପର୍ବ ଗୁଡିତ ଋତୁ ଓ ମାସକୁ ନେଇ ଜଳବାୟୁ ସାଥୀରେ ଜଡିତ ଓ ବିଜ୍ଞାନସମ୍ମତ କୃଷିଭିତ୍ତିକ। ଓଡିଶାର କୃଷିଭିତ୍ତିକ ପର୍ବ ମଧ୍ୟରୁ ଅକ୍ଷୟ ତୃତୀୟ ଅନ୍ୟତମ। ଚାଷର ଆଦ୍ୟ ପର୍ବରେ କୃଷକମାନେ ଅକ୍ଷିମୁଠି ଅନୁକୂଳ କରି ଚାଷ କାମକୁ ଆଗେଇ ନିଅନ୍ତି। ଏହି ପବିତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀଙ୍କୁ ଭେଟିର ସମ୍ଭାର ଦେବାକୁ ଯାଉଛନ୍ତି। ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ। ଆଜିଠାରୁ ଚତୁର୍ଦ୍ଧା ମୂର୍ତ୍ତି ଓ ଶ୍ରୀଲିଙ୍ଗରାଜ ଚାପ ଖେଳିବେ।
ଅକ୍ଷୟ ତୃତୀୟା (Aksya tritiya) ଅବସରରେ ରାଜ୍ୟର ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ କାଳିଆ ଟଙ୍କା ମିଳିବ। ଚାଷୀମାନେ ମୁଣ୍ଡପିଛା ଦୁଇ ହଜାର ଟଙ୍କା ଲେଖାଏଁ ପାଇବେ। ଏହି ସହାୟତା ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ (CM Naveen Patnaik) ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରିବେ। କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନା ଅବଧିକୁ ଆଉ ତିନି ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ୨୦୨୨ ମସିହା ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହାକୁ ତିନି ବର୍ଷ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।
Also Read: ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା
ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ରାଶି ମିଳିବ। ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ। ବର୍ଷକୁ ଦୁଇଟି କିସ୍ତିରେ କାଳିଆ (KALIA) ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କୃଷକଙ୍କୁ ଖରିଫ ଚାଷ ପାଇଁ ୨୦୦୦ ଟଙ୍କା ଓ ରବି ଚାଷ ପାଇଁ ୨୦୦୦ ଟଙ୍କା ଦିଆଯିବ। ଗତବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିଥିଲେ। ସେତେବେଳେ ଚାଷୀଙ୍କ ଖାତାକୁ ମୋଟ ୯୨୦ କୋଟି ଟଙ୍କା ଯାଇଥିଲା। ଚଳିତ ବର୍ଷ ଅକ୍ଷୟ ତୃତୀୟ ଅବସରରେ କାଳିଆ ଟଙ୍କା ବ୍ୟତୀତ ଆହୁରି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।
Also Read: ଜୟପୁରରେ ମହାଜାଗତିକ ଦୃଶ୍ୟ! ଗୋଟିଏ ଟୋକେଇରେ ବିଜେଡି-ବିଜେପି-କଂଗ୍ରେସକୁ ଏକାଠି କଲା ପ୍ରଶାସନ
ଅନ୍ୟପଟେ ଅକ୍ଷୟ ତୃତୀୟା ଦିନ ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ବନଜାଗ ବିଧିରେ ପୂଜାକାର୍ଯ୍ୟ ସହ ସୁନା କୁରାଢିରେ ପ୍ରତୀକାତ୍ମକ ଛେଦନ ହେବ। ଏହା ବ୍ୟତୀତ ଆଜିଠାରୁ ବଡଠାକୁରଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବ। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ମହାବାକୁ ଚାପ ଖେଳିବେ। ସେପଟେ ଚନ୍ଦନ ପୁଷ୍କରିଣୀରେ ମହାପ୍ରଭୁ ଲିଙ୍ଗରାଜ ଓ ଦେବୀ ପାର୍ବତୀ ଚାପ ଖେଳିବେ। ଏହି ଯାତ୍ରା ଆସନ୍ତା ତିନି ସପ୍ତାହ ଧରି ଚାଲିବ। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ପ୍ରଭୁ ଏପରି ଖେଳାଲୀଳା କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।