ରେଳ ଯାତ୍ରୀମାନଙ୍କ ପାଇଁ ଜରୁରୀ ଖବର, ଟ୍ରେନରେ ମାସ୍କ ନ ପିନ୍ଧିଲେ ଲାଗିବ ₹ ୫୦୦ ଜୋରିମାନା!
Advertisement
Article Detail0/zeeodisha/odisha1002254

ରେଳ ଯାତ୍ରୀମାନଙ୍କ ପାଇଁ ଜରୁରୀ ଖବର, ଟ୍ରେନରେ ମାସ୍କ ନ ପିନ୍ଧିଲେ ଲାଗିବ ₹ ୫୦୦ ଜୋରିମାନା!

ରେଳ ମନ୍ତ୍ରଣାଳୟ ଏହାର କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଛଅ ମାସ ପାଇଁ ଅର୍ଥାତ ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ରେଳ ଯାତ୍ରୀମାନଙ୍କ ପାଇଁ ଜରୁରୀ ଖବର, ଟ୍ରେନରେ ମାସ୍କ ନ ପିନ୍ଧିଲେ ଲାଗିବ ₹ ୫୦୦ ଜୋରିମାନା!

ନୂଆଦିଲ୍ଲୀ: ପାର୍ବଣ ସିଜିନରେ ରେଳ ଯୋଗେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ବାସ୍ତବରେ, ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ (Ministry of Railways) ଏହାର କୋଭିଡ -୧୯ ନିର୍ଦ୍ଦେଶାବଳୀକୁ ଛଅ ମାସ ଅର୍ଥାତ ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହି ନିର୍ଦ୍ଦେଶ ଅନୁଯାୟୀ ରେଳ ପରିସର ଓ ଟ୍ରେନରେ ମାସ୍କ ନ ପିନ୍ଧିବା ଦ୍ୱାରା ୫୦୦  ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଇ ପାରେ ।

ଏହାପୂର୍ବରୁ ୧୭ ଏପ୍ରିଲ ୨୦୨୧ ରେ, ଷ୍ଟେସନରେ ଲୋକମାନଙ୍କ ଦ୍ୱାରା ମାସ୍କ ପିନ୍ଧିବା ବିଷୟରେ ଭାରତୀୟ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛି ୨୨ ହଜାର ନୂଆ କୋଭିଡ-୧୯ ମାମଲା
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୨୨ ହଜାର କୋଭିଡ -୧୯ ମାମଲା ଚିହ୍ନଟ ହୋଇଛି । ଆଜି ମଧ୍ୟ ଦେଶରେ ହାରାହାରି ୨୦,୦୦୦ ମାମଲା ପ୍ରତିଦିନ ଆସୁଛି । ଗତ ସପ୍ତାହରେ କୋଭିଡ଼ ମାମଲାର ୫୬ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି ।

ଏହା ବି ପଢ଼ନ୍ତୁ: ୭୮୦୦ ବ୍ୟାଙ୍କ ପଦବୀ ପାଇଁ IBPS ଜାରି କଲା ବିଜ୍ଞପ୍ତି, ଏଠାରେ କରନ୍ତୁ ଅପ୍ଲାଇ

ଅଗ୍ରୱାଲ କହିଛନ୍ତି ଯେ ଦେଶରେ ୫ ଟି ରାଜ୍ୟ ଏପରି ଅଛି ଯେଉଁଠାରେ ୧୦ ହଜାରରୁ ଅଧିକ ଆକ୍ଟିଭ ମାମଲା ରହିଛି । କେରଳରେ ପ୍ରାୟ ୧,୨୨,୦୦୦ ଆକ୍ଟିଭ ମାମଲା ରହିଛି । ମହାରାଷ୍ଟ୍ରରେ ପାଖାପାଖି ୩୬,୦୦୦  ଆକ୍ଟିଭ ମାମଲା ରହିଛି । ତାମିଲନାଡୁ, ମିଜୋରାମ ଓ କର୍ଣ୍ଣାଟକରେ ମଧ୍ୟ ବହୁ ସଂଖ୍ୟାରେ ଆକ୍ଟିଭ ମାମଲା ରହିଛି ।