ବର୍ତ୍ତମାନ ଆପଣଙ୍କର କନଫର୍ମ ଟିକେଟରେ ଯାତ୍ରା କରିପାରିବେ ଅନ୍ୟ କୌଣସି ବ୍ୟକ୍ତି, ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha975200

ବର୍ତ୍ତମାନ ଆପଣଙ୍କର କନଫର୍ମ ଟିକେଟରେ ଯାତ୍ରା କରିପାରିବେ ଅନ୍ୟ କୌଣସି ବ୍ୟକ୍ତି, ଜାଣନ୍ତୁ କିପରି

ଭାରତୀୟ ରେଳବାଇର (Indian Railways) ପରିବର୍ତ୍ତିତ ନିୟମ ଅନୁଯାୟୀ, ଆପଣ ଆପଣଙ୍କ ପରିବାରର ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ ଆପଣଙ୍କ କନଫର୍ମ ଟିକେଟକୁ ଟ୍ରାନ୍ସଫର କରିପାରିବେ ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ (Indian Railway) ଏକ ଖୁସି ଖବର ଦେଇଛି । ବର୍ତ୍ତମାନ ଆପଣ ଆପଣଙ୍କର କନଫର୍ମ ହୋଇଥିବା ଟିକେଟକୁ ଅନ୍ୟ କୌଣସି ଯାତ୍ରୀଙ୍କ ନାମରେ ଟ୍ରାନ୍ସଫର (Transfer Confirm Ticket) କରିପାରିବେ । ଏଥିପାଇଁ ରେଳବାଇ କିଛି ନିୟମରେ ପରିବର୍ତ୍ତନ କରିଛି । ଏହି ନିୟମରେ ପରିବର୍ତ୍ତନ ପୂର୍ବରୁ, ଯଦି କେହି ଆପଣଙ୍କର କନଫର୍ମ ଟିକେଟରେ ଟ୍ରେନ୍ ଯୋଗେ ଅନ୍ୟ କେହି ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା, ତେବେ ଏହାକୁ ଏକ ଦଣ୍ଡନୀୟ ଅପରାଧ (Punishable Offence) ଭାବରେ ବିବେଚନା କରାଯାଉଥିଲା । ସରଳ ଶବ୍ଦରେ କହିବାକୁ ଗଲେ ଯଦି ଟିକେଟ୍ ବୁକିଂ କରିବା ପରେ, ଯଦି ଆପଣ କୌଣସି କାରଣରୁ ଯାତ୍ରା କରି ପରି ନାହାଁନ୍ତି, ତେବେ ଆପଣଙ୍କୁ କନଫର୍ମ ହୋଇଥିବା ଟିକେଟକୁ ବାତିଲ କରିବାକୁ ପଡୁଥିଲା ।

ଷ୍ଟେସନ୍ ମାଷ୍ଟରକୁ ଦେବାକୁ ପଡିବ ଆପ୍ଲିକେସନ
ଅନେକ ଥର ଟିକେଟ୍ ବାତିଲ କରିବା ପରେ ରେଳ ଯାତ୍ରୀମାନଙ୍କ ପାଇଁ ଆର୍ଥିକ କ୍ଷତି ହେଉଥିଲା । ରେଳବାଇ ଏହି ନିୟମକୁ ବଦଳାଇ ଦେଇଛି । ରିଜରଭେସନ ଟିକେଟରେ ଯାତ୍ରୀମାନଙ୍କୁ ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଇଛି । ଏହା ଅଧୀନରେ, ଯେଉଁମାନେ ଏକ କନଫର୍ମ ଟିକେଟ କରିବା ପରେ କୌଣସି କାରଣରୁ ଯାତ୍ରା କରିବାକୁ ଚାହୁଁନାହାଁନ୍ତି, ସେମାନଙ୍କ ପରିବାରର କାହା ନାମରେ ଏହି ଟିକେଟକୁ ଟ୍ରାନ୍ସଫର କରିପାରିବେ । ଟିକେଟ୍ ଟ୍ରାନ୍ସଫର କରିବାକୁ ଆପଣଙ୍କୁ ଷ୍ଟେସନ ମାଷ୍ଟରକୁ (Station Master) ଏକ ଆପ୍ଲିକେସନ ଦେବାକୁ ପଡିବ । ଏହି ପ୍ରକ୍ରିୟା ସମାପ୍ତ କରିବା ପରେ, ଆପଣ ଆପଣଙ୍କ କନଫର୍ମ ହୋଇଥିବା ଟିକେଟ୍ ଆପଣ ପରିବାରର କାହାକୁ ମଧ୍ୟ ଟ୍ରାନ୍ସଫର କରିପାରିବେ ।

ଅଧିକ ପଢ଼ନ୍ତୁ: ତାଲିବାନ ସରକାରରେ ସାମିଲ ହୋଇପାରନ୍ତି ଆଶରଫ ଘନି, ଶୀଘ୍ର ଫେରିବେ ଆଫଗାନିସ୍ତାନ: ସୂତ୍ର

କାହାକୁ କରିପାରିବେ ଟ୍ରାନ୍ସଫର
ରେଳ ଯାତ୍ରୀମାନେ ସେମାନଙ୍କର କନଫର୍ମ ହୋଇଥିବା ଟିକେଟ୍ କେବଳ ସେମାନଙ୍କ ପିତାମାତା, ଭାଇଭଉଣୀ, ପୁଅ ଓ ଝିଅ, ସ୍ୱାମୀ ଓ ସ୍ତ୍ରୀଙ୍କ ନାମରେ ଟ୍ରାନ୍ସଫର କରିପାରିବେ ।ପରିବର୍ତ୍ତିତ ନିୟମ ଅନୁଯାୟୀ, ଆପଣ ଆପଣଙ୍କ କନଫର୍ମ ହୋଇଥିବା ଟିକେଟ୍ ସାଙ୍ଗଙ୍କ ନାମରେ ଟ୍ରାନ୍ସଫର କରିପାରିବ ନାହିଁ । ଯେତେବେଳେ ବିବାହ କିମ୍ବା ପାର୍ଟିକୁ ଯାଉଥିବା ଲୋକଙ୍କ ସାମ୍ନାରେ ଏପରି ପରିସ୍ଥିତି ଆସେ, ବିବାହ ଓ ପାର୍ଟିର ଆୟୋଜକଙ୍କୁ 48 ଘଣ୍ଟା ପୂର୍ବରୁ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ପଡିବ । ବ୍ୟକ୍ତିଗତ ଭାବରେ ରେଳ ଷ୍ଟେସନ ଭଜିଟ  କରି ଟିକେଟ୍ ଟ୍ରାନ୍ସଫର ପ୍ରକ୍ରିୟା ସମାପ୍ତ କରିବା ବ୍ୟତୀତ, ଆପଣ ଏହି ପ୍ରକ୍ରିୟାକୁ ଅନଲାଇନରେ ମଧ୍ୟ ସଂପୂର୍ଣ୍ଣ କରିପାରିବେ ।