ଭାରତ-ଚୀନ ବିବାଦ: ମିଳିତ ଜାତିସଂଘ ଏବଂ ଆମେରିକା ପକ୍ଷରୁ ବୟାନ ଜାରି
Advertisement
Article Detail0/zeeodisha/odisha697293

ଭାରତ-ଚୀନ ବିବାଦ: ମିଳିତ ଜାତିସଂଘ ଏବଂ ଆମେରିକା ପକ୍ଷରୁ ବୟାନ ଜାରି

ଭାରତ-ଚୀନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷରେ ମିଳିତ ଜାତିସଂଘ ଏବଂ ଆମେରିକା ପକ୍ଷରୁ ଜାରି ହୋଇଥିବା ବୟାନ ସାମ୍ମାକୁ ଆସିଛି |

ଭାରତ-ଚୀନ ବିବାଦ: ମିଳିତ ଜାତିସଂଘ ଏବଂ ଆମେରିକା ପକ୍ଷରୁ ବୟାନ ଜାରି

ନୂଆଦିଲ୍ଲୀ: ପୂର୍ବ ଲଦାଖସ୍ଥତି ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ, ଚୀନର ୪୩ ସୈନ୍ୟ ମୃତାହତ ହୋଇଛନ୍ତି | ଏ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମିଳିତ ଜାତିସଂଘ-ୟୁଏନଓ(United Nations Organisation-UNO) ଏବଂ ସାମରିକ କ୍ଷେତ୍ରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ(United States of America-USA)|  

ଏନେଇ ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି, ଭାରତ-ଚୀନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷ ଉପରେ ନଜର ରଖାଯାଇଛି | ଉଭୟ ଦେଶ ପରସ୍ପର ମଧ୍ୟରେ ସ୍ଥିତାବସ୍ଥା ବଜାୟ ରଖନ୍ତୁ | ମଙ୍ଗଳବାର ଜାତିସଂଘ ମହାସଚିବଙ୍କ ସହଯୋଗୀ ମୁଖପାତ୍ର ଏରି କାୟୋଙ୍କ କହିଛନ୍ତି, "ଭାରତ-ଚୀନ ସଂଘର୍ଷରେ ହୋଇଥିବା ମୃତାହତ ଘଟଣାକୁ ସଜାଗ ରହିଛୁ | ସ୍ଥିତିବସ୍ଥା ବଜାୟ ରଖିବାକୁ ଉଭୟ ଦେଶକୁ ନିବେଦନ କରୁଛୁ | ଖୁବଶୀଘ୍ର ଆମକୁ ଖବର ମିଳିବ ଯେ, ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ପ୍ରୟାସ କରୁଛନ୍ତି | " 

ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକାର ବିଦେଶ ବ୍ୟାପାର ବିଭାଗର ମୁଖପାତ୍ରଙ୍କ ପକ୍ଷରୁ ଗତକାଲି ରାତିରେ ଜାରି ହୋଇଥିବା ବୟାନରେ କୁହାଯାଇଛି, ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ଠାରେ ହୋଇଥିବା ବିବାଦକୁ ନେଇ ସତର୍କ ରହିଛି |        
 
ଏହି ଘଟଣା ବାବଦରେ ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଥିଲା,"ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷରେ ୩ ଭାରତୀୟ ଯବାନ ଶହୀଦ ହୋଇଥିବାର ଖବର ମିଳିଥିଲା | ପରେ ଏହି ସଂଖ୍ୟା ୨୦କୁ ବୃଦ୍ଧି ପାଇଥିଲା |  ଜୁନ ୧୫-୧୬ ମଧ୍ୟରାତ୍ରୀରେ ମୁହାମୁହିଁ ହୋଇଥିଲେ ଉଭୟ ଦେଶର ସୈନ୍ୟବାହିନୀ | ଏ ଘଟଣାରେ ୧୭ ଭାରତୀୟ ସୈନ୍ୟ ଆହତ ହୋଇଥିବାର ଖବର ମିଳିଥିଲା | ଯେଉଁଠି ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା | ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଥିଲା ତାହା ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳ |  ସେଠାରେ ତାପାମାତ୍ରା ସର୍ବାଦା ଶୂନ ଡିଗ୍ରୀ(zero degree) ପାଖାପାଖି ରହିଥାଏ | "

ଏହା ସହିତ ଭାରତ ପକ୍ଷରୁ ଆହୁରି କୁହାଯାଇଥିଲା ଦେଶର ଭୌଗୋଳିକ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ସେନା ପ୍ରତିଶୃତିବଦ୍ଧ | ଅନ୍ୟପଟେ ଭାରତୀୟ ବୈଦଶିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଏହି ଘଟଣା ପାଇଁ ଚୀନ ଦାୟୀ |  ଗଲୱାନ ଉପତ୍ୟାକାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା-ଏଲଏସି(Line of Actual Control-LAC) ଠାରେ ସେମାନଙ୍କ ପକ୍ଷରୁ ପ୍ରଥମେ ସ୍ଥିତିର ପରିବର୍ତ୍ତନ କରାଯାଇଥିଲା | ଯାହା ପରେ ସାମରିକ ସଂଘର୍ଷରେ ବଦଳି ଯାଇଥିଲା |