ପୁସ୍ତକ ପଢ଼ି ଏହି ଜେଲରୁ ମୁକ୍ତ ହେଉଛନ୍ତି କଏଦୀ
Advertisement
Article Detail0/zeeodisha/odisha1177189

ପୁସ୍ତକ ପଢ଼ି ଏହି ଜେଲରୁ ମୁକ୍ତ ହେଉଛନ୍ତି କଏଦୀ

ବଲିଭିଆ ଭଳି ଦେଶରେ ବର୍ତ୍ତମାନ 'ବୁକ୍ସ ବିହାଇଣ୍ଡ ୱାର୍ସ' ନିୟମର ଚର୍ଚ୍ଚା ହେଉଛି। 

ପୁସ୍ତକ ପଢ଼ି ଏହି ଜେଲରୁ ମୁକ୍ତ ହେଉଛନ୍ତି କଏଦୀ

ଦକ୍ଷିଣ ଅମେରିକୀୟ ଦେଶ ବଲିଭିଆ ଜେଲରେ ପ୍ରଚଳିତ ହେଉଥିବା ଏହି ଭିନ୍ନ ନିୟମ ପୁରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପରୀକ୍ଷଣର ନିୟମକୁ 'ବୁକ୍ସ ବିହାଇଣ୍ଡ ୱାର୍ସ' ନାମ ନାମ ଦିଆଯାଇଛି। ଏହି ବିଶେଷ ଧାରାର ବିଷୟବସ୍ତୁ ହେଉଛି ପୁସ୍ତକ ପଢ଼ିବା, ଦଣ୍ଡର ସମୟ ସୀମା ହ୍ରାସ କରିବା ଏବଂ ଏହା ପରେ ହସି ହସି ଜେଲ ଏବଂ ବନ୍ଦୀ ଜୀବନରୁ ମୁକୁଳିବା। ଏହା କରି ଦେଶର ଜେଲରେ ଥିବା ଶହ ଶହ କଏଦୀଙ୍କୁ ମଧ୍ୟ ପଢ଼ିବାକୁ ଉତ୍ସାହିତ କରାଯାଉଛି। କାରଣ ଲୋକେ ଶିଖିତ ସଚେତନ ହେଲେ, ଦେଶରେ ଅପରାଧ କମିବ।  

ବଲିଭିଆରେ ଦିନକୁ ଦିନ ଅପରାଧ ବଢ଼ି ବଢ଼ି ଚାଲିଥିଲା। ଜେଲରେ କଏଦୀଙ୍କ ସଂଖ୍ୟା ମଧ୍ୟ ବଢୁଥିଲା। ଜେଲରେ କଏଦୀଙ୍କ ସଂଖ୍ୟା କମ କରିବା ପାଇଁ ଏଭଳି ଏକ ନୂଆ ନିୟମ ପରୀକ୍ଷଣ କରାଯାଉଛି। ସୂଚନା ଅନୁଯାୟୀ ବଲଭିଆରେ କଏଦୀ ଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟ ଦଣ୍ଡ ଦିଆଯାଏ ନାହିଁ। ଅଧିକ ଅପରାଧ ମଧ୍ୟ ହେଉଛି, ଏହାକୁ ରୋକିବା ପାଇଁ ପୁସ୍ତକ ପଢ଼ି ଜେଲରୁ ମୁକ୍ତ ହେବା ନିୟମ ପରୀକ୍ଷଣ ଭାବେ ଲାଗୁ କରାଯାଇଛି। ଆଉ ଏହି ପରୀକ୍ଷଣ ସଫଳ ହେଉଥିବାରୁ ପ୍ରଶାସନ ମଧ୍ୟ ଉତ୍ସାହିତ ଅଛି।

ବଲିଭିଆ ଭଳି ଦେଶରେ ବର୍ତ୍ତମାନ 'ବୁକ୍ସ ବିହାଇଣ୍ଡ ୱାର୍ସ' ନିୟମର ଚର୍ଚ୍ଚା ହେଉଛି। ଏହି ନିୟମ ଆନୁଯାଇ ଜେଲରେ ବନ୍ଦୀଥିବା କଏଦୀ ଲଗାତାର ପୁସ୍ତକ ପଢ଼ିବା ଦ୍ୱାରା ଦଣ୍ଡ ଧାର୍ଯ୍ୟର ସମୟ ସୀମାର କିଛି ଦିନ ବା କିଛି ସପ୍ତାହ ପୂର୍ବରୁ ମୁକ୍ତ ହୋଇଥାନ୍ତି। ଏହି କାର୍ଯ୍ୟକ୍ରମ ଦେଶର ୪୭ ଜେଲରେ ଲାଗୁ କରାଯାଇଛି।