ଆନ୍ତର୍ଜାତୀୟ ଖୁସି ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ ହୋଇଥାଏ। ଏହା ଜାତିସଂଘ ପ୍ରାୟୋଜିତ ବାର୍ଷିକ କାର୍ଯ୍ୟକ୍ରମ, ଯାହା ଏକ ମାନବିକ ଅଧିକାର ଭାବରେ ଖୁସିକୁ ପ୍ରୋତ୍ସାହିତ କରେ। ଏହାର ଲକ୍ଷ୍ୟ ହେଉଛି- ବିଶ୍ୱରେ ଅସମାନତା ହ୍ରାସ କରିବା, ଦାରିଦ୍ର୍ୟ ଦୂର କରିବା ଏବଂ ଭବିଷ୍ୟତ ପିଢି ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା।
Trending Photos
ନୂଆଦିଲ୍ଲୀ: ପ୍ରତିବର୍ଷ ପରି ମାର୍ଚ୍ଚ ୨୦ ଅର୍ଥାତ ଆଜି ମଧ୍ୟ International Day of Happiness 2022 ପାଳନ କରାଯାଉଛି। ଆଜିର ଦିନରେ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ଟିକିଏ ସୁଖୀ ହେବାକୁ ବିକଳ ହେଉଛି। ସୁଖୀଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁଖୀବ୍ୟକ୍ତିମାନେ ଅଧିକ ଦିନ ବଞ୍ଚନ୍ତି। ସେମାନଙ୍କ ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ସ୍ୱାସ୍ଥ୍ୟଗତ ଅସୁବିଧା କ୍ୱାଚିତ ଥାଏ। କେତେକ ବୈଜ୍ଞାନିକଙ୍କ ଅନୁଯାୟୀ, ସାମାଜିକ ସମ୍ପର୍କ ଏବଂ ଜୀବନର ଉଦ୍ଦେଶ୍ୟର ଅନୁଭବ କରିବା ହେଉଛି ମାନବ ସୁସ୍ଥତାର ଚାବିକାଠି। ଏକ ସକରାତ୍ମକ ମାନସିକତା ଏହାର ଏକ ବଡ଼ ଅଂଶ ବୋଲି ଅନ୍ୟମାନେ ବିଶ୍ୱାସ କରନ୍ତି।
ଆନ୍ତର୍ଜାତୀୟ ସୁଖୀଦିବସ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ ହୋଇଥାଏ। ଏହା ଜାତିସଂଘ ପ୍ରାୟୋଜିତ ବାର୍ଷିକ କାର୍ଯ୍ୟକ୍ରମ, ଯାହା ଏକ ମାନବିକ ଅଧିକାର ଭାବରେ ଖୁସିକୁ ପ୍ରୋତ୍ସାହିତ କରେ। ଏହାର ଲକ୍ଷ୍ୟ ହେଉଛି- ବିଶ୍ୱରେ ଅସମାନତା ହ୍ରାସ କରିବା, ଦାରିଦ୍ର୍ୟ ଦୂର କରିବା ଏବଂ ଭବିଷ୍ୟତ ପିଢି ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା। International Day of Happiness 2022ର ଥିମ୍ ହେଉଛି 'Build Back Happier' ଏବଂ ଏହା କୋଭିଡ୍ ମହାମାରୀରୁ ବିଶ୍ୱର ପୁନରୁଦ୍ଧାର ଉପରେ ଧ୍ୟାନ ଦେବ।
୨୦ ମାର୍ଚ୍ଚ ୨୦୧୩ରେ ପ୍ରଥମ ଆନ୍ତର୍ଜାତୀୟ ସୁଖୀଦିବସ ପାଳନ କରାଯାଇଥିଲା। ଦୀର୍ଘ ବର୍ଷ ଧରି ଜାତିସଂଘର ପରାମର୍ଶଦାତା Jayme Illien, ଆନ୍ତର୍ଜାତୀୟ ସୁଖୀଦିବସ ଅଭିଯାନ ଚଳାଇଥିଲେ। କିନ୍ତୁ ୧୨ ଜୁଲାଇ ୨୦୧୨ରେ ପ୍ରଥମ ଥର ପାଇଁ ମିଳିତ ଜାତିସଂଘର ସମ୍ମିଳନୀରେ ଏହି ପ୍ରସ୍ତାବ ଆଣିଥିଲେ। ନ୍ୟୁୟର୍କ ସହରରେ ଏକ ସମ୍ମିଳନୀରେ ମାର୍ଚ୍ଚ ୨୦୧୩ରେ Ndaba Mandela ଓ Chelsea Clinton ପ୍ରଥମ ସ୍ମୃତିଚାରଣ ଆରମ୍ଭ କରିଥିଲେ। ମାନବିକତା ପାଇଁ ଖୁସିର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜାତିସଂଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଉତ୍ସାହିତ ହୁଅନ୍ତି।
Also Read: World Happiness Report 2022: ଜାଣନ୍ତୁ, ଭାରତୀୟଙ୍କଠୁ କେତେ ଦୁଃଖରେ ଅଛନ୍ତି ପାକିସ୍ତାନୀ?
ଆଜକୁ ପ୍ରାୟ ୨୫୦୦ ବର୍ଷ ପୂର୍ବେ ସୁଖୀଉପରେ ପ୍ରଥମେ ଅଧ୍ୟୟନ କରାଯାଇଥିଲା। କନଫ୍ୟୁସିୟସ୍, ସକ୍ରେଟସ୍, ଆରିଷ୍ଟୋଟଲ୍ ଏବଂ ଭଗବାନ ବୁଦ୍ଧ ସେହି ସମୟରେ ଜଣେ ଜଣେ ମହାନ ଚିନ୍ତକ ଥିଲେ। ସେମାନେ ଏହି ସୁଖୀବିଷୟର ଅଧ୍ୟୟନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କିନ୍ତୁ ବିଭିନ୍ନ କ୍ଷେତ୍ରରେ ଏହାର ଉତ୍ପତ୍ତି ରହିଛି। ଆଧୁନିକ ଯୁଗରେ ମନୋବିଜ୍ଞାନୀ ଡ. ମାର୍ଟିନ୍ ସେଲିଗମ୍ୟାନ୍ ଏବଂ ଡ. ମିହାଲି ସିସିକସେଣ୍ଟମିହାଲୀ ପ୍ରମୁଖ ସୁଖୀଉପରେ ଅଧ୍ୟୟନ ସହ-ପ୍ରତିଷ୍ଠାତା ଅଟନ୍ତି। କେତେକ ବିଶେଷଜ୍ଞଙ୍କ ଅନୁଯାୟୀ, ସକରାତ୍ମକ ମନୋବିଜ୍ଞାନ ବା ଖୁସିକୁ 'ସକରାତ୍ମକ ଅଭିଜ୍ଞତା, ସକରାତ୍ମକ ବ୍ୟକ୍ତିଗତ ଗୁଣ ଏବଂ ସକରାତ୍ମକ ଅନୁଷ୍ଠାନ' ଭାବରେ ବର୍ଣ୍ଣନା କରାଯାଇଛି।
ଅନ୍ୟପଟେ ଯେଉଁ ଦେଶରେ ସୁଖୀଉପରେ ପ୍ରଥମେ ଅଧ୍ୟୟନ କରିଯାଇଥିଲା, ଆଜି ସେହି ଦେଶ ଦୁଃଖରେ ଦିନ କାଟୁଛି। ମିଳିତ ଜାତିସଂଘ ଦ୍ୱାରା ପ୍ରକାଶ ପାଇଥିବା ୱାର୍ଲଡ ହାପିନେସ ଇଣ୍ଡେକ୍ସ (World Happiness Index)ରେ ଭାରତ ୧୪୬ରୁ ୧୩୬ତମ ସ୍ଥାନରେ ରହିଛି। ପୂର୍ବବର୍ଷ ରିପୋର୍ଟ ତୁଳନାରେ ତିନି ପାଦ ଉପରକୁ ଉଠିଛି। ଭାରତ ତୁଳନାରେ ଏହାର ପଡୋଶୀ ଦେଶ ଗୁଡିକର ସ୍ଥିତି ଅନେକ ଗୁଣରେ ଭଲ ରହିଛି। ତେବେ ଫିନ୍ଲ୍ୟାଣ୍ଡ କ୍ରମାଗତ ପଞ୍ଚମ ବର୍ଷ ପାଇଁ ବିଶ୍ୱର ସୁଖୀ ଦେଶ ହେବାର ଗୌରବ ଅର୍ଜନ କରିଛି। ଜାତିସଂଘ ବାର୍ଷିକ ସୂଚୀ ଅନୁସାରେ, ଯୁଦ୍ଧ ବିଧ୍ୱସ୍ତ ଆଫ୍ଗାନିସ୍ତାନ ବିଶ୍ୱର ସବୁଠାରୁ ଦୁଃଖି ଦେଶର ଦୁର୍ନାମ ଅର୍ଜନ କରିଥିବାବେଳେ ଏହା ପଛକୁ ଲେବାନନ୍ ରହିଛି।
ହାପିନେସ ଇଣ୍ଡେକ୍ସ (Happiness Index)ରେ ଭାରତର ସ୍ଥାନକୁ ନେଇ ରାହୁଲ ଗାନ୍ଧି, କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଘୃଣା ତାଲିକାରେ ଶୀର୍ଷରେ ଥିବା ଭାରତ ସୁଖୀ ତାଲିକାରେ ୧୩୬ତମ ସ୍ଥାନରେ ରହିଛି। ଶୀଘ୍ର ଭାରତ ଘୃଣା ଏବଂ ଆକ୍ରୋଶରେ ଶୀର୍ଷ ସ୍ଥାନରେ ପହଞ୍ଚିବ ବୋଲି କଂଗ୍ରେସ ନେତା ଟ୍ୱିଟରରେ କହିଛନ୍ତି। ଭାରତରୁ ଅଲଗା ହୋଇଥିବା ପାକିସ୍ତାନ ତାଲିକାର ୧୨୧ତମ ସ୍ଥାନରେ ରହିଛି। ସେପଟେ Happiness Indexକୁ ଆମେ ବିଶ୍ୱାସ କରୁନାହୁଁ ବୋଲି ରାଷ୍ଟ୍ରୀୟ ଲୋକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ସିଂହ କହିଛନ୍ତି। ଏହା ସହ Happiness Index ଏକ ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ର ବୋଲି ସେ ଦାବି କରିଛନ୍ତି।