୨ ବର୍ଷ ପରେ ପୁଣି ଆରମ୍ଭ ହେବ ଆନ୍ତର୍ଜାତୀୟ ବିମାନ ସେବା
Advertisement

୨ ବର୍ଷ ପରେ ପୁଣି ଆରମ୍ଭ ହେବ ଆନ୍ତର୍ଜାତୀୟ ବିମାନ ସେବା

୨ ବର୍ଷ ପରେ ପୁଣି ଉଡ଼ିବ ଆନ୍ତର୍ଜାତୀୟ ବିମାନ। ବଦଳିଲା ବିମାନ ଯାତ୍ରା ନିୟମ। 

୨ ବର୍ଷ ପରେ ପୁଣି ଆରମ୍ଭ ହେବ ଆନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ବିଦେଶ ଯାତ୍ରା ପାଇଁ ଇଚ୍ଛା ରଖୁଥିବା ଲୋକଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଘବର। ସିଡ୍ୟୁଲ୍ ଇଣ୍ଟରନ୍ୟାସନାଲ ପାସେଞ୍ଜର ଫ୍ଲାଇଟ ଉଡାଣ ଉପରେ ଥିବା ସ୍ଥଗିତାଦେଶ ଶେଷ ହେବାକୁ ଯାଉଛି। ଏଭିଏସନ ରେଗୁଲେଟୋରୀ DGCA ପକ୍ଷରୁ କୁହାଯାଇଛି ଯେ, ଭାରତ ଏବଂ ଏଠାରୁ ଯିବାକୁ ଥିବା ସମସ୍ତ ସିଡ୍ୟୁଲ୍ ଇଣ୍ଟରନ୍ୟାସନାଲ ପାସେଞ୍ଜର ବିମାନ ସେବା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଜାନୁଆରୀ ୧୯ ତାରିଖରୁ ଫେବୃଆରୀ ୨୮ ତାରିଖଯାଏଁ ସ୍ଥଗିତାଦେଶକୁ ବୃଦ୍ଧି କରାଯାଇଥିଲା। ତେବେ କୋରୋନା ସଂକ୍ରମଣ କମିବା ପରେ  ବିମାନ ଉଡ଼ାଣ ନିୟମାବଳୀରେ ପରିବର୍ତ୍ତନ କରାଯାଇଛି।

ପରିବର୍ତ୍ତିତ ନିୟମାବଳୀରେ ଯାତ୍ରୀଙ୍କୁ ଆଶ୍ୱସ୍ତି
ବିମାନ ସେବା ଆରମ୍ଭ କରିବା ସହ ଯାତ୍ରୀଙ୍କ ପାଇଁ କଟକଣା ବି ସରକାର କୋହଳ କରିଛନ୍ତି। ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଉଡ଼ାଣକୁ ନେଇ ଥିବା ନିୟମାବଳୀକୁ ସଂଶୋଧନ କରିଛନ୍ତି। ଏହି ଆଧାରରେ ବହୁ ଯାତ୍ରୀ ଓ କର୍ମଚାରୀ ପୂର୍ବରୁ ଥିବା କଟକଣାରୁ ଆଶ୍ୱସ୍ତି ପାଇବେ। ନିୟମ କୋହଳ କରାଯାଇଥିଲେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି। ସଂଶୋଧିତ ନିୟମାବଳୀ ଅନୁସାରେ ବିମାନ ଯାତ୍ରା ବେଳେ ସାମାଜିକ ଦୂରତା ରକ୍ଷା ପାଇଁ ଯାତ୍ରୀଙ୍କ ମଧ୍ୟରେ ୩ ଫୁଟର ଦୂରତା ରହିବ ନାହିଁ। ଏହା ସହ କର୍ମଚାରୀଙ୍କ PPE କିଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ନାହିଁ। ଏହା ଦ୍ୱାରା ସିକ୍ୟୁରିଟି ଚେକିଂ ରେ ସୁବିଧା ହେବ ବୋଲି କୁହାଯାଉଛି।

ଦୀର୍ଘ ୨ ବର୍ଷ ପରେ ପୁଣି ଉଡ଼ାଣ ଆରମ୍ଭ ହେବ
କୋରୋନା ସଂକ୍ରମଣ କାରଣରୁ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡାଣ ବହୁ ଦିନ ଧରି ବନ୍ଦ ରହିଥିଲା। ଯାହା ଏବେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ୨ ବର୍ଷ ବ୍ୟବଧାନ ପରେ ଏହି ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ରହିଥିବା ପ୍ରତିବନ୍ଧକ ହଟାଯାଇଛି। କୋରୋନା ମହାମାରୀ ବିଶ୍ୱରେ ବ୍ୟାପିବା ପରେ ୨୩ ମାର୍ଚ୍ଚ ୨୦୨୦ ପରଠାରୁ ସିଡ୍ୟୁଲ ଇଣ୍ଟରନ୍ୟାସନାଲ ପାସେଞ୍ଜର ଫ୍ଲାଇଟ୍ସ ଉଡାଣରେ ଭାରତ ସରକାର ରୋକ ଲଗାଇଥିଲେ। ହେଲେ ପୁଣି ସେହି ବର୍ଷଜୁଲାଇ ମାସରୁ ପାଖାପାଖି ୪୫ ଦେଶକୁ ନିୟନ୍ତ୍ରିତ ବିମାନ ଚଳାଚଳ କରାଯାଉଛି।

ବେସାମରିକ ବିମାନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାରା ବିଶ୍ୱରେ ଚାଲିଥିବା କୋଭିଡ୧୯ ଟିକାକରଣ ଅଭିଯାନକୁ ଦୃଷ୍ଟିରେ ରଖି ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଭାରତ ସରକାର ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରୁ ସମସ୍ତ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ବିମାନ ସେବାକୁ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

''After deliberation with stakeholders &keeping in view the decline in the #COVID19 caseload,we have decided to resume international travel from Mar 27 onwards.Air Bubble arrangements will also stand revoked thereafter.With this step,I’m confident the sector will reach new heights!''

Jyotiraditya M. Scindia (@JM_Scindia)2