କୋରୋନା କଟକଣା (Corona Pandemic) ମଧ୍ୟରେ ଦୁବାଇ (UAE) ରେ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ (IPL2020) ର ତ୍ରୟୋଦଶ ସଂସ୍କରଣ ଚାଲିଛି।
Trending Photos
ନୂଆଦିଲ୍ଲୀ: କୋରୋନା କଟକଣା (Corona Pandemic) ମଧ୍ୟରେ ଦୁବାଇ (UAE) ରେ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ (IPL2020) ର ତ୍ରୟୋଦଶ ସଂସ୍କରଣ ଚାଲିଛି। ଦୁଇଟି ମ୍ୟାଚ ସରିଥିବା ବେଳେ ଆଜି ତୃତୀୟ ମ୍ୟାଚ ବାଙ୍ଗାଲୋର (RCB) ଓ ହାଇଦ୍ରାବାଦ (SRH) ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଏହାରି ମଧ୍ୟରେ ଆଉ ଏକ ଚର୍ଚ୍ଚା ମଧ୍ୟ ଏବେ ଜୋର ଧରିଛି। ଶୁଣିବାକୁ ମିଳୁଛି ଯେ ଆସନ୍ତା ବର୍ଷ ମଧ୍ୟ ଆଇପିଏଲ ଦୁବାଇ (UAE)ରେ ଖେଳାଯିବ। ଏନେଇ ନିକଟରେ ବିସିସିଆଇ (BCCI) ଓ ଏମିରେଟ କ୍ରିକେଟ ବୋର୍ଡ (Emirates Cricket Board ECB) ମଧ୍ୟରେ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି।
ତେବେ ବିସିସିଆଇ (BCCI) ଓ ଏମିରେଟ କ୍ରିକେଟ ବୋର୍ଡ (ECB) ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ତେବେ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ଆଇପିଏଲ (IPL) ଆୟୋଜନ ନେଇ ଏହି ଚୁକ୍ତି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ସେପଟେ ବର୍ତ୍ତମାନର ଆଇପିଏଲ (IPL) ପାଇଁ ବିସିସିଆଇର ବରିଷ୍ଠ କର୍ମକର୍ତ୍ତା ଯଥା ସଭାପତି ସୌରଭ ଗାଙ୍ଗୁଲି (Sourav Ganguly), ସମ୍ପାଦକ ଜୟ ଶାହା (Jaya Shah) ଓ କୋଷାଧ୍ୟକ୍ଷ ଅରୁଣ ଧୁମାଲ (Arun Dhumal) ଦୁବାଇରେ ରହିଛନ୍ତି। ଏହି ସମୟରେ ସମ୍ପାଦକ ଜୟ ଶାହା (Jaya Shah) ଏକ ଟ୍ୱିଟ କରି ଲେଖିଥିଲେ କି, ଉଭୟ ବିସିସିଆଇ ଓ ଇସିବି ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ତେବେ ଉକ୍ତ ଚୁକ୍ତିରେ କେଉଁ ପ୍ରସଙ୍ଗ ଉପରେ ଉଲ୍ଲେଖ ରହିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ନଥିଲେ। ତେବେ ଚୁକ୍ତି ସମୟରେ ଇସିବିର ଉପାଧ୍ୟକ୍ଷ ଖାଲିଦ ଅଲ ଜାରୁନି ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ।
ତେବେ ଚୁକ୍ତି ସମ୍ପର୍କରେ ବିସିସିଆଇ (BCCI) ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଆସନ୍ତା ୬ ମାସ ମଧ୍ୟରେ ପୁନର୍ବାର ଆଇପିଏଲ (IPL) ଆୟୋଜନ ନେଇ ଚର୍ଚ୍ଚା ହେଉଥିବା ବେଳେ ସେଠାରେ ପୁନର୍ବାର ଆୟୋଜନ ନେଇ ଆଲୋଚନା ଜୋର ଧରିଛି। ବର୍ତ୍ତମାନ ଦେଶରେ କୋରୋନା ସଂକଟମୟ ସ୍ଥିତିରେ ରହିଛି। ସୁରକ୍ଷା ଦୃଷ୍ଟିରୁ ଆଇପିଏଲକୁ କମ ସଂକ୍ରମିତ ଦେଶରେ ଆଇପିଏଲ (IPL) ର ଆୟୋଜନ କରିବା ନେଇ ବିସିସିଆଇ ଚିନ୍ତା କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ (BCCI) ଦୁବାଇ (UAE) ରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।
ସେପଟେ ଦେଶରେ କୋରୋନା ଯେଉଁଭଳି ସ୍ଥିତିରେ ରହିଛି, ସେଥିରେ ସୁଧାର ଆସିବା ନେଇ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିପାରୁନାହିଁ। ଫଳରେ ଏଭଳି ବ୍ୟୟବହୁଳ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାରଙ୍କ ଅନୁମତି ମଧ୍ୟ କେବେ ମିଳିବ ତାହା ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରୁନାହିଁ। ଫଳରେ ବିସିସିଆଇ ଦେଶରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଘରୋଇ ସିରିଜ ଓ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି।
ଚଳିତ ବର୍ଷ ଦୁବାଇର ତିନୋଟି ଭେନ୍ୟୁରେ ଆଇପିଏଲ ଅନୁଷ୍ଠିତ ହେଉଛି। ଦୁବାଇ, ଶାରଜାହ ଓ ଆବୁଧାବିରେ ଆଇପିଏଲର ମୋଟ ୬୦ଟି ମ୍ୟାଚ ଖେଳାଯିବ। ତେବେ ଆସନ୍ତା ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟରେ ଆଇପିଏଲକୁ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଚଳିତ ବର୍ଷ ଆଇପିଏଲ ଶେଷ ହେବା ପରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ସେଠାରୁ ଫେରିବା ପରେ ପୁନର୍ବାର ଇଂଲଣ୍ଡ ସହିତ ଦୁବାଇରେ ଦ୍ୱିପାକ୍ଷିକ ସିରିଜ ଖେଳିବ ଭାରତ।