• ୨୪ ଘଣ୍ଟାରେ ଦେଶରେ କୋରୋନାରେ ୪୩୧ ଜଣଙ୍କ ମୃତ୍ୟୁ
  • ଦେଶରେ ଦିନକରେ ୩୦ ହଜାର ୫୭୦ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ
  • ଭୁବନେଶ୍ବରରେ ପହଞ୍ଚିଲା ସ୍ବିଗି ଡେଲିଭରିବୟ ପତିତପାବନ ପୃଷ୍ଟି
  • ପତିତପାବନ ଓ ତାର ପ୍ରେମିକାକୁ ମଧ୍ୟପ୍ରଦେଶରୁ ଭୁବନେଶ୍ବର ଆଣିଲା କମିସନରେଟ ପୋଲିସ
  • କେନ୍ଦୁଝର ଆନନ୍ଦପୁର ଠାରେ ସତର୍କ ସଙ୍କେତ ଡେଇଁଲା ବୈତରଣୀ
  • ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ
  • ବାରିପଦା: ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ୍‌ରେ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ
  • ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ
  • ୧୮ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

CSK vs MI ମ୍ୟାଚ୍ ସହ ଆରମ୍ଭ ହେବ IPL ର ଦ୍ୱିତୀୟ ପର୍ଯ୍ୟାୟ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

୧୫ ଅକ୍ଟୋବରରେ ଆଇପିଏଲର (IPL 2021) ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ବିସିସିଆଇ (BCCI) ଘୋଷଣା କରିଛି ।

CSK vs MI ମ୍ୟାଚ୍ ସହ ଆରମ୍ଭ ହେବ IPL ର ଦ୍ୱିତୀୟ ପର୍ଯ୍ୟାୟ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
(ଫାଇଲ ଫଟୋ)

ନୂଆଦିଲ୍ଲୀ: ଆଇପିଏଲର (IPL 2021) ଦ୍ୱିତୀୟ ପର୍ଯ୍ୟାୟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିସିସିଆଇ (BCCI) ପ୍ରକାଶ କରିଛି । ଚଳିତ ବର୍ଷ ମେ' ମାସରେ କୋରୋନା କାରଣରୁ ଆଇପିଏଲ୍ ବାତିଲ କରିବାକୁ ପଡିଥିଲା । ଏବେ ଏହା ପୁଣି ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ ।

ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ହେବ ପ୍ରଥମ ମ୍ୟାଚ୍
ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଓ ଚେନ୍ନାଇ (CSK vs MI) ମଧ୍ୟରେ ପ୍ରଥମ ମ୍ୟାଚ୍ ହେବ । ୧୫ ଅକ୍ଟୋବରରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ବିସିସିଆଇ (BCCI) ଘୋଷଣା କରିଛି । ସମସ୍ତ ଭାରତୀୟ ଖେଳାଳି ସିଧାସଳଖ ଇଂଲଣ୍ଡରୁ ୟୁଏଇରେ (UAE) ପହଞ୍ଚି ଆଇପିଏଲ୍ ଖେଳିବେ । ଏହା ପରେ ଭାରତ ସମେତ ସମସ୍ତ ଦେଶକୁ ୟୁଏଇରେ ଟି -୨୦ ବିଶ୍ୱକପ (T20 World Cup) ଖେଳିବାକୁ ଆସିବାକୁ ପଡିବ ।

ପ୍ରଥମ କ୍ୱାଲିଫାୟାର ମ୍ୟାଚ - ୧୦ ଅକ୍ଟୋବର 2021
 
ଏଲିମେନେଟର - ୧୧ ଅକ୍ଟୋବର 2021

ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ - ୧୩ ଅକ୍ଟୋବର 2021

ଫାଇନାଲ୍ ମ୍ୟାଚ - ୧୫ ଅକ୍ଟୋବର 2021

ବିସିସିଆଇ ସଚିବ ଜୟ ଶାହା (Jay shah) ୟୁଏଇର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଇପିଏଲ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି । ୨୦୨୦ ମସିହାରେ ମଧ୍ୟ ଏଠାରେ ଆଇପିଏଲ୍ ଅନୁଷ୍ଠିତ ହୋଇଥିଲା ଓ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା ​​ ।

ଅଧିକ ପଢ଼ନ୍ତୁ: ପାୱାର କଟକୁ ନେଇ ନିଅନ୍ତୁ ନାହିଁ ଟେନସନ୍, ସିମ୍ କାର୍ଡ ପରି ବଦଳାଇ ପାରିବେ ବିଦ୍ୟୁତ କନେକ୍ସନ୍!

ଆଇପିଏଲ ୨୦୨୧ ର ସ୍ଥଗିତାଦେଶ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲସ ଆଠଟି ମ୍ୟାଚରୁ ୬ ଟି ବିଜୟ ସହ ପ୍ରଥମ ସ୍ଥାନରେ ଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ପାଞ୍ଚଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ବିରାଟ କୋହଲି ଅଧିନାୟକ ଥିବା ଆରସିବି ପାଞ୍ଚଟି ବିଜୟ ସହ ତୃତୀୟ ସ୍ଥାନରେ ରହିଛି ।

ନିୟମିତ ଅଧିନାୟକ ଶ୍ରେୟସ ଆୟର ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ପାଇଁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ବିଶ୍ୱାସ କରାଯାଉଛି ।