Iran Hijab Protest: ଦେହରୁ ପୋଷାକ ଖୋଲି ହିଜାବ ବିରୋଧୀ ପ୍ରଦର୍ଶନକୁ ଅଭିନେତ୍ରୀଙ୍କ ସମର୍ଥନ
Advertisement

Iran Hijab Protest: ଦେହରୁ ପୋଷାକ ଖୋଲି ହିଜାବ ବିରୋଧୀ ପ୍ରଦର୍ଶନକୁ ଅଭିନେତ୍ରୀଙ୍କ ସମର୍ଥନ

Iran Hijab Protest: ଇରାନରେ ଚରମ ସୀମାରେ ପହଞ୍ଚିଛି ହିଜାବ ବିରୋଧୀ ଆନ୍ଦୋଳନ । ଇରାନ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରୁ ସେଲିବ୍ରିଟିଙ୍କ ସମର୍ଥନ ମିଳୁଛି । ଏପରିକି ଇରାନୀ ଅଭିନେତ୍ରୀ ଏଲନାଜ ନୋରୋଜୀ ଦେହରୁ ବସ୍ତ୍ର ଖୋଲି ହିଜାବ ବିରୋଧୀ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଛନ୍ତି । 

Iran Hijab Protest: ଦେହରୁ ପୋଷାକ ଖୋଲି ହିଜାବ ବିରୋଧୀ ପ୍ରଦର୍ଶନକୁ ଅଭିନେତ୍ରୀଙ୍କ ସମର୍ଥନ

Iran Hijab Protest: ଜଳୁଛି ଇରାନ । ହିଜାବ ବିରୋଧୀ ପ୍ରଦର୍ଶନ ଏବେ ଚରମ ସୀମାରେ ପହଞ୍ଚିଛି । ଇରାନ ମହିଳାମାନେ ବିଭିନ୍ନ କ୍ଷେତ୍ରରୁ ସେଲିବ୍ରିଟିଙ୍କ ସମର୍ଥନ ହାସଲ କରୁଛନ୍ତି। ଏପରିକି ଇରାନୀ ଅଭିନେତ୍ରୀ ଏଲନାଜ ନୋରୋଜୀ ଏବେ ହିଜାବ ବିରୋଧୀ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଛନ୍ତି । ହିଜାବକୁ ବିରୋଧ କରି ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୋଷାକ ଖୋଲିଦେଉଥିବା ଦେଖିବାକୁ ମିଳିଛି । ମହିଳାମାନେ କ’ଣ ପିନ୍ଧିବେ, କିମ୍ବା କଣ ନପିନ୍ଧିବେ, ତାହା ସ୍ଥିର କରିବାର ସମ୍ପୂର୍ଣ୍ଣ ଅଧିକାର ତାଙ୍କର ରହିବା ଉଚିତ୍ ବୋଲି ସେ ଦାବି କରିଛନ୍ତି ।

ହିଜାବ ବିରୋଧୀ ଆନ୍ଦୋଳନ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ସେ ଅନ୍ୟାୟ କହିବା ସହିତ ଏହା ବିରୋଧରେ ସ୍ୱର ଦୃଢ଼ କରିବାକୁ  ମହିଳାଙ୍କୁ ଆହ୍ୱାନ କରିଛନ୍ତି । ୪ ସପ୍ତାହରୁ ଅଧିକ ସମୟ ଧରି ଇରାନରେ ହିଜାବ ବିରୋଧରେ ମହିଳା ଗୋଷ୍ଠୀ ଆନ୍ଦୋଳନ ଜାରି ରଖିଛନ୍ତି । ଏପରିକି ଶତାଧିକ ଆନ୍ଦୋଳନକାରୀଙ୍କ ଜୀବନ ଯିବା ପରେ ବି ମହିଳାମାନଙ୍କ ଆନ୍ଦେଳନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ୪୦ ବର୍ଷରୁ ଅଧିକ ସମୟ ଧରି ମହିଳାମାନେ ଅତ୍ୟାଚାରିତ ହେଉଛନ୍ତି ବୋଲି ସେ କହିଛନ୍ତି । 

 ଇରାନୀ ଅଭିନେତ୍ରୀ ଏଲନାଜ ନୋରୋଜୀ ନିଜ ପୋଷ୍ଟରେ ଉଲ୍ଲେଥ କରିଛନ୍ତି “ଗଣତନ୍ତ୍ରର ଅର୍ଥ ହେଉଛି ମୁକ୍ତ ନିଷ୍ପତ୍ତି ନେବାର ଶକ୍ତି । ପ୍ରତ୍ୟେକ ମହିଳା ନିଜ ଶରୀର ଉପରେ ନିଷ୍ପତ୍ତି ନେବାର ଶକ୍ତି ରହିବା ଉଚିତ୍ । ମୁଁ ନଗ୍ନତାକୁ ପ୍ରୋତ୍ସାହିତ କରୁନାହିଁ, କିନ୍ତୁ ମୁଁ ସ୍ୱାଧୀନତାକୁ ପ୍ରୋତ୍ସାହିତ କରୁଛି ।"

ନୋରୋଜି ଜାରି ରଖିଛନ୍ତି, “ଗଣତନ୍ତ୍ରର ଅର୍ଥ ହେଉଛି ନିଷ୍ପତ୍ତି ନେବା ଶକ୍ତି | ପ୍ରତ୍ୟେକ ମହିଳା ନିଜ ଶରୀର ଉପରେ ନିଷ୍ପତ୍ତି ନେବାର ଶକ୍ତି ରହିବା ଉଚିତ୍! ମୁଁ ନଗ୍ନତାକୁ ପ୍ରୋତ୍ସାହିତ କରୁନାହିଁ, ମୁଁ ପସନ୍ଦ ସ୍ୱାଧୀନତାକୁ ପ୍ରୋତ୍ସାହିତ କରୁଛି! "

ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ମହିଳାମାନେ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନାହାଁନ୍ତି । 
ଆନ୍ଦୋଳନର ନେତୃତ୍ୱ ନେଉଥିବା ମହିଳା ମହସା ଆମିନିଙ୍କ ମୃତ୍ୟୁ ପରେ ହିଜାବ ବିରୋଧୀ ଆନ୍ଦୋଳନ ପୂର୍ବାପେକ୍ଷା ଅଧିକ ତୀବ୍ର ହୋଇଛି । ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମହସା ଆମିନୀଙ୍କ ମୃତ୍ୟୁକୁ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ କରି ଇରାନକୁ ନିନ୍ଦା କରିଛନ୍ତି। ଏବେ ଏହି ବିରୋଧ ପ୍ରଦର୍ଶନକୁ ବିଶ୍ୱର ବିଭିନ୍ନ ଦେଶରୁ ସମର୍ଥନ ମିଳୁଛି । ଦିନକୁ ଦିନ ସରକାରଙ୍କ କଠୋରତା ଫିକା ପଡ଼ିବାରେ ଲାଗିଛି । 

ମାନବାଧିକାର ଗୋଷ୍ଠୀଙ୍କ ଦାବି ଅନୁସାରେ ବର୍ତ୍ତମାନ ସୁଦ୍ଧା ବିକ୍ଷୋଭରେ ୧୮୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ହିଂସାକାଣ୍ଡରେ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁଇ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। କିନ୍ତୁ ସରକାର ଏଯାଏ ଆନ୍ଦୋଳନ ସହିତ ଜଡିତ କୌଣସି ତଥ୍ୟ ପ୍ରକାଶ କରି ନାହାଁନ୍ତି। ଇରାନରେ ୨୦୦୯ ସବୁଜ ଆନ୍ଦୋଳନ ପରଠାରୁ, ଏହି ପ୍ରଦର୍ଶନ ଗଣତନ୍ତ୍ର ବିରୁଦ୍ଧରେ ସବୁଠାରୁ ବଡ ଆହ୍ୱାନ ହୋଇଛି । 

ମହିଳାମାନେ ମୁକ୍ତ ଭାବରେ ବଞ୍ଚିବାକୁ ଚାହାଁନ୍ତି । ଏଥିପାଇଁ ସେମାନେ ଇରାନର ଇସଲାମିକ୍ ରିପବ୍ଲିକରେ ସାମାଜିକ, ରାଜନୈତିକ କିମ୍ବା ସାଂସ୍କୃତିକ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତ ଦେଖନ୍ତି ନାହିଁ । ମହିଳାମାନେ ସେମାନଙ୍କର ପିତାମାତା ଆଦର୍ଶ ବଦଳରେ ନିଜ ବୁଦ୍ଧିମତା ଅନୁସାରେ ଜୀବନ ଜୀଇଁବାକୁ ଚାହୁଁଛନ୍ତି । 

 

ଏହାବି ପଢ଼ନ୍ତୁ: Uttarakhand: ଆକାଶରୁ ଆସିବ ସଞ୍ଜବନୀ, ହାତ ପାହାନ୍ତରେ ହେବ ଉପଲବ୍ଧ

ଇରାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ଅଟେ। କିନ୍ତୁ ଆନ୍ଦୋଳନକାରୀ ମହିଳାମାନେ ଏହା ମାନୁନଥିବାରୁ ରାଜଧାନୀ ତେହେରାନ ଏବଂ ଅନ୍ୟାନ୍ୟ ସ୍ଥାନରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିବା ଭିଡିଓ ଅନଲାଇନରେ ପ୍ରସାର ହେଉଛି । ସୋମବାର ଏକ ଭିଡିଓରେ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ। କିଛି ମହିଳା ଓ ବାଳିକା ବାଳ କାଟି ବିରୋଧ ପ୍ରଦର୍ଶନ କରିଥିଲେ । 

ଗତ ମାସରେ ମହସା ଆମିନୀଙ୍କ ମୃତ୍ୟୁ ପରେ ବିରୋଧ ପ୍ରଦର୍ଶନ ମଧ୍ୟରେ ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସମି ରାଫସାନଜାନୀଙ୍କ ଝିଅ ଫୈଜହ ହାସମୀଙ୍କୁ ତେହେରାନରେ ଗିରଫ କରାଯାଇଥିଲା। ରାଜଧାନୀ ତେହେରାନରେ ପ୍ରଦର୍ଶନରେ ଭାଗ ନେବାକୁ ଅଧିବାସୀଙ୍କୁ ଉତ୍ସାହିତ କରିବା କାରଣରୁ ତାଙ୍କୁ ଗିରଫ କରାଯାଇଛି ।

ଇରାନ ମହିଳାମାନେ ଲଗାତାର ତିନି ସପ୍ତାହ ଧରି ସାହସ ଦେଖାଇଛନ୍ତି ବୋଲି ୟୁରୋପୀୟ ସଂସଦର ସଦସ୍ୟ ଅବୀର ଅଲ-ସାହଲାନି କହିଛନ୍ତି । ଇରାନର ମହିଳା ନିଜ ଜୀବନ ସହିତ ସ୍ୱାଧୀନତା ପାଇଁ ଚରମ ମୂଲ୍ୟ ଦେଉଥିବା ସେ କହିଛନ୍ତି ।