ED Director: କିଏ ଏହି ରାହୁଲ ନବୀନ? ଯାହାଙ୍କୁ କେନ୍ଦ୍ର ସରକାର କଲେ ED ର ନୂତନ ନିର୍ଦ୍ଦେଶକ
Advertisement
Article Detail0/zeeodisha/odisha2384149

ED Director: କିଏ ଏହି ରାହୁଲ ନବୀନ? ଯାହାଙ୍କୁ କେନ୍ଦ୍ର ସରକାର କଲେ ED ର ନୂତନ ନିର୍ଦ୍ଦେଶକ

Rahul Navin ED Director: ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଯଥା ଇଡି ଏହାର ସ୍ଥାୟୀ ନିର୍ଦ୍ଦେଶକ ପାଇଛି । କେନ୍ଦ୍ର ସରକାର ଆଇଆରଏସ ରାହୁଲ ନବୀନଙ୍କୁ ଇଡିର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି।

 

Rahul Navin

Who is Rahul Navin: ବୁଧବାର କେନ୍ଦ୍ର ସରକାର ଅର୍ଥନୈତିକ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି। ଯାଞ୍ଚକାରୀ ସଂସ୍ଥାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ରହିବ।

ରାହୁଲ ନବୀନ ହେଉଛନ୍ତି ଭାରତୀୟ ରାଜସ୍ୱ ସେବା (ଆୟକର) ର ୧୯୯୩ ବ୍ୟାଚ୍ ଅଧିକାରୀ। ପୂର୍ବ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଗତ ବର୍ଷ ସେପ୍ଟେମ୍ବର ୧୫ ରେ ଅନୁସନ୍ଧାନକାରୀ ସଂସ୍ଥାର ବିଶେଷ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଅର୍ଥମନ୍ତ୍ରୀଙ୍କ ଅଣ୍ଡରରେ ସଚିବ ମଧ୍ୟ ରହିଛନ୍ତି। ଗତ ବର୍ଷ ୨୦୨୩ ରେ ତାଙ୍କୁ ଇଡିର କାର୍ଯ୍ୟନିର୍ବାହୀ ମୁଖ୍ୟ କରାଯାଇଥିଲା।

fallback

ସ୍ୱତନ୍ତ୍ର ନିର୍ଦ୍ଦେଶକ ହେବା ପୂର୍ବରୁ ରାହୁଲ ନବୀନ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ତା’ପରେ ସେ ତତ୍କାଳୀନ ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ ସହ ଏଜେନ୍ସିରେ କାର୍ଯ୍ୟ କରୁଥିଲେ। ସେ ଜଣେ ଦୃଢ଼ ଓ ଉତ୍କୃଷ୍ଟ ଟ୍ରାକ୍ ରେକର୍ଡ ବିଶିଷ୍ଟ ବ୍ୟକ୍ତି। ଏହାପୂର୍ବରୁ ରାହୁଲ ନବୀନ ନିଜେ ଇଡିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟରେ କାମ କରିଛନ୍ତି। ଅର୍ଥନୈତିକ ଅପରାଧ ଏବଂ ଅର୍ଥ ହେରଫେର ସହ ଜଡିତ ଅନେକ ମାମଲାର ଯାଞ୍ଚରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହା ସହିତ ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ସେ ଅନେକ ବଡ଼ ମାମଲାର ଯାଞ୍ଚରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି।