ISIS chief death: ଅନାଥ ହୋଇଗଲା ଇସ୍ଲାମିକ୍ ଷ୍ଟେଟ୍, ଜାଣନ୍ତୁ କିଏ ଥିଲା ଦୁର୍ଦାନ୍ତ ଅବୁ ହସନ
Advertisement

ISIS chief death: ଅନାଥ ହୋଇଗଲା ଇସ୍ଲାମିକ୍ ଷ୍ଟେଟ୍, ଜାଣନ୍ତୁ କିଏ ଥିଲା ଦୁର୍ଦାନ୍ତ ଅବୁ ହସନ

ISIS chief death: କିଛି ହାତ ଗଣତି ଲୋକଙ୍କୁ ଛାଡି ଦେଲେ ଅବୁ ହସନ ବିଷୟରେ କେହି କିଛି ଜାଣିନଥିଲେ। ଗୁରୁବାର ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ତାର ମୃତ୍ୟୁ ହୋଇଛି। କୌଣସି ସଙ୍ଗଠନ ବର୍ତ୍ତମାନ ସୁଦ୍ଧା ଏହାର ଦାୟିତ୍ୱ ନେଇ ନାହାନ୍ତି।

ଫାଇଲ ଫଟୋ

ISIS chief death, ନୂଆଦିଲ୍ଲୀ: ଇସ୍ଲାମିକ ଷ୍ଟେଟ୍ ଅଫ ଇରାକ୍ ଏଣ୍ଡ ସିରିଆ (ISIS)ର ମୁଖ୍ୟ ଅବୁ ହସନ ଅଲ ହାସମୀ ଅଲ କୁରେସିର ମୃତ୍ୟୁ ହୋଇଛି। ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ବୁଧବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବୁ ହସନ ନିହତ ହୋଇଛି। ଏକ ଅଡିଓ ମେସେଜ ମାଧ୍ୟମରେ ଆତଙ୍କୀ ସଙ୍ଗଠନ ISIS ଏହି ସୂଚନା ଦେଇଛି। କିନ୍ତୁ କେଉଁ ରାଷ୍ଟ୍ର କିମ୍ବା ସଙ୍ଗଠନ, ଅବୁ ହସନକୁ ମାରିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଅବୁ ଅଲ ହସନ ଅଲ ହୁସେନି ଅଲ କୁରେସିଙ୍କୁ ISIS ନୂଆ ମୁଖିଆ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୯ ମସିହାରେ ସୁନ୍ନି ଜିହାଦୀଙ୍କୁ ନେଇ ଇରାକରେ ISIS ଗଠନ କରାଯାଇଥିଲା।

ISISର ପୂର୍ବତନ ମୁଖ୍ୟ ଅବୁ ହସନ ଅଲ ହାସମୀ ଅଲ କୁରେସିର ଜୀବନ ଅତ୍ୟନ୍ତ ରହସ୍ୟଜନକ ଥିଲା। କିଛି ହାତ ଗଣତି ଲୋକଙ୍କୁ ଛାଡି ଦେଲେ ଅବୁ ହସନ ବିଷୟରେ କେହି କିଛି ଜାଣିନଥିଲେ। ଗୁରୁବାର ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ତାର ମୃତ୍ୟୁ ହୋଇଛି। କୌଣସି ସଙ୍ଗଠନ ବର୍ତ୍ତମାନ ସୁଦ୍ଧା ଏହାର ଦାୟିତ୍ୱ ନେଇ ନାହାନ୍ତି। ଅବୁ ହସନର ଦେହାନ୍ତ ISIS ପାଇଁ ଏକ ବଡ ଝଟକା। ଚଳିତ ବର୍ଷରେ ଅବୁ ହସନଙ୍କ ସମେତ ଦୁଇ ଜଣ ଶୀର୍ଷ ନେତାଙ୍କ ନିଧନ ହୋଇଛି। ଅବୁ ହସନଙ୍କ ମୃତ୍ୟୁକୁ ନେଇ ISର ପ୍ରବକ୍ତା ଅବୁ ଉମର ମୁଜାହିର ସ୍ପଷ୍ଟ କରିଛନ୍ତି। 

Also Read: ଭଉଣୀର ଅନୈତିକ ସମ୍ପର୍କ ନେଲା ଭାଇର ଜୀବନ, ବିବାହିତ ପ୍ରେମିକର କଟୁରୀ ଚୋଟରେ ବାପା ଗୁରୁତର

୨୦୧୯ରେ ISISର ପ୍ରତିଷ୍ଠାତା ଅବୁ ବକ୍ର ବଗଦାଦୀର ମୃତ୍ୟୁ ହୋଇଥିଲା। ଏହା ପରେ ଅବୁ ହସନ ଅଲ ହାସମୀ ଅଲ କୁରେସିକୁ ଆତଙ୍କୀ ସଙ୍ଗଠନ ଚଳାଇବାର ଦାୟିତ୍ୱ ଦିଆଯାଇଥିଲା। ଗୁରୁବାର ଅବୁ ହସନର ନିଧନ ପରେ ଏହି କ୍ଷମତା ଅବୁ ଅଲ ହସନ ଅଲ ହୁସେନି ଅଲ କୁରେସିକୁ ଦିଆଯାଇଛି। ୨୦୨୨ ମାର୍ଚ୍ଚରେ ଅବୁ ହସନ ଅଲ ହାସମୀ ଅଲ କୁରେସି, ISIS ସମ୍ଭାଳିଥିଲା। ସମ୍ପର୍କରେ ଅବୁ ହସନ, ISISର ପ୍ରତିଷ୍ଠାତା ଅବୁ ବକ୍ର ବଗଦାଦୀର ଭାଇ ହେବ। ଅବୁ ବକ୍ରର ମୃତ୍ୟୁ ପରେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଦୁର୍ବଳ ହୋଇଯାଇଥିଲା। ତେଣୁ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଅବୁ ହସନ ସାମନାକୁ ଆସିଥିଲା।    

ରିପୋର୍ଟ ଅନୁସାରେ, ଅଲ ହସନର ଅସଲ ନାମ ହେଉଛି ଜୁମା ଅୱଦ ଅଲ ବଦ୍ର। ସେ ୨୦୦୩ ମସିହାରେ କଟ୍ଟରପନ୍ଥୀ ଜିହାଦୀ ସଙ୍ଗଠନ ସହ ସାମିଲ ହୋଇଥିଲା। ଅଲ ହସନ ପ୍ରାୟତଃ ସମୟରେ ବାଗଦାଦୀ ସହ ରହୁଥିଲା ଓ ତାକୁ ପରାମର୍ଶ ଦେଉଥିଲା। ସେ ନିଜକୁ ପେଗାମ୍ବରଙ୍କ ବଂଶଜ ବୋଲି କହୁଥିଲା। ଜିହାଦୀଙ୍କ ମଧ୍ୟରେ ଅଲ ହସନର ଏପରି ଛବି ହୋଇଯାଇଥିଲା ଯେ, ତାକୁ ସେମାନେ ବାଗଦାଦୀ ଭଳି ସମ୍ମାନ ଦେଉଥିଲେ। ବର୍ତ୍ତମାନ ISISର ଆତଙ୍କ ଧୀରେ ଧୀରେ କମିବାରେ ଲାଗିଛି। ଖୁବଶୀଘ୍ର ଏହି ଆତଙ୍କୀ ସଙ୍ଗଠନର ମୂଳତ୍ପଟ୍ଟନ ହେବାର ସମ୍ଭାବନା ଦେଖାଦେଇଛି।